ଲମ୍ବା ଆୟୁଷ ଚାହୁଁଛନ୍ତି କି? ନିୟମିତ ଯାଆନ୍ତୁ ମନ୍ଦିର, ରୁହନ୍ତୁ ସୁସ୍ଥ

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ, ସେମାନଙ୍କ ଆୟୁଷ ମଧ୍ୟ ବଢ଼ି ଯାଇଥାଏ।

ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଆମକୁ ଶାନ୍ତି ମିଳିଥାଏ। ଆଉ ଚିନ୍ତା କମିଯାଇଥାଏ। ଆମେରିକାର ଭଣ୍ଡରବିଲ୍ଟ ୟୁନିଭର୍ସିଟିର ଗବେଷକମାନେ ଏ ବିଷୟରେ ଏକ ରିସର୍ଚ୍ଚ କରିଥିଲେ। ୪୦ରୁ ୬୫ ବର୍ଷ ବୟସରେ ଯେଉଁ ଲୋକ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ କିମ୍ବା ଅନ୍ୟ ଧାର୍ମିକ ସ୍ଥଳକୁ ଯାଇଥାଆନ୍ତି, ସେମାନଙ୍କଠାରେ ଅସମୟରେ ମୃତ୍ୟୁର ଆଶଙ୍କା ୫୫ ପ୍ରତିଶତ ପଯ୍ୟର୍ନ୍ତ କମିଯାଇଥାଏ।

ab2

ଜଣେ ଗବେଷକଙ୍କ କହିବା ଅନୁଯାୟୀ, ମନ୍ଦିର ଏମିତି ଏକ ସ୍ଥାନ, ଯେଉଁଠି ଆପଣଙ୍କୁ ଆସ୍ଥା ଅନୁଭବ ହୋଇଥାଏ। ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗବେଷଣା ସମୟରେ ବିଭିନ୍ନ ଧର୍ମ ଏବଂ ସମୁଦାୟର ୫,୪୪୯ଜଣ ଲୋକ ଏଥିରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୬୪ ପ୍ରତିଶତ ଲୋକ ପ୍ରତିଦିନ ପୂଜାପାଠ କରୁଥିଲେ। ସମସ୍ତଙ୍କ ଶରୀରକୁ ଯାଞ୍ଚ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଘର କୋଣରେ ରଖନ୍ତୁ ନଡିଆ ପାଉଁଶ, ବୃଦ୍ଧି ପାଇବ ରୋଜଗାର

ଏଥିରୁ ଜଣାପଡ଼ିଥିଲା, ଧାର୍ମିକ ଗତିବିଧି ସହ ଜଡ଼ିତ ଲୋକଙ୍କୁ କମ୍ ଚିନ୍ତା ରହିଥାଏ। ପୂଜାପାଠରୁ ମିଳୁଥିବା ସକାରାତ୍ମକ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.