ସେଓ ଖାଇବା ଶରୀର ପାଇଁ ଲାଭକାରୀ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ସେଓକୁ ସିଝାଇ ଖାଇଲେ କ’ଣ ଲାଭ ମିଳେ, ତାହା ଆପଣ ଜାଣନ୍ତି କି ? ମୋଟାପଣ କମ୍ କରିବା ଠାରୁ ଆରମ୍ଭ କରି ହାର୍ଟ, ଡାଇବେଟିଜ ଏବଂ ମସ୍ତିଷ୍କକୁ ଫିଟ୍ ରଖିବା ପାଇଁ ସିଝା ସେଓ ଖାଇବା ଫାଇଦାଯୁକ୍ତ ହୋଇଥାଏ। ତେବେ ସେଓ କେତେକ ପ୍ରକାର ରୋଗରୁ ଦୂରେଇ ରଖିଥାଏ। ତେବେ ଜାଣନ୍ତୁ ସିଝା ସେଓ ଖାଇଲେ କ’ଣ ଫାଇଦା ପହଞ୍ଚାଇଥାଏ।
ଓଜନ କମ୍ କରିବା ପାଇଁ ସିଝା ସେଓ ଖାଇବା ଉଚିତ। ସେଓରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି ଭରପୂର ଭାବେ ରହିଥାଏ। ଯାହା ଶରୀରର ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଯଦି ଆପଣ ନିୟମିତ ରୂପେ ସିଝା ସେଓ ଖାଆନ୍ତି, ତେବେ ଶରୀରର ଓଜନ କମ୍ ହୋଇପାରେ।
ଯଦି ଆପଣଙ୍କର କାଶ ହେଉଛି, ତେବେ ଆପଣ ସିଝା ସେଓ ନିଶ୍ଚିତ ଖାଆନ୍ତୁ। ଏହା ଆପଣ କାଶକୁ ରୋକିବାରେ ସହାୟକ ହୋଇଥାଏ। କୌଣସି ପ୍ରକାର କାଶ ହେଉ ଏହାକୁ ରୋକିବାକୁ ଆପଣ ସିଝା ସେଓ ଖାଇପାରିବେ।
ଯଦି ଆପଣଙ୍କ ପେଟ କାମୁଡୁଥାଏ, ତେବେ ସିଝା ସେଓ ଖାଇବା ଫାଇଦାଯୁକ୍ତ। ପ୍ରତିଦିନ ଅର୍ଥାତ୍ ୭ ଦିନ ପର୍ଯ୍ୟନ୍ତ ଲଗାତାର ସିଝା ସେଓ ଖାଇବା ଦ୍ୱାରା ଆପଣଙ୍କ ଏପରି ସମସ୍ୟାରୁ ମୁକ୍ତି ମିଳିବ।
ସିଝା ସେଓ ହାର୍ଟକୁ ଫିଟ୍ ରଖିବା ପାଇଁ ବହୁତ ଉପଯୋଗୀ। ସିଝା ସେଓ ନିୟମିତ ଭାବେ ଖାଇଲେ ହାର୍ଟ ଫିଟ୍ ରଖିଥାଏ। ସେଓରେ ଥିବା ଗୁଣ କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିଥାଏ।
ଡାଇବେଟିଜ କଣ୍ଟ୍ରୋଲ କରିବା ପାଇଁ ସିଝା ସେଓ ଖାଇବା ଫାଇଦାଯୁକ୍ତ। ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ବ୍ଲଡ ସୁଗାର ମାତ୍ରା କମ୍ ହୋଇଯାଏ। ଡାଇବେଟିଜ ରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ।