ପଢନ୍ତୁ, ଝିଅ ମାନେ ଖୋଜିଥାନ୍ତି ନିଜ ପୁଅ ସାଥୀଙ୍କ ପାଖରେ କେଉଁ ୫ଟି ଗୁଣ !

ସଂପର୍କ ଗଢିବା ସହଜ ହୋଇଥାଏ କିନ୍ତୁ ଏହି ସଂପର୍କ ସହ ଜୀବନ ସାରା ଏକାଠି ରହିବା ଏତେବି ସହଜ କଥା ହୋଇ ନଥାଏ । ଏହା ପାଇଁ ଆପଣଙ୍କୁ ସମ୍ପୁର୍ଣ୍ଣ ମାତ୍ରରେ ସର୍ମପଣଭାବ ରଖିବା ଉଚିତ୍ ନିଜ ସାଥିଙ୍କ ପ୍ରତି । ବେଳେବେଳେ ଆପଣ ଆପଣଙ୍କ ସାଥିଙ୍କ ମନରେ ଦୁଃଖ ଦେଇଥାନ୍ତି ଯାହା ଫଳରେ ଆପଣଙ୍କ ସଂପର୍କ ଦୁର୍ବଳ ହୋଇଯିଥାଏ । ଏହି ସବୁରୁ ଭଲ ଆପଣ ସମ୍ଭାଳିକି ରାସ୍ତା ଚାଲନ୍ତୁ ଏବଂ ସାଥିଙ୍କର ବିଚାରଧାରା ଉପରେ ଟିକେ ଧ୍ୟାନ ରଖନ୍ତୁ । ଆମେ ଆଜି ଆପଣଙ୍କୁ ଜଣାଇବୁ ଏମିତି କିଛି କଥା ଯାହା କୌଣସି ଝିଅ ମୁହଁ ଖୋଲି କହି ନଥିଲେ ମଧ୍ୟ ଖୋଜି ଥାଆନ୍ତି ନିଜ ପୁଅ ସାଥୀଙ୍କ ନିକଟରେ ଏହି ୫ ଟି ଗୁଣ-

• ଝିଅ ମାନେ ଯେତେବି ମଜଭୁତ୍ ହେବାର ଅଭିନୟ କରନ୍ତୁ ନା’ କାହିଁକି କିନ୍ତୁ ନିଜ ଭିତରୁ ଚାହିଁ ଥାନ୍ତି କି ତାଙ୍କ ସାଥୀ ଟିକେ ହେଲେବି ତାଙ୍କର ଧ୍ୟାନ ରଖନ୍ତୁ ।

• ଘରେ ପଂହଚିବା ମାତ୍ରେ ଆପଣଙ୍କର ଗୋଟେ ଫୋନକଲ୍ ଆପଣଙ୍କ ସାଥୀଙ୍କ ମନରେ ଆଣିଥାଏ ଆପଣ ତାଙ୍କ ପାଇଁ କେତେ ଚିନ୍ତିତ । ଝିଅ ମାନେ ଚାହିଁଥାନ୍ତି କି ତାଙ୍କ ପୁଅ ସାଥୀ ତାଙ୍କର ସମ୍ପୁର୍ଣ୍ଣ କଥା ଶୁଣି ତାଙ୍କ କଥାରେ ଗୁରୁତ୍ବ ଦିଅନ୍ତୁ ।

• ଅଧାପାନ୍ତରା କଥା ଶୁଣିକି ନିଜ କଥା ରଖିବା ଦ୍ବାରା ଫସି ପାରନ୍ତି । କାହିଁକି ନା ଝିଅ ମାନଙ୍କୁ ବିଲକୁଲବି ଭଲ ଲାଗିନଥାଏ ତାଙ୍କର ଅଧାପାନ୍ତରା କଥା ଶୁଣି କିଏ ବି ତାଙ୍କୁ ଉପଦେଶ ଦେବା ।

• ସଂପର୍କରେ ପଡିବା ପରେ ପୁ୍ଅ ମାନେ ସବୁବେଳେ ନିଜ ଝିଅ ସାଥୀଙ୍କର ଧ୍ୟାନ ରଖିବା ବନ୍ଦ କରିଦେଇଥାନ୍ତି । ଯାହାକି ସାଥିଙ୍କ ମନରେ ବହୁତ କଷ୍ଟ ଦେଇଥାଏ । ଏଥିପାଇଁ ବେଳେବେଳେ ନିଜ ଝିଅ ସାଥୀଙ୍କୁ ସରପ୍ରାଇଜ୍ ଦିଅନ୍ତୁ ।

• ଅନୁସଂନ୍ଧାନି ମାନଙ୍କଠୁ ଜଣା ଯାଇଛି ଯେ, ଝିଅ ମାନଙ୍କୁ ସବୁବେଳେ ପୁଅ ମାନଙ୍କ ଦେହର ବାସ୍ନା ବହୁତ ପସନ୍ଦ ଆସିଥାଏ । ଏଥିପାଇଁ ନିଜ ଝିଅ ସାଥୀଙ୍କୁ ଦେଖା କରିବାକୁ ଗଲେ ପ୍ରଥମେ ସାଥୀଙ୍କୁ ଏକ ଭଲପାଇବାଭରା ଆଲିଙ୍ଗନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.