କ୍ଷୀର କେମିତି ପିଇବେ କଞ୍ଚା ନା ସିଝା, ଜାଣିରଖନ୍ତୁ

ଆମର କ୍ଷୀରକୁ “କମ୍ପ୍ଲିଟ ଫୁଡ” କିମ୍ବା “ସମ୍ପୂର୍ଣ୍ଣ ଖାଦ୍ୟ” ଭାବେ ଧରାଯାଏ । କାରଣ କ୍ଷୀରରେ ପ୍ରାୟ ସବୁ ପ୍ରକାରର ଦରକାରୀ ପୁଷ୍ଟିକର ଉପାଦନମାନ ମିଳିଥାଏ । ବିଶେଷ କରି ଏହି କାରଣରୁ ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ ଉତ୍ତମ ସ୍ବାସ୍ଥ୍ୟ ପାଇଁ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି । ଆମେ କ୍ଷୀରର ବ୍ୟବହାର ବିଭିନ୍ନ ଉପାୟରେ କରିଥାଉ । କିଛି ଲୋକଙ୍କର ରାତିରେ ଗୋଟିଏ ଗ୍ଲାସ କ୍ଷୀର ପିଇବାର ଅଭ୍ୟାସ ରହିଛି | କିନ୍ତୁ କ୍ଷୀରକୁ କିପରି ପିଇବେ କଞ୍ଚା ନା ସିଝା ଏନେଇ ସମସ୍ତଙ୍କ ମନରେ ଏକ ଦ୍ବନ୍ଦ୍ବ ରହିଥାଏ |

ଯେବେ କ୍ଷୀରକୁ ଖାଲି ପିଇବା କଥା ଉଠେ ସେତେବେଳେ ଏହା ସହ କଣ ମିଶାଇ ପିଇବେ ସେନେଇ ଚିନ୍ତା ଥାଏ । ତେବେ ଆସନ୍ତୁ ଜାଣିବା କ୍ଷୀରକୁ କଞ୍ଚା ପିଇବା ଦ୍ବାରା ଲାଭ ହୋଇଥାଏ ନା କ୍ଷତି ।

Health benefits of milk: What is the difference between hot and cold milk?  | HealthShots

image credit: healthshots

କିନ୍ତୁ ପ୍ରକୃତରେ କଞ୍ଚା କ୍ଷୀର ପିଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ଆମେରିକା ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ’ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ କଞ୍ଚା କ୍ଷୀରରେ ଅନେକ କ୍ଷତିକାରକ ବ୍ୟାକ୍ଟେରିଆ ଯେପରି ଏଶୋରିକିଆ ଏବଂ ଲିଷ୍ଟେରିଆ, ସଲମୋନେଲା ଇତ୍ୟାଦି ରହିପାରେ । କଞ୍ଚା କ୍ଷୀର ପିଇବା ଦ୍ବାରା ଫୁଡ୍ ପଏଯନିଙ୍ଗଗ ସମସ୍ୟା ଦେଖାଦେଇପାରେ ।

କଞ୍ଚା କ୍ଷୀରରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ । ଯାହାଦ୍ବାରା ଡାଇରିଆ, ଗଣ୍ଠିବାତ ଏବଂ ଡିହାଇଡ୍ରେସନ ଭଳି ସମସ୍ୟା ସୃଷ୍ଟି ହୁଏ । ଏହାକୁ ସେବନ କରିବା ଦ୍ବାରା ଶରୀରରେ ଏସିଡ୍ ସ୍ତର ମଧ୍ୟ ବଢି ଯାଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.