ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ଅଁଳା କ୍ୟାଣ୍ଡି, ଝଟପଟ ଏପରି କରନ୍ତୁ ପ୍ରସ୍ତୁତ

ଆମଲା ସ୍ୱାସ୍ଥ୍ୟ ପାଁ ବହୁତ ଲାଭକାରୀ। ଏହା ଖାସ୍‌ କରି ଚୁଟି ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। କିନ୍ତୁ ଏହା ଖାଇବାକୁ ଟିକେ କଷାଳିଆ ଲାଗେ ଆଉ ଖଟା ଲାଗେ। କିନ୍ତୁ ଯଦି ଆପଣ ଏହାକୁ ଖାଇବାକୁ ଚାହୁଁଛନ୍ତି ତାହେଲେ ଅଁଳାକୁ କ୍ୟାଣ୍ଡି ବା ଚକୋଲେଟ ବନାଇ ବି ଖାଇପାରିବେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

ଅଁଳା, ଜୁଆଣୀ, ଗୋଲମରୀଚ, ଅଦା ପାଉଡର, କଳା ଲୁଣ, ଜିରା ଏବଂ ହେଙ୍ଗୁ।

କେମିତି ବନାଇବେ ଅଁଳା କ୍ୟାଣ୍ଡି

ସର୍ବପ୍ରଥମେ ଆମଲା ବା ଅଁଳାକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ଏହାକୁ ଷ୍ଟିମ କରିଦିଅନ୍ତୁ। ଷ୍ଟିମ କରିବା ପରେ ବା ସିଝାଇବା ପରେ ଏହାକୁ ଛଣା ସାହାଯ୍ୟରେ ଆରାମରେ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଯଦି ଆପଣଙ୍କ ପାଖରେ ମୋମାଜ୍‌ ବନାଇବା ପାଇଁ ଷ୍ଟାଣ୍ଡ ଅଛି ତାହେଲେ ତାର ମଧ୍ୟ ବ୍ୟବହାର କରିପାରିବେ। ପାଣିକୁ ପ୍ରଥମେ ଗରମ କରିଦିଅନ୍ତୁ ତାପରେ ଅଁଳାକୁ ରଖି ଷ୍ଟିମ କରିଦିଅନ୍ତୁ। ଏହାକୁ ପାଖାପାଖି ୮ ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟିମ କରନ୍ତୁ।

ମସଳା କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ପ୍ୟାନରେ ଜିରା, ଗୋଲ ମରୀଚ ଏବଂ ହେଙ୍ଗୁୁ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ। ଏବେ ଭଜା ହୋଇଥିବା ମସଲାକୁ ପାତ୍ରରେ ବାହାର କରି ଥଣ୍ଡା ହେବାକୁ ଛାଡନ୍ତୁ। ଥଣ୍ଡା ହେବା ପରେ ଏହାକୁ ମିକ୍ସଚର ଜାରରେ କଳା ଲୁଣ, ଅଦା ପାଉଡର ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଷ୍ଟିମ ପାଇଁ ରଖିଥିବା ଅଁଳାକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏବେ ଏହାର ଚୋପାକୁ ବାହାର କରି ଥଣ୍ଡା ହେବା ପାଇଁ ରଖନ୍ତୁ ଏହାପରେ ଏଥିରେ ଗ୍ରାଇଣ୍ଡିଂ କରିଥିବା ମସଲାକୁ ପକାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଅଲଗା ରଖିଦିଅନ୍ତୁ।

କ୍ୟାଣ୍ଡି କେମିତି ବନାଇବେ ଜାଣନ୍ତୁ

ଆମଳା ବା ଅଁଳା ବନାଇବା ପାଇଁ ମସଲା ସହ ମିକ୍ସ କରିଥିବା ଅଁଳାକୁ ଟ୍ରେରେ ବାହାର କରିଦିଅନ୍ତୁ। ଏବେ ଏହାକୁ ଟାଣ ଖରାରେ ୨ ଦିନ ପର୍ଯ୍ୟନ୍ତ ସୁଖିବା ପାଇଁ ରଖିଦିଅନ୍ତୁ। ଯଦି ଖରା ହେଉନି ତାହେଲେ ଏହାକୁ ଫ୍ୟାନ ତଳେ ରଖି ମଧ୍ୟ ଶୁଖାଇପାରିବେ। ୨ ଦିନ ପରେ ଏହା କ୍ୟାଣ୍ଡି ଭଳି ହୋଇଯିବ। ଏହି ଅଁଳା ବା ଆମଲା କ୍ୟାଣ୍ଡିକୁ ଆପର କଣ୍ଟେନରରେ ରଖି ବି ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.