ପାଦରୁ ର୍ଦୁଗନ୍ଧ ବାହାରୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଖରା ଦିନେ ଝାଳ ହେବା କାରଣରୁ ପାଦରୁ ର୍ଦୁଗନ୍ଧ ବାହାରିଥାଏ ।ଖାସ କରି ବୁଟ୍ , ଜୋତା ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟରେ ଏହି ଅସୁବିଧା ଦେଖାଯାଇଥାଏ । ଏହା ଛଡ଼ା ହରମୋନ ସମ୍ବନ୍ଧୀୟ ଅସୁବିଧା ରହିଥିଲେ ବ୍ୟକ୍ତିଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ ।ତେବେ ଏଥିରୁ ରକ୍ଷା ପାଇବା ପାଇଁ କିଛି ସାଧାରଣ ଘରୋଇ ଉପଚାର ରହିଛି । ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ…

-ସମୟ ବ୍ୟବଧାନରେ ଉଷୁମ୍ ପାଣିରେ ଲୁଣ ପକାଇ ଗୋଡ଼ ବୁଡ଼ାଇ ରଖନ୍ତୁ । ଏହା ଦ୍ବାରା ଝାଳ କମ୍ ହେବା ସହ ତ୍ବଚା ଶୁଷ୍କ ରହିବ ଯାହା ଫଳରେ ପାଦରୁ ଝାଳ ବାହାରିବା କମ ହେବ।

– ପାଦରୁ ର୍ଦୁଗନ୍ଧ ଦୂର କରିବା ପାଇଁ ବହୁ ଲାଭଦାୟକ ହେଉଛି ଚା ପତି ପାଣି ।ଏହାକୁ ପ୍ରସ୍ତୁତ କରିବା ପାଇଁ ଚାପତି ବା ଟିବ୍ୟାଗ୍କୁ ହାଲୁକା ଉଷୁମ୍ ପାଣିରେ ପକାଇ କିଛି ସମୟ ପାଦକୁ ସେଠାରେ ବୁଡ଼ାଇ ରଖନ୍ତୁ । ଏହି ଉପାୟକୁ ଦୈନନ୍ଦିନ କରିବା ଦ୍ବାରା ପାଦର ର୍ଦୁଗନ୍ଧ ବାହାରିଥାଏ ।

-ପାଦକୁ ର୍ଦୁଗନ୍ଧ ମୁକ୍ତ ସହ ଜୀବାଣୁ ମୁକ୍ତ ରଖିବା ପାଇଁ ସାବୁନ ଲଗାଇ ଦୈନନ୍ଦିନ ପାଦକୁ ଧୁଅନ୍ତୁ । ଏହା ଦ୍ବାରା ପାଦ ର୍ଦୁଗନ୍ଧ ଜୀବାଣୁ ମୁକ୍ତ ରଖିଥାଏ ।

-ସମୟ ବ୍ୟବଧାନରେ ପାଦକୁ ସ୍କର୍ବ କରନ୍ତୁ । ଏଥିପାଇଁ ଅଦା , ମୁଳା ଏବଂ ଲେମ୍ବୁକୁ ମିଶାଇ ଘରୋଇ ସ୍କର୍ବ ପ୍ରସ୍ତୁତ କରନ୍ତୁ । ଏହି ସ୍କର୍ବକୁ ସପ୍ତାହକୁ ଦୁଇଥର ଲେଖାଁ କରିବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.