ଶରୀରରେ ଜମା ହୋଇଥିବା ଅପରିଷ୍କାର ପଦାର୍ଥକୁ ବାହାର କରିବା ପାଇଁ ଆପଣାନ୍ତୁ ଏହି ତିନୋଟି ସହଜ ତରିକା

ପିଲାଟି ବେଳରୁ ଆମକୁ ପୃଷ୍ଟିକର ଭୋଜନ ଖାଇବାକୁ ପରାମର୍ଶ ଦିଆଯାଏ ପିଲାଟି ବେଳରୁ ଆମକୁ ପୃଷ୍ଟିକର ଭୋଜନ ଖାଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଏହା ସବୁବେଳେ ସମ୍ଭବ ହୋଇପାରେ ନାହିଁ । ବୟସ ବଢିବା ସହିତ ଲୋକେ ଘର ଖାଦ୍ୟ ଛାଡି ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଦୀର୍ଘ ସମୟ ଧରି ଏଗୁଡିକ ଖାଇବା ଫଳରେ ଶରୀର ଭିତର ଅଂଶ ଯେମିତିକି ଯକୃତ, ଅନ୍ତନାଳୀ ପ୍ରଭାବିତ ହୋଇଥାଏ । ଆଉ ଏମିତି କରିବା ଫଳରେ ଶରୀରରେ ବର୍ଜ୍ୟବସ୍ତୁ ଜମା ହୋଇଯାଏ । ଯାହା ଫଳରେ ଆମ ଓଜନ ତୀବ୍ର ବେଗରେ ବଢିବାକୁ ଲାଗେ । ଏମିତି ସ୍ଥିତିରେ ଜମା ବି ଡ଼ରନ୍ତୁ ନାହିଁ । ଆସନ୍ତୁ ଜାଣିବା କିପରି ଶରୀରରୁ ବିଷାକ୍ତ ପଦାର୍ଥ ସବୁକୁ ବାହାର କରି ଆମେ ନିଜ ଓଜନକୁ ନିୟନ୍ତ୍ରଣରେ ଆଣିପାରିବା ।

ସପ୍ତାହକୁ ଥରେ ଉପବାସ କରନ୍ତୁ:

ଯେଉଁ ପରି ଆମେ ପ୍ରତିଦିନ ଜିମ ଯାଉ ଆସୁ । ଆଉ ସପ୍ତାହକୁ ଥରେ ନିଜ ଶରୀରରକୁ ଆରାମ ଦେଉ । ଠିକ ସେହିପରି ଭାବେ ଆମ ଶରୀରର ଅଙ୍ଗ ଗୁଡିକୁ ବି ଆରାମ ମିଳିବା ଆବଶ୍ୟକ । ଯେବେ ଆମେ ଭୋଜନ କରୁ ଆମ ଶରୀରର ପ୍ରତିଟି ଅଙ୍ଗ କାମରେ ଲାଗିଯାନ୍ତି । କିନ୍ତୁ ସେଗୁଡିକୁ ବି ଟିକେ ଆରାମ ମିଳିବା ଆବଶ୍ୟକ । ଆଉ ଏହା ଦ୍ୱାରା ଆମ ପେଟରେ ଜମା ହୋଇଥିବା ଅପରିଷ୍କାର ପଦାର୍ଥ ଗୁଡିକ ବାହାରକୁ ବାହାରିଯିବ । ଏହା ସହିତ ଆପଣଙ୍କୁ ଅନ୍ୟ ରୋଗ ଗୁଡିକ ବି ଗ୍ରାସ କରିପାରେ ।

ଡିଟକ୍ସ ଜୁସ ପିଅନ୍ତୁ:

ସବୁବେଳେ ଖାଦ୍ୟ ଖାଇବା ଫଳରେ ଆମ ଆମ ଈଂଟୱେଷ୍ଟଇନ, ଲିଭର ଆଦିରେ ଅପରିଷ୍କାର ପଦାର୍ଥ ଜମା ହେବାକୁ ଲାଗେ । ଏଣୁ ଏଗୁଡ଼ିକୁ ସଫା କରିବା ପାଇଁ ଆପଣ ଡିଟକ୍ସ ଜୁସ ପିଇବା ଦରକାର ।

ପ୍ରଚୁର ଫଳ ଖାଆନ୍ତୁ:

ଆଜି କାଲିକା ସମୟରେ ଶରୀରକୁ ଟିକେ ସୁସ୍ଥ କରି ଗଢିବା ପାଇଁ ଆମେ ଋତୁ ଅନୁଯାୟୀ ଫଳ ଖାଇବା ଦରକାର । ଯେବେ ଆପଣ ଘରେ ଅଛନ୍ତି କିମ୍ବା ବାହାରକୁ କେଉଁଠିକି ଯାଉଛନ୍ତି ତେବେ କଞ୍ଚା ନଡ଼ିଆକୁ ସ୍ନାକ୍ସ ଭାବରେ ଖାଇପାରିବେ । ଏହା ସହ ବିଭିନ୍ନ ଋତୁରେ ମିଳୁଥିବା ଫଳ ସବୁକୁ ମଧ୍ୟ ଖାଇପାରିବେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.