ଫୁସଫୁସ କ୍ୟାନସର ସବୁଠୁ ମାରାତ୍ମକ, ଜାଣନ୍ତୁ ଏହାର ଲକ୍ଷଣ ଓ କିପରି ଏହା ମାରାତ୍ମକ

ପ୍ରତି ବର୍ଷ ଫୁସଫୁସ କ୍ୟାନସରରେ ଅଗଣିତ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାକୁ ସବୁଠୁ ଏକ ମାରାତ୍ମକ ରୋଗ ଭାବେ ମନାଯାଏ । ଏବେ ଏହି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ଏହାର ଲକ୍ଷଣ ଓ ମାରାତ୍ମକତା ବିଷୟରେ ଜାଣିବା ନିହାତି ଜରୁରୀ । ଫଳରେ ସମୟ ଥାଇ ଏହାର ପ୍ରତିକାର କରିହେବ । ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ।

ଫୁସଫୁସ କ୍ୟାନସର ଦୁଇ ପ୍ରକାର

୧. ସ୍ମଲ ସେଲ ଫୁସଫୁସ କ୍ୟାନସର : ଯେଉଁ ବ୍ୟକ୍ତି ଅଧିକ ଧୂମପାନ କରିଥାନ୍ତି,ସେମାନଙ୍କ ଠାରେ ଏହି କ୍ୟାନ୍ସର ଅଧିକ ଦେଖିବାକୁ ମିଳିଥାଏ । ଏହା ସବୁଠୁ ଦ୍ରୁତ ଗତିରେ ବଢ଼ୁଥିବା କ୍ୟାନ୍ସର । ଯେତେବେଳେ ଏହି କ୍ୟାନସର ସମ୍ପର୍କରେ ଜଣାପଡେ,ସେତେବେଳେ ଏହା ପୁରା ସଂକ୍ରମଣ କରିସାରିଥାଏ ।

୨. ନନ୍‌ ସ୍ମଲ ସେଲ ଫୁସଫୁସ କ୍ୟାନସର : ଫୁସଫୁସରେ ହେଉଥିବା ଏହା ଏକ ସାଧାରଣ କ୍ୟାନସର । ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି କ୍ୟାନସର ଦେଖିବାକୁ ମିଳିଥାଏ । ଏହା ଏଡିନୋକାର୍ସିନୋମା, ସ୍କେମସ ସେଲ କାର୍ସିନୋମା ଓ ଲାର୍ଜ ସ୍କେଲ କାର୍ସିନୋମା କାରଣରୁ ହୋଇଥାଏ ।

ଫୁସଫୁସ କ୍ୟାନସର ଲକ୍ଷଣ

ବହୁତ ଜୋର କାଶ ହେବା

ଛାତିରେ ଦରଜ ଅନୁଭବ କରିବା

ଶ୍ୱାସ ନେବାରେ ଅସୁବିଧା

କାଶରେ ରକ୍ତ ଆସିବା

ଦୁର୍ବଳ ଅନୁଭବ କରିବା

ଓଜନ ହ୍ରାସ ପାଇବା

ଫୁସଫୁସ କ୍ୟାନସର କାରଣ ଓ ଏହା କିପରି ଅଧିକ ମାରାତ୍ମକ

ଯେଉଁ ଲୋକ ଧୂମପାନ କରନ୍ତି କିମ୍ବା ଅଧିକ ତମ୍ବାକୁ ଖାଇଥାନ୍ତି, ସେମାନଙ୍କ ଠାରେ ଫୁସଫୁସ କ୍ୟାନସର ହେବାର ଅଧିକ ବିପଦ ଥାଏ । ଅଧିକ ସମୟ ଧୂଆଁ ସମ୍ପର୍କରେ ଆସିବା ଦ୍ୱାରା ମଧ୍ୟ ଏହି କ୍ୟାନସର ହୋଇପାରେ । ବେଳେ ବେଳେ ଫୁସଫୁସର ସେଲ ବଢ଼ିଯାଏ, ଯାହାକି କ୍ୟାନସର କାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.