ରକ୍ତ ହୀନତା ଦୂର କରିବା ସହିତ ଅନେକ ରୋଗ ଦୂର କରିବ ତେନ୍ତୁଳି, ଜାଣନ୍ତୁ ଏହାକୁ ଖାଇବାର ଅଦ୍ଭୁତ ଉପକାର

ବର୍ତ୍ତମାନ ଯୁଗ ବଦଳୁଛି ପୁଣି ପରିବେଶରେ ମଧ୍ୟ ଅନେକ ପରିବର୍ତ୍ତନ ଘଟୁଛି। ଯାହା ପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି। ପୁଣି ବାରମ୍ବାର ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ମଧ୍ୟ ପଡୁଛି। ଯାହାକି ସ୍ବାସ୍ଥ୍ୟ ପାଇଁ ଖୁବ୍ ଖରାପ୍। ତେବେ ରକ୍ତହୀନତା ମଧ୍ୟ କୌଣସି ଛୋଟ ରୋଗ ନୁହେଁ। ଏହି ରୋଗ ହେଲେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ପୁଣି ଏହି ରୋଗ ଖାସ କରି ଛୋଟ ପିଲାଙ୍କ ପାଖରେ ଦେଖାଯାଏ। ତେବେ ରକ୍ତ ଅଭାବ ପୂରଣ କରିବା ପାଇଁ ଏମିତି ଏକ ଖଟା ଖାଦ୍ୟ କହିବୁ ଯାହାକି ଏହି ରୋଗ ଦୂର କରିବାରେ ସାହାଯ୍ୟ କରି ପାରିବେ।

ଯାହାକୁ ଖାଇବା ପାଇଁ ଡ଼ାକ୍ତର ମଧ୍ୟ କହିଛନ୍ତି। ତେବେ ଏହି ଖଟା ଦ୍ରବ୍ୟ ହେଉଛି ତେନ୍ତୁଳି। ଏହା କେବଳ ରକ୍ତ ହୀନତା ନୁହେଁ, ଆହୁରି ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରେ। ତେନ୍ତୁଳି ସ୍ୱାଦରେ ହୁଏତ ଖଟା କିନ୍ତୁ ସମସ୍ତେ ଏହାର ଖଟା ସ୍ୱାଦକୁ ବହୁତ ପସନ୍ଦ କରନ୍ତି। ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ। ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଶରୀରରେ ରକ୍ତ ଅଭାବ ପୂରଣ କରିବାରେ ତେନ୍ତୁଳି ସାହାଯ୍ୟ କରେ। ଆହୁରି ମଧ୍ୟ, ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ତେବେ ଆସନ୍ତୁ ଜାଣିବା ତେନ୍ତୁଳି ଖାଇବା ସ୍ୱାସ୍ଥ୍ୟର ଉପକାରିତା ବିଷୟରେ।
୧. ରକ୍ତ ହୀନତା ଦୂର କରେ ତେନ୍ତୁଳି:

ତେନ୍ତୁଳି ରକ୍ତ ଅଭାବକୁ ପୂରଣ କରିବାରେ ଲାଭଦାୟକ। ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ପାଇଁ, ଏହାକୁ ଖାଇବା ଉଚିତ୍। କାରଣ ଏଥିରେ ଲୌହ ବା ଆଇରନ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

thalassemia
Picture credit – Healthshot

୨. ହାର୍ଟ ସୁସ୍ଥ ରଖିବାରେ ଲାଭଦାୟକ:

ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ। ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

୩. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ:

ତେନ୍ତୁଳି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ। କାରଣ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

୪. ହଜମ ପ୍ରକ୍ରିୟାକୁ ମଜବୁତ କରେ:

ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ। କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି। ଯାହା ଶରୀରରେ ଅନେକ ପ୍ରକାର ରୋଗକୁ କମ୍ କରିବାରେ ସାହାଯ୍ୟ କରେ। ଏହି ପରାମର୍ଶ ଦିଆଯାଇଥିବା ଟିପ୍ସ ଏବଂ ପରାମର୍ଶ ବିଶେଷଜ୍ଞ ଓ ଡାକ୍ତରଙ୍କ ପରାମର୍ଶ ନେବା ପରେ ଦିଆଯାଉଛି। କିନ୍ତୁ ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.