ଏଭଳି ତୈଳ ବ୍ୟବହାର କରି ପୂର୍ଣ୍ଣ କରନ୍ତୁ ଆପଣଙ୍କର ମନସ୍କାମନା!

prayଆପଣମାନେ ତେଲକୁ ବହୁତ କାର୍ୟ୍ୟରେ ବ୍ୟବହାର କରିଥାନ୍ତି। ତେଲ ବିଭିନ୍ନ ପ୍ରକାରର ହୋଇଥାଏ ଯାହା ଅଲଗା ଅଲଗା କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ଅଳସୀ, କର୍ପୂର, ଅରଣ୍ଡି, ଚମେଲି, ଅଁଳା, ରାସି ଏବଂ ସୋରିଷ ତେଲ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଖାଦ୍ୟ ବସ୍ତୁ ଭିତରେ ଚିନା ବାଦାମ,ସୋରିଷ,ସୋୟା,ନଡିଆ ଏବଂ ଜୈତୁନର ତେଲକୁ ବ୍ୟବହାର କରାଯାଇଥାଏ। ଯଦି କଥା ଧର୍ମଶାସ୍ତ୍ରକୁ ନେଇ ହୁଏ ତେବେ କିଛି ତେଲ ଏମିତି ଅଛି ଯାହାର ପୂଜାର୍ଚ୍ଚନା ଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇପାରିବ। ଜୋତିଷଚାର୍ୟ୍ୟଙ୍କ ଅନୁସାରେ ଏହି ପୂଜାର୍ଚ୍ଚନା ଅଲଗା ଅଲଗା କାର୍ୟ୍ୟ ହିସାବରେ କରାଯାଇଥାଏ। ଆସନ୍ତୁ ଜାଣିବା ତେଲର ବ୍ୟବହାର ବିଷୟରେ …

ସୋରିଷ ତେଲ:

ଯଦି ଆପଣ ଶନି ଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ବା ତାଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ସୋରିଷ ତେଲକୁ ପୂଜା କାର୍ୟ୍ୟରେ ବ୍ୟବହାର କରିପାରିବେ। ଏହି ପୂଜା ପାଇଁ ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ ଏବଂ ସେହି ତେଲରେ ନିଜ ଛାଇକୁ ଦେଖନ୍ତୁ। ଏହାପରେ ଶନିବାର ଦିନ ସେହି ପାତ୍ରକୁ ଶନିମନ୍ଦିରରେ ରଖି ଦିଅନ୍ତୁ। ଏହି ପୂଜା ଦ୍ବାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଏହି ପୂଜା ବ୍ୟତିତ ଆପଣ ଶନିବାର ଦିନ ମନ୍ଦିରରେ ସୋରିଷର ମାଳ ମଧ୍ୟ ଚଢ଼ାଇ ପାରିବେ। ଏବଂ ତାଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥିବ।

mustard oil
ଚମେଲି ତେଲ:

ଅଧିକାଂଶ ପୁଜା ପାଠ ଏବଂ କିଛି ଅନୁଷ୍ଠାନରେ ଏହି ତେଲ ସବୁଠୁ ଅଧିକ କାମରେ ଆସିଥାଏ। ଏହି ତେଲ ଦ୍ବାରା ଆପଣ ମହାବୀର ହନୁମାନଙ୍କର କୃପା ମଧ୍ୟ ପାଇ ପାରିବେ। ଏହି ପୁଜା ଅନୁସାରେ ଶନିବାର ଏବଂ ମଙ୍ଗଳ ବାର ଦିନ ଚମେଲି ତେଲ ଏବଂ ସିନ୍ଦୁର ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହା ବ୍ୟତିତ ହନୁମାନଙ୍କୁ ନିୟମିତ ଭାବରେ ଧୂପ,ଅଗରବତୀ ଲଗାନ୍ତୁ। ଧ୍ୟାନ ରଖିବେ ଯେପରି ଏହି ତେଲର ଦୀପକୁ ହନୁମାନଙ୍କ ସମୁଖରେ ଜଳାନ୍ତୁ ନାହିଁ ବରଂ ତାଙ୍କ ଶରୀରରେ ଚମେଲି ତେଲ ଲଗାନ୍ତୁ। ଏହା ଦ୍ବାରା ହନୁମାନଙ୍କର କୃପା ସବୁବେଳେ ରହିଥିବ।

chameli oil
ରାସି ତେଲ:

ଏହି ତେଲ ଦ୍ବାରା ଆପଣ କେତେ ପ୍ରକାରର ସାଧନା କରିପାରିବେ। ଅସାଧ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ଲଗାତର ୪୧ ଦିନ ବର ଗଛ ମୂଳରେ ରାସି ତେଲର ଦୀପ ଜଳାନ୍ତୁ। ରାସି ଦୀପକୁ ବର ଗଛ ମୂଳରେ ଜଳାଇଲେ ଶକ୍ତି ପ୍ରାପ୍ତ ହୋଇଥାଏ।

til tel

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.