ଆଜି ଘରେ ପ୍ରସ୍ତୁତ କରନ୍ତୁ ପ୍ୟାନ୍‌ କେକ୍‌, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ସୁଜି
  • ୧/୨ କପ୍‌ ପାଣି
  • ୧ ଛୋଟ ଚାମଚ ସିମଲା ଲଙ୍କା
  • ଆବଶ୍ୟକ ଅନୁସାରେ ଲୁଣ
  • ୨ ବଡ ଚାମଚ ଧନିଆ ପତ୍ର
  • ୧/୨ କପ୍‌ ଦହି
  • ୧ ଛୋଟ ଗାଜର
  • ୧ ମିଡିୟମ ସାଇଜର ପିଆଜ
  • ୧/୨ ଛୋଟ ଚାମଚ୍‌ ଗୋଲ ମରୀଚ
  • ବନସ୍ପତି ତେଲ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ସୁଜି ନିଅନ୍ତୁ। ଏବେ ଏଥିରେ ଦହି ଏବଂ ଲୁଣ ପକାନ୍ତୁ। ମିଶ୍ରଣରେ ଲୁଣ ଏବଂ ଗୋଲମରୀଚ ପକାନ୍ତୁ। ଏବେ ଏସବୁକୁ ମିଶାଇ ଏକ ଭଲ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ସବୁ ପରିବାକୁ ମିଶାଇ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ ଏବଂ ଏହାକୁ ସୁଜିର ମିଶ୍ରଣରେ ପକାଇ ଦିଅନ୍ତୁ। ଏବେ କଟା ହୋଇଥିବା ଧନିଆ ପତ୍ରକୁ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ଏବେ ଆପଣଙ୍କ ଘୋଳ ପ୍ରସ୍ତୁତ ହୋଇଯାଇଛି। ଏକ ନନଷ୍ଟିକ୍‌ ପ୍ୟାନ ଗରମ କରନ୍ତୁ ଏବଂ ପ୍ୟାନରେ ୧/୨ ଛୋଟ ଚାମଚ ତେଲ ପକାଇ ଚିକ୍କଣ କରିଦିଅନ୍ତୁ। ଏବେ ପ୍ୟାନରେ ୨ ଚାମଚ୍‌ ଘୋଳ ପକାନ୍ତୁ। ଏବଂ ଏହାକୁ ଗୋଲାକାର ପ୍ୟାନ୍‌ କେକ୍‌ ବନାଇବା ପାଇଁ ସାମାନ୍ୟ ବୁଲାଇ ଦିଅନ୍ତୁ। ଦୁଇ ପାଖକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ତାଓ୍ଵାରରେ ସେକନ୍ତୁ। ଭେଜିଟେବଲ ପ୍ୟାନ୍‌ କେକକୁ ଟମାଟୋ କେଚଅପ୍‌ ଏବଂ ପୋଦିନା ଚଟଣୀ ସହିତ ସର୍ଭ କରନ୍ତୁ। ଦେଖିବେ ଘରକୁ ଆସିଥିବା ଅତିଥି ଏକଦମ୍‌ ଖୁସି ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.