ଆପଣ ବି ଖାଉନାହାନ୍ତି ତ ଇଟା-ସାବୁନ ପାଉଡ଼ର ମିଶ୍ରିତ ଲଙ୍କାଗୁଣ୍ଡ? ଏମିତି କରନ୍ତୁ କ୍ୱାଲିଟି ଚେକ୍‌

କ୍ଷୀର, ଘିଅ, ତେଲ, ଫଳ ଏମିତିକି ପନିପରିବାରେ ମଧ୍ୟ ଅପମିଶ୍ରଣ ହେଉଛି। ଅଧିକ ଲାଭ ପାଇବା ଆଶାରେ ବ୍ୟବସାୟୀମାନେ ଏସବୁ ଜିନିଷର ଗୁଣବତ୍ତା ନଷ୍ଟ କରିଦେଉଛନ୍ତି। ତେବେ ଏହି ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଶରୀରର ବିଭିନ୍ନ କ୍ଷତି ହେଉଛି। ଖାଦ୍ୟରେ ଅପମିଶ୍ରଣ ହେବା ଯୋଗୁ ଆମ ଶରୀର ଉପରେ ଏହା କୁପ୍ରଭାବ ପଡ଼ୁଛି। ଫଳରେ ଆମେ ଦିନକୁ ଦିନ ରୋଗାଗ୍ରସ୍ତ ହୋଇପଡ଼ୁଛେ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ରୋଷେଇ ଘରେ ବ୍ୟବହାର କରୁଥିବା ଲଙ୍କା ଗୁଣ୍ଡ ମଧ୍ୟ ଏହି ଅପମିଶ୍ରଣରୁ ବର୍ତ୍ତି ନାହିଁ। ଏହାର କ୍ୱାଣ୍ଟିଟି ବଢ଼ାଇବା ପାଇଁ କ୍ୱାଲିଟି ଖରାପ କରାଯାଉଛି। ଏହାର ପରିମାଣ ବୃଦ୍ଧି କରିବାକୁ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରାଯାଉଛି।

ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ(FSSAI) ନିକଟରେ ଉପଭୋକ୍ତାଙ୍କୁ ସଚେତନ କରିବା ପାଇଁ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ କୁହାଯାଇଛି ଯେ ବଜାରରେ ମିଳୁଥିବା ଲଙ୍କା ଗୁଣ୍ଡରେ ଇଟା ଗୁଣ୍ଡ, ପାଉଡର, ସାବୁନ କିମ୍ବା ବାଲି ମିଶାଯାଉଛି। ଏଥିସହ FSSAI ପକ୍ଷରୁ ନକଲି ଓ ଅସଲି ଲଙ୍କା ଗୁଣ୍ଡ ଚିହ୍ନିବା ପାଇଁ ଏକ ଉପାୟ ବି କୁହାଯାଇଛି।

ଲଙ୍କାଗୁଣ୍ଡ ଚିହ୍ନିବା ପାଇଁ ଅଧ ଗ୍ଲାସ ପାଣି ନିଅନ୍ତୁ। ସେଥିରେ ଗୋଟେ ଚାମଚ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ ଚାମଚରେ ନ ମିଶାଇ ଆପେ ଆପେ ତଳକୁ ବସିବାକୁ ଦିଅନ୍ତୁ। ଏବେ ଓଦା ଲଙ୍କା ଗୁଣ୍ଡକୁ ହାତରେ ନେଇ ହାଲ୍‌କା ରଗଡ଼ନ୍ତୁ। ଯଦି ଏହା ଖଦଡ଼ା ଲାଗେ ତେବେ ଜାଣନ୍ତୁ ଯେ ଅପମିଶ୍ରଣ ହୋଇଛି। ଯଦି ଏହା ଚିକିଟା ଲାଗେ ତେବେ ଏଥିରେ ସାବୁନ୍‌ ପାଉଡର ମିଶିଛି ବୋଲି ଜାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.