ବ୍ରେକଫାଷ୍ଟରେ ବନାନ୍ତୁ ଅଣ୍ଡା ସମୋସା

ଆପଣ ବିଭିନ୍ନ ପ୍ରକାର ସମୋସା ଖାଇଥିବେ । ହେଲେ ଆପଣ କେବେ ଅଣ୍ଡା ସମୋସା ଖାଇଛନ୍ତି କି ? ଯଦି ଖାଇ ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କେମିତି ଘରେ ବନାଇବେ ଅଣ୍ଡା ସମୋସା । ବ୍ରେକ୍‌ଫାଷ୍ଟରେ ଅଣ୍ଡା ସମୋସା ମଧ୍ୟ ଖାଇ ପାରିବେ ।

ଅଣ୍ଡା ସମୋସା ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ :

– ଅଣ୍ଡା,

– ଛୋଟ ଛୋଟ କଟା ହୋଇଥିବା ଆଳୁ ଓ ଗାଜର

– କଟା ପିଆଜ,

– କଟା କଞ୍ଚା ଲଙ୍କା,

– ଧନିଆ ପତ୍ର,

– ମଇଦା,

– ବେକିଂ ପାଉଡ଼ର,

– ଲୁଣ,

– ରିଫାଇନ ତେଲ,

ଅଣ୍ଡା ସମୋସା ବନାଇବାର ତରିକା :

: ଗୋଟିଏ ପାତ୍ରରେ ୩୦୦ ଗ୍ରାମ ମଇଦା, ଅଧା ଛୋଟ ଚାମଚ ବେକିଂ ପାଉଡ଼ର ଓ ଲୁଣ ମିଶାଇ ଦିଅନ୍ତୁ । ପୁଣି ଏଥିରେ ତେଲ ମିଶାଇ ଚକଟି ଦିଅନ୍ତୁ ଏବଂ ୧/୨ ଘଣ୍ଟା ଅଟାକୁ ସେଟ୍‌ ହେବା ପାଇଁ ରଖି ଦିଅନ୍ତୁ ।

: ଏବେ ଏକ ପ୍ୟାନରେ ତେଳ ଗରମ କରି ଏଥିରେ ୪ ଟି କଟା ପିଆଜ ଓ କଞ୍ଚା ଲଙ୍କାକୁ ଭାଜି ଦିଅନ୍ତୁ । ଏଥିରେ କଟା ଆଳୁ ଓ ଗାଜରକୁ ମିଶାନ୍ତୁ

: ପୁଣି ଏଥିରେ ଲୁଣ ଓ ଧନିଆ ପତ୍ର ମିଶାଇ ଢ଼ାଙ୍କି ଦିଅନ୍ତୁ । ଯେପରି ଆଳୁ ଓ ଗାଜର ନରମ ହୋଇଯାଏ ।

: ପ୍ରାୟ ୫/୭ ମିନିଟରେ ଆଳୁ ଓ ଗାଜର ସିଝି ଯିବା ପରେ ଏଥିରେ ୬ ଟି ଅଣ୍ଡା ଭାଙ୍ଗି ମିଶାନ୍ତୁ ଯେପରି ଏହା ଆଳୁରେ ଭାଜି ହୋଇଯିବ । ଏବେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।

: ଏବେ ଗୋଳା ହୋଇଥିବା ଅଟାକୁ ରୁଟି ପରି ବେଲନ୍ତୁ ଓ ଏହାକୁ ମଝିରୁ କାଟି ସମୋସା ଭଳି କରି ଏଥିରେ ଆଳୁ-ଅଣ୍ଡା ମିଶ୍ରଣକୁ ଭରି ବନ୍ଦ କରନ୍ତୁ ।

: ଏବେ କଡେଇରେ ତେଲ ଗରମ କରି ସମୋସାକୁ ଗୋଲ୍ଡେନ ହେବା ଯାଏ ଛାଣନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଣ୍ଡା ସମୋସା । ଗରମ ଗରମ ଚଟଣୀ ସହ ଖାଆନ୍ତୁ ଓ ଖୁଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.