ଯଦି କ୍ଷୀର ପିଇବା ପସନ୍ଦ ନୁହେଁ ତେବେ ଲିଷ୍ଟରେ ଆଡ୍‌ କରନ୍ତୁ ଏହି ସବୁ ଖାଦ୍ୟ, କ୍ୟାଲସିୟମ ଅଭାବ ରହିବ ନାହିଁ

ଏମିତିରେ ତ ଶରୀରରେ କ୍ୟାଲସିୟମ ମାତ୍ରା କୌଣସି ବି ବୟସରେ କମି ଯାଇପାରେ । କିନ୍ତୁ ସାଧାରଣତଃ ମହିଳାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ଗବେଷଣାରୁ ଜଣାଯାଇଛିକି ଦେଶର ପ୍ରାୟ ଅର୍ଦ୍ଧାଧିକ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି । ଆଉ ଏହି କାରଣରୁ ହିଁ ବୃଦ୍ଧାବସ୍ଥା ପୂର୍ବରୁ ହିଁ ସେମାନଙ୍କ ଠାରେ ଅଂଟା ବିନ୍ଧା, ଆଂଠୁଗଣ୍ଠି ବିନ୍ଧା ପରି ସମସ୍ୟା ଦେଖାଦେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ପ୍ରାୟ ୮୫ % ଲୋକ କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି ।

କାହିଁକି ଦରକାର କ୍ୟାଲସିୟମ ?
କ୍ୟାଲସିୟମ ଏକ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଆମ ଦାନ୍ତ ତଥା ହାଡକୁ ମଜବୁତ କରିବାରେ କ୍ୟାଲସିୟମର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ରକ୍ତ ଜମାଟ ନବାନ୍ଧିବା ସହିତ ମାଂଶପେଷି ଗୁଡିକୁ ସଂକୁଚିତ ହେବାକୁ ଦିଏନାହିଁ । କିନ୍ତୁ ଆଜିକା ସମୟରେ ଅଧିକାଂଶ ମହିଳା କ୍ୟାଲସିୟମ ମାତ୍ରା କମର ଶିକାର ହେଉଛନ୍ତି । ଆଉ ଏବେ ଏହା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ବିଶେଷ କରି ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ କ୍ୟାଲସିୟମ ମାତ୍ରା କମର ଶିକାର ହେବାକୁ ପଡିଥାଏ । ଆଉ ଏହି ସମୟରେ ସେମାନଙ୍କ ହାଡ ଦୁର୍ବଳ ହେବା ସହ ଶରୀରରେ ଓଷ୍ଟିଓପୋରସିସ ହେବାର ଆଶଙ୍କା ଅନେକ ଗୁଣା ବଢିଯାଏ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଭାରତରେ ସର୍ବଧିକ କ୍ଷୀର ଉତ୍ପାଦନ ହୋଇଥାଏ । କିନ୍ତୁ ତଥାପି ଆହାରରେ କ୍ଷୀରର ପରିମାଣ ଖୁବ କମ ରହିଥାଏ । କାରଣ କିଛି ମହିଳା କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ଆଉ କିଛି ଜଣ କ୍ଷୀରକୁ ସହଜରେ ହଜମ କରିପାରନ୍ତି ନାହିଁ । ଯଦି ଆପଣ ବି ଏହି ଲିଷ୍ଟରେ ସାମିଲ ଅଛନ୍ତି ତେବେ କ୍ଷୀର ବଦଳରେ ଏହି ସବୁ ଖାଦ୍ୟକୁ ନିଜ ଆହାରରେ ସାମିଲ କରନ୍ତୁ ।

ବାଦାମ:
ଅଧା କପ ବାଦାମରେ ପାଖାପାଖି ୧୩୦ ମିଲିଗ୍ରାମରୁ ଅଧିକ କ୍ୟାଲସିୟମ ରହିଥାଏ । ଯାହା କେବଳ ହାଡ ମଜବୁତ କରିନଥାଏ ଅନେକ ରୋଗରୁ ବି ମୁକ୍ତି ଦେଇଥାଏ ।

ମାଣ୍ଡିଆ:
ଭାରତର ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ ଅନୁଯାୟୀ, ୧୦୦ ଗ୍ରାମ ମାଣ୍ଡିଆରେ ୩୪୪ ମିଲିଗ୍ରାମ କ୍ୟାଲସିୟମ ଅଛି । ଆପଣ ଏହାକୁ ଖାଇବା ସହିତ ଏହାକୁ ପେଷି ଅଟା ମଧ୍ୟ କରିପାରନ୍ତି ।

ଦଲିଆ:
ଗୋଟେ ଗିନା ଦଲିଆରେ ପ୍ରାୟ ୧୦୦ mg କ୍ୟାଲସିୟମ ଭରି ରହିଥାଏ । ଯାହାକି ହାଡ ମଜବୁତ କରିଥାଏ । ଏହା ବ୍ୟତୀତ ଏହି ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇଥାଏ ।

ଦହି:
ଗୋଟେ ମାଧ୍ୟମ କପ ଆକାରର ଦହିରେ ୨୨୦ ମିଲିଗ୍ରାମ କ୍ୟାଲସିୟମ ଅଛି । ପ୍ରବାୟୋଟିକ ବ୍ୟାକ୍ଟେରିଆରେ ଭରପୁର ହୋଇଥାଏ । ପାଚନ କ୍ରିୟାକୁ ମଜବୁତ କରିଥଏ ।

ରାଶି:
ଗୋଟେ ଚାମଚ ରାଶିରେ 88 ମିଲିଗ୍ରାମ କ୍ୟାଲସିୟମ ସହିତ ମ୍ୟାଗନେସିୟମ ଭାରି ରହିଥାଏ । ଯାହାକି ଉଚ୍ଚ ରକ୍ତଚାପକୁ କମ କରିଥାଏ । ଏହା ସହ ଏହା ଅନିଦ୍ରା ଦୂର କରିବା ସହିତ ହୃଦରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.