ଆପଣ ପ୍ରତିଦିନ ପିଉଥିବା ଚା’ ନକଲି ନୁହେଁ ତ! ଏହି ସହଜ ଉପାୟରେ ପତ୍ତା ଲଗାନ୍ତୁ

ବଜାରରେ ମିଳୁଥିବା ସବୁ ଜିନିଷ ବିଶୁଦ୍ଧ ନୁହେଁ। ଦୋକାନୀମାନେ ଅଧିକ ଲାଭ ପାଇବା ଆଶାରେ ପ୍ରତ୍ୟେକ ଜିନିଷରେ ଅପମିଶ୍ରଣ କରୁଛନ୍ତି। ଏତେ ଚାଲାକୀରେ ସେମାନେ ଅପମିଶ୍ରଣ କରୁଛନ୍ତି ଯେ ଧରା ବି ପଡ଼ୁନାହାନ୍ତି। ଏସବୁ ଜିନିଷକୁ ଦୃଷ୍ଟିରେ ରଖି ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ (FSSAI) ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। FSSAI ଅନେକ ଥର ଲୋକଙ୍କୁ ଅପମିଶ୍ରଣ ନେଇ ସଚେତନ କରୁଛି। ତେବେ ଏଥରକ FSSAI ଅପମିଶ୍ରିତ ଚା’କୁ ଚିହ୍ନିବା ଉପାୟ କହିଛି।

ଅପମିଶ୍ରିତ ଚା’ପତି ଚିହ୍ନିବାକୁ ଅନେକ ଉପାୟ ରହିଥିଲେ ମଧ୍ୟ FSSAI ଏକ ସହଜ ଉପାୟ ସେୟାର କରିଛି। ଏଥିପାଇଁ ପ୍ରଥମେ ଏକ ଫିଲ୍ଟର ପେପର ନିଅନ୍ତୁ। ଏହା ଉପରେ କିଛି ଚା’ପତି ରଖନ୍ତୁ। ଏବେ ଏହା ଉପରେ କିଛି ପାଣି ବୁନ୍ଦା ପକାଇ ଓଦା କରି ଦିଅନ୍ତୁ। ଏବେ ଏହି ଫିଲ୍ଟର ପେପରକୁ ଟ୍ୟାପ୍‌ ପାଣିରେ ଧୋଇ ଦିଅନ୍ତୁ। ଏବେ ଏହି ଫିଲ୍ଟର ପେପର ଉପରେ ଲାଗିଥିବା ଦାଗକୁ ଲାଇଟ୍‌ରେ ଚେକ୍‌ କରନ୍ତୁ। ଯଦି ଏଥିରେ କିଛି ଦାଗ ନଥିବ ତେବେ ବୁଝି ଯାଆନ୍ତୁ ଯେ ଚା’ପତିଟି ଅସଲି। ଯଦି ଏଥିରେ କୌଣସି ଦାଗ ରହିଛି, ତେବେ ଚା’ପତି ନକଲି।

ଦେଖନ୍ତୁ ଭିଡିଓ:

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ(FSSAI) ନିକଟରେ ଉପଭୋକ୍ତାଙ୍କୁ ସଚେତନ କରିବା ପାଇଁ ଟ୍ଵିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛି। ତେବେ ପୂର୍ବରୁ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ନକଲି ଲଙ୍କୁ ଗୁଣ୍ଡ, ହଳଦୀ ଗୁଣ୍ଡ ପ୍ରମୁଖ ଚିହ୍ନିବାକୁ କେତେକ ସହଜ ଉପାୟ କୁହାଯାଇଥିଲା। ଲଙ୍କା ଗୁଣ୍ଡ ଅସଲି କି ନକଲି ଚିହ୍ନିବା ପାଇଁ FSSAI କହିଥିଲା ଯେ ପ୍ରଥମେ ଅଧ ଗ୍ଲାସ ପାଣି ନିଅନ୍ତୁ। ସେଥିରେ ଗୋଟେ ଚାମଚ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ ଚାମଚରେ ନ ମିଶାଇ ଆପେ ଆପେ ତଳକୁ ବସିବାକୁ ଦିଅନ୍ତୁ। ଏବେ ଓଦା ଲଙ୍କା ଗୁଣ୍ଡକୁ ହାତରେ ନେଇ ହାଲ୍କା ରଗଡ଼ନ୍ତୁ। ଯଦି ଏହା ଖଦଡ଼ା ଲାଗେ ତେବେ ଜାଣନ୍ତୁ ଯେ ଅପମିଶ୍ରଣ ହୋଇଛି। ଯଦି ଏହା ଚିକିଟା ଲାଗେ ତେବେ ଏଥିରେ ସାବୁନ୍ ପାଉଡର ମିଶିଛି ବୋଲି ଜାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.