ମାତ୍ର କେଇ ସେକେଣ୍ଡରେ ଜାଣନ୍ତୁ ଯେ ଆପଣଙ୍କ ଖାଇବା ତେଲରେ କ’ଣ ମିିଶିଛି?

ଆଜିକାଲି ବଜାରରେ ସୁବ ଜିିିନିଷର ଭେଜାଲ ମାନେ ଡୁପ୍ଲିକେଟ ମିଳିଲାଣି। ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ଏପରି ସମସ୍ୟା ଅନେକ ଥର ସାମ୍ନାକୁ ଆସିଲାଣି। ଏମିତିରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟ ଏକ ଉପାୟ ବାହାର କରିଛି। ଯାହାକୁ ଆପଣାଇ ଆମେ ଅତି ସହଜରେ ଖାଦ୍ୟ ଦ୍ରବ୍ୟରେ ମିଶ୍ରଣ ହୋଇଛି କି ନାହିଁ ଜାଣିପାରିବ।

ଆମ ରୋଷେଇ ଶାଳରେ ତେଲ ଏକ ଏମିତି ଜିନିଷ ଯାହାକୁ ସବୁଥିରେ ଅଳ୍ପେ ବହୁତେ ଦରକାର ହୋଇଥାଏ। କିନ୍ତୁ ରନ୍ଧନ ତୈଳରେ ମଧ୍ୟ ଅପଦ୍ରବ୍ୟ ମିଶାଯାଇ ତାକୁ ବଜାରରେ ବିକ୍ରି କରୁଛନ୍ତି । ଯାହାକୁ ଆମେ ନଜାଣି ଘରକୁ ନେଇଆସୁଛୁ ବ୍ୟବହାର କରିବା ପାଇଁ।

ରନ୍ଧନ ତେଲର ଗୁଣବତ୍ତା ଯାଞ୍ଚ କରିବା ଏମିତିରେ ବହୁତ କଷ୍ଟ । ବିଶେଷକରି ଯେତେବେଳେ ସୋରିଷ ତେଲ କଥା ଆସେ ଏହି ରନ୍ଧନ ତେଲରେ ମିଶ୍ରଣ କରିବା ସହଜ । ନିମ୍ନ ମାନର ତେଲ ସୋରିଷ ତେଲରେ ମିଶ୍ରଣ କରାଯାଇଥାଏ, ଯାହା ତେଲର ପୁଷ୍ଟିକର ଗୁଣ, ଗୁଣବତ୍ତା ଏବଂ ଶୁଦ୍ଧତାକୁ ହ୍ରାସ କରିଥାଏ ।

ସୋରିଷ ତେଲ ହେଉଛି ଭାରତରେ ରନ୍ଧନ ତେଲ ମଧ୍ୟରୁ ଅନ୍ୟତମ । ଅନ୍ୟାନ୍ୟ ପ୍ରକାରର ଖାଇବା ତେଲ ମଧ୍ୟ ବ୍ୟବହାର କରାଯାଉଛି, କିନ୍ତୁ ସୋରିଷ ତେଲ ମୁଖ୍ୟତଃ ବୃହତ ଜନସଂଖ୍ୟା ଦ୍ୱାରା ବ୍ୟବହୃତ ହେଉଛି । ବିଶେଷକରି ଆଜି ବି ଗାଁରେ କେବଳ ସୋରିଷ ତେଲ ବ୍ୟବହୃତ ହୁଏ । ଏହା ସହିତ ସମୟ ସମୟରେ ଅନେକ ଗବେଷଣାରୁ ଜଣାପଡିଛି ଯେ, ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । କିନ୍ତୁ ଆଜିକାଲି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପରି ସୋରିଷ ତେଲରେ ମଧ୍ୟ ମିଶ୍ରଣ କରାଯାଉଛି ଓ ବଜାରରେ ନକଲି ସୋରିଷ ତେଲ ବିକ୍ରି ହେଉଛି । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

କିନ୍ତୁ ବର୍ତ୍ତମାନ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହା ଦ୍ୱାରା ଆପଣଙ୍କ ସୋରିଷ ତେଲ ଅସଲି ନା ନକଲି ଜାଣି ପାରିବେ ।

ଫ୍ରିଜିଂ ପରୀକ୍ଷା:
ଯଦି ଆପଣ ଜାଣିବାକୁ ଚାହାଁନ୍ତି ଯେ ଆପଣ କିଣିଥିବା ତେଲ ଶୁଦ୍ଧ ନା ନକଲି ନାହିଁ, ତେବେ ଏଥିପାଇଁ ଆପଣ ଏକ ଫ୍ରିଜିଂ ପରୀକ୍ଷା କରିବା ଉଚିତ୍ । ଫ୍ରିଜିଂ ପରୀକ୍ଷା କରିବାକୁ ଏକ ପାତ୍ରରେ ଟିକେ ସୋରିଷ ତେଲ ରଖନ୍ତୁ । ଏହା ପରେ ପାତ୍ରକୁ କିଛି ଘଣ୍ଟା ଫ୍ରିଜରେ ରଖନ୍ତୁ । କିଛି ସମୟ ପରେ ଯାଞ୍ଚ କରନ୍ତୁ ଓ ଯଦି ତେଲରେ ଜମାଟ ବାନ୍ଧିବା କିମ୍ବା ଧଳା ଦାଗ ଦେଖିବା ଆରମ୍ଭ କରନ୍ତି ତେବେ ଏହାର ଅର୍ଥ ହେଉଛି ତେଲରେ ମିଶ୍ରଣ ହୋଇଛି ଏବଂ ଏହି ସୋରିଷ ତେଲ ନକଲି ।

