ବୈବାହିକ ଜୀବନରେ ଆସୁଛି କି ବାଧା, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ । କାରଣ ଯଦି ବୈବାହିକ ଜୀବନ ଠିକ୍‌ ରହେ ତେବେ ବ୍ୟକ୍ତି ଜୀବନର ପ୍ରତି କ୍ଷେତ୍ରରେ ଉନ୍ନତି ହୋଇଥାଏ । ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

କେଉଁଠି ହେବା ଦରକାର ବେଡରୁମ୍‌ ?

ଘରର ମୁଖ୍ୟ ବେଡରୁମ ଘରର ଦକ୍ଷିଣ-ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗରେ ହେବା ଦରକାର । ଯଦି ଘରର କୌଣସି ରୁମ ଉପର ତାଲାରେ ରହିଛି ତ ବେଡରୁମକୁ ଉପର ତାଲାର ଦକ୍ଷିଣ-ପଶ୍ଚିମ କୋଣରେ ହେବା ଦରକାର ।

ବେଡରୁମରେ ରଖନ୍ତୁ ନାହିଁ ଏହି ଜିନିଷ-

• ବେଡ ଆଗରେ ଆଇନା ଲଗାନ୍ତୁ ନାହିଁ ।

• ଡବଳ ବେଡର ଗଦି ଦୁଇ ଭାଗରେ ନ ହେଉ ।

• ବେଡ ରୁମରେ କୌଣସି ପ୍ରକାର ଧାର୍ମିକ ଚିତ୍ର ଲଗାନ୍ତୁ ନାହିଁ ।

• ବେଡ ରୁମରେ ଲାଲ ରଂଗର ବଲ୍ଵ ଲଗାନ୍ତୁ ନାହିଁ ।

ପତି-ପତ୍ନୀଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ବାସ୍ତୁ ଟିପ୍ସ-

• ଦମ୍ପତିଙ୍କୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୟନ କରିବା ଉଚିତ୍‌ ।

• ପତି-ପତ୍ନୀ ଶୟନ କକ୍ଷରେ ଗୋଲାପି, ହାଲକା ସବୁଜ, ହଳଦିଆ ଓ ନୀଳ ରଂଗ ବାଛନ୍ତୁ ।

• ବେଡ ରୁମରେ କାଠର ବେଡ ଚୟନ କରନ୍ତୁ । ଫଳରେ ସମ୍ପର୍କରେ ମଧୂରତା ଆସିବ ।

• ବେଡରୁମରେ ଯେଉଁ ମୂର୍ତ୍ତି ରଖିବେ ତାହା ଯୁଗ୍ମ ହେବା ଦରକାର । ଯେମିତି ପାରା ଯୋଡା ଲଗାନ୍ତୁ ।

• ବେଡରୁମରେ ରଧା-କୃଷ୍ଣ ଫଟୋ ଲଗାଇପାରିବେ । ଫଳରେ ସମ୍ପର୍କ ମଜବୁତ ହେବ ।

• ପତି-ପତ୍ନୀ ନିଜ ଫଟୋ ପଶ୍ଚିମ ଦିଗରେ ଲଗାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.