ଜାଣିବାକୁ ଚାହାଁନ୍ତି କି ଆପଣଙ୍କ ଚା’ପତି କେତେ ଶୁଦ୍ଧ, ଯାଞ୍ଚ ପାଇଁ ଆପଣାନ୍ତୁ ଏହି ଟିପ୍ସ

ସମସ୍ତଙ୍କ ଘରେ ଚା’ ପ୍ରସ୍ତୁତ ହୁଏ । ଘରକୁ ଅତିଥି ଆସିଲେ ହେଉ ବା ଶରୀରରେ ସ୍ଫୁର୍ତ୍ତି ଆଣିବାକୁ ହେଉ ଚା’ ହେବା ଜରୁରୀ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଯେଉଁ ଚା’ ଆପଣ ପିଉଛନ୍ତ ଏହା କେତେଦୂର ଶୁଦ୍ଧ । କାରଣ ବଜାରରେ ବହୁ ଭେଜାଲ ଜିନିଷ ଏବେ ଦେଖିବାକୁ ମିଳୁଛି । ଏଥିରେ ଆପଣଙ୍କ ଚା’ ପତି ଆଉ ଭେଜାଲ ନୁହେଁ ତ । ଆସନ୍ତୁ ଆଜି ଜାଣିବା ଏମିତି କିଛି ଟିପ୍ସ ବିଷୟରେ ଯାହାଦ୍ୱାରା ଆପଣଙ୍କ ଚା’ପତି କେତେ ଶୁଦ୍ଧ ଜାଣିପାରିବେ ।

tea

ଟିସୁ ପେପର ସାହାଯ୍ୟରେ ଜାଣିପାରିବେ ଶୁଦ୍ଧତା :

ଏକ ଟିସୁ ପେପର ନିଅନ୍ତୁ ଓ ଏହା ଉପରେ ୨ ଚାମଚ ଚା’ ପତି ରଖନ୍ତୁ । ଏହା ଉପରେ ଦୁଇ ଚାରି ବୁନ୍ଦା ପାଣି ପକାନ୍ତୁ ଏବଂ ଏହାକୁ ଖରାରେ କିଛି ସମୟ ପାଇଁ ରଖିଦିଅନ୍ତୁ । ଯଦି କିଛି ସମୟ ପରେ ଏଥିରେ ଦାଗ ନ ଲାଗେ ତେବେ ଜାଣିବେ ଏହା ଶୁଦ୍ଧ ଅଟେ । ଯଦି ଏହା ଉପରେ ତେଲ ଭଳି ଦାଗ ଲାଗିଯାଏ ତେବେ ଜାଣିବେ ଯେ ଏହା ଭେଜାଲ ଅଟେ ।

ହାତ ସାହାଯ୍ୟରେ ମଧ୍ୟ ଜାଣିପାରିବେ :

ଅଳ୍ପ କିଛି ଚା’ ପତିକୁ ନେଇ ୨ ମିନିଟ ଯାଏ ଆପଣ ହାତରେ ରଗଡନ୍ତୁ । ଯଦି ରଗଡିବା ସମୟରେ ଆପଣଙ୍କ ହାତରେ କିଛି ଦାଗ ନଲାଗୁଛି ତେବେ ଜାଣିବେ ଆପଣଙ୍କ ଚା’ପତି ଶୁଦ୍ଧ ଅଟେ ।

ପାଣି ଗ୍ଲାସରେ ଜାଣନ୍ତୁ ଶୁଦ୍ଧତା

ଚା’ ପତିର ଶୁଦ୍ଧତା ଜାଣିବା ପାଇଁ ଆପଣ ଏକ ଗ୍ଲାସ ଥଣ୍ଡା ପାଣିରେ ୨ ଚାମଚ ଚା’ ପତି ପକାନ୍ତୁ । ଏହାକୁ ୧ ମିନିଟ ଯାଏ ଛାଡ଼ି ଦିଅନ୍ତୁ । ୧ ମିନିଟ ପରେ ଯଦି ପାଣିର ରଙ୍ଗ ବଦଳି ରଙ୍ଗୀନ ହୋଇଯାଏ ତେବେ ଜାଣିବେ ଆପଣଙ୍କ ଚା’ପତି ଭେଜାଲ । ଯଦି ରଙ୍ଗ ନ ବଦଳେ ତେବେ ଚା’ ପତି ଶୁଦ୍ଧ ବୋଲି ଜାଣିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.