ଆପଣ କେବେ ସ୍ୱପ୍ନରେ ନିଜର ବିବାହ ହେଉଥିବା ଦେଖିଛନ୍ତି କି ? ଜାଣନ୍ତୁ କ’ଣ କୁହେ ସ୍ୱପ୍ନ ଶାସ୍ତ୍ର

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି  ଏହାର ଅର୍ଥ ବୁଝିବେ । ବେଳେ ବେଳେ ଲୋକେ ଏମିତି କିଛି ଅଜବ ସ୍ୱପ୍ନ ଦେଖନ୍ତି,ଯାହାର ଅର୍ଥ ବୁଝି ପାରିବା କଷ୍ଟସାଧ୍ୟ ହୋଇଥାଏ ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନ ଶୁଭ କିମ୍ବା ଅଶୁଭ ଫଳ ଆଣିଥାଏ ।  କେବେ କେବେ ଲୋକେ ନିଜର ବିବାହ ସ୍ୱପ୍ନ ଦେଖିଥାନ୍ତି । ତେବେ ଏହା ବାସ୍ତବିକ ଜୀବନରେ ଶୁଭ ହୋଇଥାଏ । ବର ବେଶରେ ଦେଖିବା, ବର କନ୍ୟା ଦେଖିବା ଏହି ସବୁ ସ୍ୱପ୍ନର କିଛି ଅର୍ଥ ରହିଛି । ଆସନ୍ତୁ ଜାଣିବା କ’ଣ ଏହାର ଅର୍ଥ ।

ସ୍ୱପ୍ନରେ ବର-କନ୍ୟା ଦେଖିବା

ଯଦି ଆପଣ ସ୍ୱପ୍ନରେ ବର-କନ୍ୟା ଯୋଡି ଦେଖନ୍ତି,ତେବେ ଏହା ଅଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଆର୍ଥିକ ସମସ୍ୟା ଆସିପାରେ । ଯଦି ଆପଣଙ୍କୁ ବି ଏମିତି ସ୍ୱପ୍ନ ଆସୁଥାଏ,ତେବେ ଅନାବଶ୍ୟକ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ ।

ସ୍ୱପ୍ନରେ ଅନ୍ୟ କାହାର ବାହାଘର ଦେଖିବା

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ କାହାର ବିବାହ ହେଉଥିବା ଦେଖନ୍ତି,ତେବେ ଏହା ଅଶୁଭ ହୋଇଥାଏ । ଖୁବ୍‌ ଶୀଘ୍ର ଆପଣଙ୍କ ଜୀବନରେ ସଂକଟର ସାମନା କରିବାକୁ ପଡିଥାଏ ।

ସ୍ୱପ୍ନରେ ନିଜ ବାହାଘର ଦେଖିବା

ଯଦି ଆପଣ ସ୍ୱପ୍ନରେ ନିଜେ ବାହା ହେଉଥିବା ଦେଖନ୍ତି,ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସିର ମାହୋଲ ଦେଖା ଦେଇଥାଏ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧୁର ହେବ ।

ସ୍ୱପ୍ନରେ କନ୍ୟାକୁ ଲେହେଙ୍ଗା ପିନ୍ଧିଥିବା ଦେଖିବା

ଯଦି ଆପଣ ସ୍ୱପ୍ନରେ କୌଣସି କନ୍ୟାକୁ ଲେହେଙ୍ଗା ପିନ୍ଧିଥିବାର ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଖୁସୀର ସଂକେତ ଦେଇଥାଏ । ଅର୍ଥାତ ଖୁବ ଶୀଘ୍ର କିଛି ଶୁଭ ସମ୍ବାଦ ମିଳିବ ଓ ଘରେ ଧନଲକ୍ଷ୍ମୀଙ୍କ ଆଗମନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.