ଗଣେଶ ଚତୁର୍ଥୀରେ ବିନାୟକଙ୍କୁ ଭୋଗ ଲଗାନ୍ତୁ ପାଇନଆପଲ କୋକୋନଟ୍‌ ବର୍ଫି, ଜୀବନ ଭରିଯିବ ମିଠାରେ

ଆବଶ୍ୟକ ସାମଗ୍ରୀ

ନଡିଆ – ୨ କପ (କୋରା ହୋଇଥିବା)
ପାଇନଆପଲ ବା ସପୁରୀ – ୪ କପ୍‌
ଘିଅ – ଆବଶ୍ୟକ ଅନୁସାରେ
ଚିନି – ୧ କପ୍‌
ଅଳେଇଚ ପାଉଡର – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପାଇନଆପଲ ନଡିଆ ବର୍ଫି ବନାଇବା ପାଇଁ ସର୍ବପ୍ରଥମେ ନଡିଆକୁ କୋରି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ, କଦ୍ଦୁକସ କରାଯାଇଥିବା ନଡିଆ ପକାଇ ହାଲକା ଭାଜି ଦିଅନ୍ତୁ। ଏବେ ପେଷ୍ଟ ବନାଇବା ପାଇଁ ସର୍ବପ୍ରଥମେ ପାଇନଆପଲ ସ୍ଲାଇସକୁ ପକାଇ ତାର ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏବେ ଏହି ପେଷ୍ଟକୁ ନଡିଆ ଏବଂ ଘିଅରେ ମିକ୍ସ କରିଦିଅନ୍ତୁ। ଏବେ ଏଥିରେ ଚିନି ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲଭାବେ ମିକ୍ସ ହେବାକୁ ଦିଅନ୍ତୁ। ଏହାପରେ ଅଳେଇଚ ପାଉଡର ପକାଇ ମିକ୍ସ କରଦିଅନ୍ତୁ। ଏବେ ଏକ ପ୍ଲେଟକୁ ଭଲଭାବେ ତେଲରେ ଗ୍ରୀସ କରି ସେଥିରେ ମିଶ୍ରଣକୁ ଭର୍ତ୍ତି କରିଦିଅନ୍ତୁ। ଏବେ ଏହାକୁ କିଛି ସମୟ ଥଣ୍ଡା ହେବାକୁ ଛାଡନ୍ତୁ ଏବଂ ଏହାକୁ ବର୍ଫି ଖଣ୍ଡକୁ କାଟି ଦିଅନ୍ତୁ। ଆପଣ ଚାହିଁବେ ତ ବାଦାମ ଏବଂ କାଜୁ ପକାଇ ଭଲଭାବେ ଗାର୍ନିସ କରିପାରିବେ। ଏବେ ଆପଣଙ୍କର ପାଇନଆପଲ କୋକୋନଟ୍‌ ବର୍ଫି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଭଗବାନ ଗଣପତିଙ୍କୁ ଭୋଗ ଲଗାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.