ଟ୍ୟାନ୍‌ ପାଇଁ ଟେନସନ୍‌ କି ? ଲଗାନ୍ତୁ ଏହି ହର୍ବଲ ପ୍ୟାକ୍‌, କିଛି ଦିନରେ ଚମକି ଉଠିବ ଚେହେରା

ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର କାରଣ ଖରା । ସୂର୍ଯ୍ୟର ପ୍ରଖର ତାତିରେ ତ୍ୱଚା ଡ୍ରାଏ ହୋଇଯାଏ । ବହୁତ ଲୋକ ଟ୍ୟାନ୍‌ ପାଇଁ ଟେନସନ୍‌ ହୋଇଯାଆନ୍ତି । ଟ୍ୟାନ୍‌ ଯୋଗୁଁ ସ୍କିନ୍‌ କଳା ପଡିଯାଏ । ତେବେ ସ୍କିନ୍‌ କଳା ହୋଇଯିବ ବୋଲି ଘରେ ବସି ତ ରହିହେବନି । ଯଦି ଆପଣଙ୍କ ତ୍ୱଚା ଟ୍ୟାନ୍‌ ପଡିଯାଇଛି ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ ଯାହାକୁ ବ୍ୟବହାର କରି ତ୍ୱଚାର ରଙ୍ଗ ପରିବର୍ତ୍ତନ କରିପାରିବେ । ଆଉ ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ ।

ଆଲୋଭେରା :

ଘି କୁଆଁରୀର ଅନେକ ଫାଇଦା ବିଷୟରେ ଆପଣ ଜାଣିଥିବେ । ଚେହେରାର ଦାଗକୁ ଦୂର କରିବା ସହ ଏହା ସ୍କିନ୍‌ ଟ୍ୟାନ୍‌ ମଧ୍ୟ ଦୂର କରିଥାଏ । ତେବେ ଟ୍ୟାନ୍‌ ଦୂର କରିବା ପାଇଁ ହେଲେ ଆପଣଙ୍କୁ ଏକ ସ୍ପେଶାଲ୍‌ ପ୍ୟାକ୍‌ ତିଆରି କରିବାକୁ ପଡିବ । ପ୍ରଥମେ ଆଲୋଭେରା ଏବଂ ଚନ୍ଦନ ପାଉଡର୍‌ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ପେଷ୍ଟକୁ ୧୫ ମିନିଟ୍‌ ଚେହେରାରେ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ଦୁଇରୁ ତିନି ଥର କରନ୍ତୁ । ଧୀରେ ଧୀରେ ଚେହେରାରୁ ଟ୍ୟାନ୍‌ ଗାୟବ ହୋଇଯିବ ।

ମେରିଗୋଲ୍ଡ ଫେସପ୍ୟାକ୍‌ :

ସେହିପରି ଟ୍ୟାନ୍‌ ଦୂର କରିବା ପାଇଁ ଆପଣ ମ୍ୟାରିଗୋଲ୍ଡ ଫେସପ୍ୟାକ୍‌ ଲଗାଇପାରିବେ । ସେଥିପାଇଁ ଆପଣଙ୍କୁ ବଟା ହୋଇଥିବା ଦୁଇଟି ଗେଣ୍ଡୁ ଫୁଲର ପେଷ୍ଟ ସହ ଚନ୍ଦନ ପାଉଡର, ଦହି ଏବଂ ଲେମ୍ବୁ ରସ ମିଶାନ୍ତୁ । ଏହି ପେଷ୍ଟକୁ ଚେହେରାରେ ଲଗାଇ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ । ଏଭଳି ସପ୍ତାହକୁ ଦୁଇ ଥର କରନ୍ତୁ ।

ହଳଦୀ ଏବଂ ବେସନ୍‌ :

ହଳଦୀ ଏବଂ ବେସନ୍‌ ପ୍ୟାକ୍‌ ମଧ୍ୟ ଟ୍ୟାନ୍‌ ଦୂର କରିଥାଏ । ଏହାକୁ ତିଆରି କରିବା ପାଇଁ ବେସନ,ହଳଦି, ଗୋଲାପ ଜଳ ଏବଂ କ୍ଷୀରକୁ ଭଲ ଭାବରେ ମିଶାନ୍ତୁ । ଏହି ପ୍ୟାକକୁ ଚେହେରାରେ ଲଗାଇ ୨୦ ମିନିଟ୍‌ ଯାଏଁ ଛାଡିଦିଅନ୍ତୁ । ଏହା ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ସ୍କ୍ରବ୍‌ କରି ଧୀରେ ଧୀରେ ଛଡାନ୍ତୁ । ସପ୍ତାହକୁ ଅତି କମରେ ଦୁଇ ଥର ଏହି ପ୍ୟାକକୁ ବ୍ୟବହାର କରନ୍ତୁ ।

ଆଲୋଭେରା ଏବଂ ଟମାଟୋ :

ଆଲୋଭେରା ଏବଂ ଟମାଟୋ ପ୍ୟାକ୍‌ ମଧ୍ୟ ଟ୍ୟାନିଙ୍ଗ୍‌ ପାଇଁ ବରଦାନ । ଗୋଟିଏ ପାତ୍ରରେ ମସୁର ଡାଲି ପାଉଡର, ଟମାଟୋ ରସ ଏବଂ ଆଲୋଭେରା ଜେଲ୍‌ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହାକୁ ସ୍କ୍ରବ କରି ଥଣ୍ଡା ପାଣିରେ ଛଡାନ୍ତୁ । ସପ୍ତାହକୁ ଦୁଇ ତିନି ଥର ଏହି ପ୍ୟାକ୍‌ ଲଗାନ୍ତୁ । ଧୀରେ ଧୀରେ ଚେହେରାରୁ ଟ୍ୟାନ୍‌ ଚାଲିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.