ରେସ୍ତୋରାଁ ଷ୍ଟାଇଲରେ ବନାନ୍ତୁ କ୍ରିସପି ପାଳଙ୍ଗ ପତ୍ର ଚାଟ୍‌, ଟେଷ୍ଟ ପୂରା ଅଲଗା ପ୍ରକାର

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ବେସନ
  • ୧ ଛୋଟ ଚାମଚ ଲୁଣ
  • ୧/୨ ଚାମଚ ଜୁଆଣୀ
  • ୨ କପ୍‌ ପାଣି
  • ଏକ ଚିମୁଟାଏ ହଳଦି
  • ୪ ବଡ ଚାମଚ ଦହି
  • ଏକ ଚିମୁଟାଏ କଳା ଲୁଣ
  • ଅଳ୍ପ ଜିରା
  • ୨ ଚାମଚ ପିଆଜ (କଟା ହୋଇଥିବା)
  • ୨ ଚାମଚ ଟମାଟୋ (କଟା ହୋଇଥିବା)
  • କଞ୍ଚା ଲଙ୍କା ୨ ଚାମଚ
  • ତେନ୍ତୁଳି ଚଟଣୀ
  • ୨ ଚାମଚ ପୋଦିନା ଚଟଣୀ
  • ୧ ଛୋଟ ଚାମଚ ବୁନ୍ଦି
  • ଗୋଟେ ଛୋଟ ଚାମଚ ଅନାର ରସ
  • ୧ ଛୋଟ ଚାମଚ ସେଉ

ପ୍ରସ୍ତୁତି ପ୍ରଣାଳୀ

ଏକ ଗିନା ନିଅନ୍ତୁ ସେଥିରେ ଏକ କପ୍‌ ବେସନ୍‌ ନିଅନ୍ତୁ ଏବଂ ସେଥିରେ ଲୁଣ, ଜୁଆଣୀ ଏବଂ ପାଣି ପକାନ୍ତୁ। ଏବେ ଏହାର ଏକ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଭଲଭାବେ ଫେଣ୍ଟନ୍ତୁ। ଯଦି ଆବଶ୍ୟକ ହେବ ତ ଏଥିରେ ଆପଣ ପାଣି ପକାଇ ପାରିବେ। ଏଥିରେ ଗୋଟେ ଚିମୁଟା ହଳଦି ପକାନ୍ତୁ ଏବଂ ପୁଣି ଥରେ ମିଶାନ୍ତୁ। ବର୍ତ୍ତମାନ ତାଜା ଏବଂ ସଫା ପାଳଙ୍ଗ ପତ୍ର ନିଅନ୍ତୁ, ଏହାକୁ ବେସନରେ ପ୍ରସ୍ତୁତ ଘୋଳରେ ବୁଡାଇ ସମ୍ପୂର୍ଣ୍ଣ ଭାବେ କୋଟ୍‌ କରିଦିଅନ୍ତୁ। ଏବେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ଏବେ ପାଳଙ୍ଗ ପତ୍ରକୁ ନେଇ ସେହି ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଏବେ ଏହି କୁରକୁରୀ ପାଳଙ୍ଗ ପତ୍ରକୁ ଏକ ପ୍ଲେଟରେ ରଖନ୍ତୁ ଏବଂ ତାହା ଉପରେ ଅଳ୍ପ ଦହି ପକାଇ ଦିଅନ୍ତୁ। ସମସ୍ତ ମସଲା ଏବଂ ଚଟଣୀ ନିଅନ୍ତୁ ଏବଂ ଏହାକୁ ଗାର୍ନିସ କରନ୍ତୁ। ପ୍ରଥମେ କଳା ଲୁଣ, ଜିରା ଏବଂ ଲାଲ ଲଙ୍କା ପାଉଡର, ତାପରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା, ତେନ୍ତୁଳି ଚଟଣୀ ଏବଂ ପୋଦିନା ଚଟଣୀ ପକାନ୍ତୁ। ଆପଣ ନିଜ ସ୍ୱାଦ ଅନୁସାରେ ମସଲାର ମାତ୍ରାକୁ ବଢ଼ାଇ ପାରିବେ କମାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.