ଚିକେନ ଖାଇ ଖାଇ ଓଜନ ବେଶୀ ବଢିଯାଉଛି କି, ତେବେ ଏହି ସବୁ ଟିପ୍ସ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ମେଦ ବହୁଳତାର ଶିକାର ହେଉଛନ୍ତି । ଦିନକୁ ଦିନ ଜୀବନ ଏତେ ବ୍ୟସ୍ତ ହେବାରେ ଲାଗିଛିକି ଆଉ ବୋଧେ କାହା ପାଖରେ ଜିମ ଯିବା, ଦୌଡିବା କିମ୍ବା ଚାଲିବା ପାଇଁ ସମୟ ରହୁନାହିଁ । ଆଉ ଏହା ବାଦ ଏତେ ବ୍ୟସ୍ତ ବହୁଳ ଜୀବନ ଭିତରେ ହାଲିଆ ହୋଇ ମଣିଷ ଦରକାର ଠାରୁ ଅଧିକ ଖାଇଦେଉଛନ୍ତି । ସେହି କାରଣରୁ ରୋଗରେ ପଡି ଯାଉଛନ୍ତି । ଦିନ ସାରା ମୋବାଇଲରେ ଅଧିକ ସମୟ ଦେବା, ଅଧିକ ଟେନ୍ସନ ନେବା, ନିଜ ସହିତ ନିଜେ କଥା ହେବା ବି ଓଜନ ବଢିବାର ଅନ୍ୟତମ ପ୍ରମୁଖ କାରଣ ଅଟେ । ଅତ୍ୟଧିକ ଓଜନ ବଢିବା କାରଣରୁ ଲୋକେ ବିକଳ ହୋଇ ଜିମ ଯାଉଛନ୍ତି । ଆଉ ଜିମରେ ସେମାନଙ୍କୁ ଚିକେନ ଖାଇବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଚିକେନ ଖାଇ ତାଙ୍କ ଓଜନ କମିବ କଣ ଓଲଟା ବଢି ବଢି ଯାଉଛି । ତେବେ ଆସନ୍ତୁ ଜାଣିବା ବଢି ଚାଲିଥିବା ଓଜନକୁ କିପରି କମ କରିବା :

ପନିପରିବା ଅଧିକ ଖାଆନ୍ତୁ:

ପନିପରିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ବଢୁଥିବା ଓଜନକୁ ନିୟନ୍ତ୍ରଣରେ ଆଣିବା ପାଇଁ ସବୁଜ ପନିପରିବାକୁ ନିଜ ଡାଏଟରେ ସାମିଲ କରିବା ଉଚିତ । ପରିବା ଯେମିତିକି ଲାଉ, ପାଳଙ୍ଗ. ମେଥି, ଛତୁ, ବ୍ରୋକୋଲି, ବାଇଗଣ, ଫୁଲକୋବି ଆଦି ଆମ ଓଜନ କମ କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ । ଏସବୁ ବ୍ୟତୀତ ଆପଣ ଅନ୍ୟାନ ପରିବାକୁ ବି ସାମିଲ କରିପାରିବେ ।

chicken

ଜୁସ ଅଧିକ ପିଅନ୍ତୁ:

ବିଭିନ୍ନ ପ୍ରକାର ଫଳ ତଥା ପନିପରିବାରୁ ଜୁସ ପ୍ରସ୍ତୁତ ହୋଇଥାଏ । ଅତି କମ ସମୟରେ ପେଟ ଭର୍ତ୍ତି କରିବା ପାଇଁ ଏହା ହେଉଛି ସବୁଠାରୁ ସହଜ ଓ ସରଳ ଉପାୟ । ଯେବେ ଆପଣଙ୍କ ପାଖରେ ଖାଇବା ପାଇଁ ସମୟ ନଥିବ ଆପଣ ଜୁସ ପିଇ ପାରିବେ । ଏହାକୁ ଏକ ପ୍ରକାର ଲିକ୍ୱିଡ଼ ଡାଏଟରେ ସାମିଲ କରାଯାଇ ପାରିବ । ପ୍ରତିଦିନ ଜୁସ ପିଇବା ଦ୍ୱାରା ଶରୀର ଡିଟକ୍ସ ହେବା ସହ ଓଜନ ଖୁବ ଶୀଘ୍ର କମିଯାଏ ।

ଡ୍ରାଏ ଫ୍ରୁଟସ ଖାଇବା:

ଡ୍ରାଏ ଫ୍ରୁଟସ ସବୁଠାରୁ ଅଧିକ ଭାରତର କାଶ୍ମୀର ଅଂଚଳରେ ମିଳିଥାଏ । ଏହାର ସେବନ ଆପଣ “ଆଠ କାଳି ବାର ମାସ” କରିପାରିବେ । ଏହାର ସୀମିତ ମାତ୍ରାରେ ସେବନ ଶରୀର ପାଇଁ ଖୁବ ଫାଇଦା ଦାୟକ ହୋଇଥାଏ । ଡ୍ରାଏ ଫ୍ରୁଟସର ସେବନ ଆପଣଙ୍କ ଡାଏଟରେ ଯେମିତି ଚାର ଚାନ୍ଦ ଲଗେଇବା କାମ କରିଥାଏ । କାଜୁ, ଖଜୁରୀ, ପେସ୍ତା ବାଦାମ, କମଳ ଗଟ୍ଟା ପ୍ରତିଦିନ ଖାଇବା ଉଚିତ । ଏଥିରେ ମହଜୂତ ଥିବା ପୋଷକ ତତ୍ତ୍ୱ ଆମ ଖାଦ୍ୟକୁ ବାଲାନ୍ସ କରିଥାଏ । କୌଣସି ପ୍ରକାର ରୋଗ ଦାଉରୁ ସୁରକ୍ଷା ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.