ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନଚେତ ଆପଣଙ୍କର ହାଡ଼ ହୋଇଯିବ ଦୁର୍ବଳ; ଭୋଗିବାକୁ ପଡିବ ଏହି ସବୁ ସମସ୍ୟା

ଅଧିକାଂଶ ଲୋକଙ୍କର ଏହି ଧାରଣା ଥାଏ ଯେ, ହାଡ଼ ଗୁଡ଼ିକ ଦୁର୍ବଳ ହେବା ଓ ଗଣ୍ଠି ଆଦିରେ ଯନ୍ତ୍ରଣା ସମସ୍ୟା ବୃଦ୍ଧାବସ୍ଥାରେ ହୋଇଥାଏ। ହେଲେ ଆପଣ ନିଜର ଆଖପାଖରେ ଅନେକ ଏମିତି ବୟସ୍କ ଲୋକଙ୍କୁ ଦେଖିଥିବେ ,ଯେଉଁମାନଙ୍କର ବୃଦ୍ଧାବସ୍ଥାରେ ବି କୌଣସି ସମସ୍ୟା ହୋଇନଥାଏ ।

ବାସ୍ତବରେ ହାଡ଼ ଗୁଡ଼ିକର ଦୃଢ଼ତା ଆମର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଏହାକୁ ଆମେ ସମତୁଲ ମଧ୍ୟ କରିପାରିବା । ଯଦି ଆମେ ନିଜର ଖରାପ ଅଭ୍ୟାସରେ ସୁଧାର ଆଣି ପାରିବା ତ ଆମର ହାଡ଼ ଗୁଡ଼ିକୁ ସୁସ୍ଥ ଓ ମଜବୁତ୍‌ ରଖି ପାରିବା । ଏକ୍ସପର୍ଟଙ୍କ ମୁତାବିକ ଆମର କିଛି ଅଭ୍ୟାସ ହାଡ଼ ଉପରେ ଖରାପ ପ୍ରଭାପ ପକାଇ ଥାଏ ।

ସ୍ମୋକିଂ କରିବା –

ଏକ୍ସପର୍ଟଙ୍କ ମୁତାବିକ, ତମାଖୁ ଆମର ଶରୀରର ଟିସୁରେ ଏକ ପ୍ରକାରର ନ୍ୟୁକ୍ଲିୟର ସୃଷ୍ଟି କରିଥାଏ,ଯାହାକୁ ମୁକ୍ତ କଣିକା କୁହାଯାଏ । ଏହା ଫୁସ୍‌ଫୁସ୍‌ ସହ ଆମର ହାଡ଼କୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ଯେଉଁ ଲୋକ ତମାଖୁ ନେଇଥାନ୍ତି , ତାଙ୍କର ଶରୀରରେ ହାଡ଼ ଗୁଡ଼ିକର ଘନତ୍ୱ କମ୍‌ ହୋଇଥାଏ । ବାସ୍ତବରେ ମୁକ୍ତ କଣିକା ଆପଣଙ୍କ ହାଡ଼କୁ ତିଆରି କରୁଥିବା କୋଶିକା ବା ସେଲ୍‌କୁ ମାରି ଦେଇଥାଏ ।

ଏହା ବ୍ୟତୀତ ସ୍ମୋକିଂ କାରଣରୁ ଆମର ଶରୀରରେ ଷ୍ଟ୍ରେସ୍‌ ହର୍ମୋନ କୋର୍ଟିସୋଲର ପ୍ରଡକ୍ସନ ବଢ଼ିଯାଏ । କୋର୍ଟିସୋଲ ଆମର ବୋନ୍‌ ଷ୍ଟକ୍‌କୁ କମ୍‌ କରିଥାଏ । ଯଦି କେବେ ହାଡ଼ ଭାଙ୍ଗି ଯାଏ ତ ସ୍ମୋକିଂ ଆପଣଙ୍କର ବ୍ଲଡ୍‌ ସେଲ୍ସକୁ କ୍ଷତି ପହଞ୍ଚାଇ ରିକଭର ହେବାର ପ୍ରକ୍ରିୟାକୁ ଧିମା କରିଦିଏ ।

ବ୍ୟାୟାମ ନକରିବା –

ବ୍ୟାୟାମ ନକରିବା କରଣରୁ ହାଡ଼କୁ କ୍ଷତିପହଞ୍ଚିବାର ବିପଦ ବଢ଼ିଯାଏ । ମାଂସପେଶୀ ଶକ୍ତ ହେବା ଦ୍ୱାରା ହାଡ଼କୁ ମଜବୁତ୍‌ ମିଳିଥାଏ । ଏଥିପାଇଁ ବ୍ୟାୟାମ କରିବା ନିହାତି ଜରୁରୀ । ଓଜନିଆ ଜିନି, ଉଠାଇବା ଓ ଦ୍ରୁତ ଗତିରେ ଚାଲିବ ଦ୍ୱାରା ମଧ୍ୟ ଆପଣଙ୍କର ହାଡ଼ ମଜବୁତ୍‌ ହୋଇଥାଏ ।

ମଦ୍ୟପାନ କରିବା – ଏକ୍ସପର୍ଟଙ୍କ ଅନୁସାରେ , ମଦ୍ୟ ପାନ କରିବା ଦ୍ୱାରା ମଧ୍ୟ ଶରୀରରେ କୋର୍ଟିସୋଲ ବଢ଼ିଯାଏ , ଯେଉଁଥିରେ ବୋନ୍‌ ଷ୍ଟକ୍‌ କମ୍ ହୋଇଯାଏ । ମଦ ଯୋଗୁଁ ଶରୀରରେ ଏଷ୍ଟ୍ରୋଜନ ଓ ଟେଷ୍ଟୋଷ୍ଟେରୋନର ସ୍ତର ମଧ୍ୟ ହ୍ରାସ ପାଇଥାଏ । ଏହି ଦୁଇ ହର୍ମୋନ୍‌ ହାଡ଼ର ସୁସ୍ଥତା ପାଇଁ ଭଲ ହୋଇଥାଏ।

ଖରାରୁ ଦୂରେଇ ରହିବା –

ଭିଟାମିନ୍‌-ଡି ରେ ହାଡ଼ ମଜବୁତ୍ ହୋଇଥାଏ । ଜାଣି ରଖନ୍ତୁ କି ଭିଟାମି୍ନ୍‌ ଡିର ଅଭାବରୁ ହାଡ଼ ପତଳା ଓ ଗୁରୁତର ହୋଇଯାଏ । ଏହି ଭିଟାମିନ୍‌ ସୂର୍ଯ୍ୟଙ୍କ ଠାରୁ ମିଳିଥାଏ । ଯଦି ଆପଣ ଘର ବାହାରେ କିଛି ସମୟ ନବିତାନ୍ତି ତ ଆପଣଙ୍କ ଶରୀରରେ ଭିଟାମିନ୍‌-ଡିର ଅଭାବ ଦେଖାଦିଏ । ହାଡ଼ର ମଜବୁତ୍‌ ପାଇଁ କ୍ୟାଲସିୟମ୍‌ର ଆବଶ୍ୟକ ମଧ୍ୟ ହୋଇଥାଏ ।

Leave A Reply

Your email address will not be published.