ଏହି ୫ଟି କାରଣରୁ ସ୍ତ୍ରୀଙ୍କ ଉପରେ ସନ୍ଦେହ କରନ୍ତି ସ୍ବାମୀ !

ସ୍ବାମୀ ଓ ସ୍ତ୍ରୀର ପବିତ୍ର ସଂର୍ପକର ମୂଳଦୁଆ ହେଉଛି ବିଶ୍ବାସ । ଯଦି ଏହି ସଂପର୍କରେ ବିଶ୍ବାସର ସ୍ଥାନ ସନ୍ଦେହ ନେଇ ଯାଏ ତାହାଲେ ଏ ପବିତ୍ର ସଂର୍ପକ ଭାଙ୍ଗିବାକୁ ଖୁବ୍ କମ୍ ସମୟ ନେଇଥାଏ । ବେଳେ ବେଳେ ଏମିତି କିଛି ଛୋଟ ଛୋଟ ଭୁଲ୍ ବୁଝାବଣା ପାଇଁ ସ୍ବାମୀ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଥାନ୍ତି । ଆସନ୍ତୁ ଜାଣିବା କିଛି ଏମିତି କାରଣ ବିଷୟରେ ….

ନିଜ ନିଜ ଭିତରେ କମ୍ କଥାବାର୍ତ୍ତା ହେଲେ : ଯଦି ସ୍ତ୍ରୀ ସ୍ବାମୀଙ୍କ ସହ କମ୍ କଥା ହୁଅନ୍ତି ଓ ଅନ୍ଯମାନଙ୍କ ସହ ଅଧିକ କଥା ହୁଅନ୍ତି ତେବେ ପୁରୁଷ ମାନେ ସନ୍ଦେହ କରିଥାନ୍ତି । ପୁରୁଷଙ୍କ ମନରେ ଯଦି କିଛି କଥା ଆସିଥାଏ ତେବେ ସେମାନେ କାହା ସହ ସେୟାର କରନ୍ତି ନାହିଁ । ମନରେ କଥା ରଖିବା କାରଣରୁ ସେମାନଙ୍କର ସନ୍ଦେହ ବଢିଥାଏ । ଭଲହେବ ଯଦି ଏହା ବୁଝିପାରି ସ୍ତ୍ରୀ ସ୍ବାମୀଙ୍କ ସହ ଏ ବିଷୟରେ କଥା ହୁଅନ୍ତି । ମନରେ କଥା ରଖିବା କାରଣରୁ ସଂର୍ପକ ଭାଙ୍ଗି ଥାଏ ।

ସ୍ତ୍ରୀଙ୍କର ସବୁ ସମୟରେ ମୋବାଇଲରେ ବ୍ଯସ୍ତ ରହିବା : ଯଦି ମହିଳା ମାନେ ସର୍ବଦା ମୋବାଇଲରେ ଲାଗି ରୁହନ୍ତି ତେବେ ପୁରୁଷ ମାନଙ୍କ ମନରେ ସନ୍ଦେହ ହୋଇଥାଏ । ପୁରୁଷ ମାନେ ପସନ୍ଦ କରନ୍ତି ନାହିଁ ଯଦି ତାଙ୍କ ସ୍ତ୍ରୀ ମୋବାଇଲରେ ବେଶି ସମୟ ବିତାନ୍ତି । ଆପଣ ପଛେ ମୋବାଇଲରେ ଖେଳୁଥାନ୍ତି ନା କାହିଁକି ।

ସଜବାଜ ହେଲେ : ସବୁ ମହିଳାଙ୍କୁ ସଜ ବାଜ ହେବା ବହୁତ ପସନ୍ଦ । କିନ୍ତୁ କିଛି ପୁରୁଷ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି ।

ପରପୁରୁଷ ସହ ଭଲରେ କଥା ହେବା : ଯଦି କୌଣଷିବି ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଖୁସି ଗପ କରୁଥିବାର ସ୍ବାମୀଙ୍କ ନଜରକୁ ଆସିଥାଏ ତେବେ ପୁରୁଷ ମାନେ ଏହାକୁ ଜମା ବି ସହି ପାରନ୍ତି ନାହିଁ । ମନେ ମନେ ପୁରୁଷ ମାନେ ଭାବିଥାନ୍ତି କି କାଳେ ଏ ଦୁହିଁଙ୍କ ଭିତରେ ସଂପର୍କ ବଢିଯିବନି ତ ? ଏହା ଭାବି ଭାବି ମନେରେ ଡର ସୃଷ୍ଟି କରିଥାନ୍ତି ଯାହା ସମୟକ୍ରମେ ଏହି ଡର ସନ୍ଦେହରେ ପରିଣତ ହୋଇଥାଏ ।

ସ୍ବାମୀଙ୍କ ଅନୁପସ୍ଥିତିରେ ବାହାରକୁ ଯିବା : ଯଦି ମହିଳା ମାନେ ବାରମ୍ବାର ସ୍ବାମୀଙ୍କ ଅନୁପସ୍ଥିତିରେ ସାଙ୍ଗ ମାନଙ୍କ ସହ ବାହାରକୁ ବୁଲି ଯାଇଥାନ୍ତି ତେବେ ଏହା ପୁରୁଷ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ । ଭଲ ହେବ ସ୍ବାମୀ ମାନେ ଜାଣିବା ପୂର୍ବରୁ ହିଁ ନିଜେ ନିଜ ସ୍ବାମୀଙ୍କୁ ଜଣାଇ ଦେବା ଭଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.