ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲୁଣ ଖାଇବାରେ କ’ଣ ଆବଶ୍ୟକତା ରହିଛି, ଜାଣନ୍ତୁ

ଲୁଣ ଆମ ଜୀବନରେ ଏକ ଅତ୍ୟାବଶ୍ୟକୀୟ ପଦାର୍ଥ । ଲୁଣ ବିନା ଖାଦ୍ୟର ପରିକଳ୍ପନା କରାଯାଇପାରେନା । ଲୁଣ ୫ ପ୍ରକାରର ହୋଇଥାଏ । ଯେପରି ସନ୍ଧୈବ ଲୁଣ, ସି ସଲ୍ଟ, କଳା ଲୁଣ, ବିଦା ଲୁଣ ଓ ରୋମାକା ଲୁଣ । ବିଭିନ୍ନ ପ୍ରକାର ଲୁଣ କାହିଁକି ଆମ ଶରୀର ପାଇଁ ଆବଶ୍ୟକ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ସୈନ୍ଧବ ଲୁଣ : ଆୟୁର୍ବେଦରେ ସନ୍ଧୈବ ଲୁଣକୁ ସର୍ବୋତ୍ତମ କୁହାଯାଏ । ବ୍ଲଡ ପ୍ରେସର ରୋଗୀଙ୍କୁ ଏହି ଲୁଣ ଖାଇବାକୁ କୁହାଯାଏ । ଏହି ଲୁଣ ଖାଇବା ଦ୍ୱାରା ଆପଣଙ୍କ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ଠିକ୍‌ ରହିଥାଏ ।

ସି ସଲ୍ଟ : ଏହି ଲୁଣରେ ଅଧିକତଃ ଆୟୋଡିନ ମିଶାଇ କରି ବିକା ଯାଇଥାଏ । ଏହାକୁ ଅଧିକାଂଶ ଲୋକେ ନିୟମିତ ଲୁଣ ଭାବେ ବ୍ୟବହାର କରିଥାନ୍ତି । ଏହି ଲୁଣ ଆପଣଙ୍କ ଶରୀରର ପିଏଚ୍‌ ଲେବଲ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଡେଡ୍‌ ସ୍କିନ ସେଲ କୁ ହଟାଇବାରେ ସାହାଯ୍ୟ କରିଥାଏ ।

କଳା ଲୁଣ : କଳା ଲୁଣ ନେଚୁରାଲ ବଡି ଡିଟକ୍ସ କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ପ୍ରାକୃତିକ ଭାବେ ସଫା ରହିଥାଏ । ଏହାଦ୍ୱାରା କବ୍ଜ ସମସ୍ୟା ଦୂର ହୋଇଥାଏ । ଏହା ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରିବା ସହ ହାଡ ମଜଭୁତ କରିଥାଏ ।

ବିଦା ଲୁଣ : ଏହି ଲୁଣର ବ୍ୟବହାର ଥେରାପିରେ କରାଯାଏ । ଏହି ଲୁଣର ସେବନ ଆସ୍ତମା ରୋଗୀ କରିବା ଉଚିତ୍‌ । ଏହା ଆପଣଙ୍କ ଶ୍ୱାସ ନେବା ତନ୍ତ୍ରକୁ ମଜଭୁତ କରିଥାଏ ।
ରୋମାକା ଲୁଣ : ଏହି ଲୁଣ ଗୁଜୁରାଟର ସାମ୍ଭର ଝିଲିରୁ ବାହାରି ଥାଏ । ଏହା ଶରୀରର ଗରମକୁ ବାହାର କରିବାକୁ ସାହଯ୍ୟ କରିଥାଏ । ଅର୍ଥାତ ଏହି ଲୁଣ ଶରୀରକୁ ଥଣ୍ଡା ରଖିଥାଏ ।

Leave A Reply

Your email address will not be published.