ରବିଙ୍ଗ ଟେଷ୍ଟ:
ରବିଂ ଟେଷ୍ଟ ମାଧ୍ୟମରେ ଆପଣ ମଧ୍ୟ ପରୀକ୍ଷା କରିପାରିବେ ଯେ ସୋରିଷ ତେଲରେ କୌଣସି ପ୍ରକାରର ମିଶ୍ରଣ କରାଯାଇଛି କି ନାହିଁ । ଏଥିପାଇଁ ଆପଣଙ୍କୁ ହାତରେ କିଛି ତେଲ ଲଗାଇବାକୁ ପଡ଼ିବ ଏବଂ ଏହା ପରେ ତେଲକୁ ଭଲ ଭାବରେ ଘଷନ୍ତୁ । ଯଦି ତେଲରୁ କୌଣସି ରଙ୍ଗ ବାହାରିଥାଏ କିମ୍ବା ଯଦି ଏଥିରୁ ରାସାୟନିକ ଦୁର୍ଗନ୍ଧ ଆସେ ତେବେ ଏହାର ଅର୍ଥ ହେଉଛି ତେଲରେ ନକଲି ପଦାର୍ଥ ମିଶ୍ରଣ ହୋଇଛି । ସୋରିଷ ତେଲ ଅସଲି ନା ନକଲି ତାହା ଜାଣିବା ପାଇଁ ଏହା ହେଉଛି ସହଜ ଉପାୟ।

ନାଇଟ୍ରିକ୍ ଏସିଡ୍:
ନାଇଟ୍ରିକ୍ ଏସିଡ୍ ସାହାଯ୍ୟରେ ତେଲ ଅସଲି କି ନକଲି ତାହା ଆପଣ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ନାଇଟ୍ରିକ୍ ଏସିଡର ଆବଶ୍ୟକତା ପଡ଼ିବ । ଆପଣ ବଜାରରୁ ନାଇଟ୍ରିକ୍ ଏସିଡ୍ କିଣି ପାରିବେ । ତେଲରେ ମିଶ୍ରଣ ହୋଇଛି କି ନାହିଁ ପରୀକ୍ଷା କରିବା ପାଇଁ ଏକ ପାତ୍ରରେ ଏକ ଚାମଚ ତେଲ ପକାଇ ସେଥିରେ ୫ ମିଲି ନାଇଟ୍ରିକ୍ ଏସିଡ୍ ମିଶାନ୍ତୁ । ଯଦି ଏହି ମିଶ୍ରଣର ରଙ୍ଗ ହଳଦିଆ କମଳା ହୋଇଯାଏ ତେବେ ଏହାର ଅର୍ଥ ହେଉଛି ଯେ ମିଶ୍ରଣ କରାଯାଇଛି ଏବଂ ସୋରିଷ ତେଲ ଅଶୁଦ୍ଧ ।

ଏଥିପାଇଁ FSSAI ଏକ ସିରିଜ୍ ଆରମ୍ଭ କରିଛି ଯେଉଁଥିରେ ସେ ମିଶ୍ରଣ ଖାଦ୍ୟ ବ୍ୟଞ୍ଜନ ଯାଞ୍ଚ କରିବା ପାଇଁ ଛୋଟ ଟ୍ରିକ୍ ସେୟାର କରିଛି । ଏହି ସିରିଜର ନାମ ହେଉଛି Detecting Food Adulterants । ଏହି ସିରିଜ୍ ଅଧୀନରେ ବର୍ତ୍ତମାନ FSSAI ଏକ ଛୋଟ ଭିଡିଓ ମଧ୍ୟ ସେୟାର କରିଛି ।

ମେଟାନିଲ୍ କ’ଣ?
ଯଦି ଆପଣଙ୍କର ତେଲରେ ମେଟାନିଲ ଅଛି, ତେବେ କହି ରଖୁଛୁ ଯେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ମେଟାନିଲ ହେଉଛି ଏକ ଖାଦ୍ୟ ରଙ୍ଗ, ଯାହା ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଛି । ଏଥି ସହିତ ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ମେଟାନିଲ୍ ମଣିଷ ଖାଇବା ପାଇଁ ଫିଟ୍ ନୁହେଁ ।

ଏଥି ସହିତ ପଶୁମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୧୯୯୩ ମସିହାରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମେଟାନିଲ ବ୍ୟବହାର ଅନେକ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଏକ ମିଶ୍ରଣ ତେଲ ବ୍ୟବହାର କରନ୍ତି ଯେଉଁଥିରେ ମେଟାନିଲ୍ ଥାଏ, ଏହା ମସ୍ତିଷ୍କର ଶିଖିବା ଓ ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ ।

FSSAI ର ଟ୍ୱିଟ୍ ମାଧ୍ୟମରେ ଏହା ଜଣାପଡ଼ିଛି ଯେ HCL ଆପଣଙ୍କ ତେଲ ଭିତରେ ଥିବା ଏହି ମିଶ୍ରଣ ରଙ୍ଗକୁ କହିପାରିବ । FSSAI ର ଏହି ଟ୍ୱିଟରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ ଶୁଦ୍ଧ ତେଲରେ କୌଣସି ପ୍ରକାରର ପରିବର୍ତ୍ତନ ଆସେନାହିଁ । ସେପଟେ ମିଶ୍ରଣ ତେଲର ରଙ୍ଗ କିନ୍ତୁ ବଦଳିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.