କୌଣସି ଆଶ୍ଚର୍ୟ୍ୟଠୁ କମ୍ ନୁହେଁ ଆମ ଶରୀର ! କାହିଁକି ଜାଣିବା ପାଇଁ ନଜର ପକାନ୍ତୁ ଏହି ସବୁ ରୋଚକ ତଥ୍ୟ ଉପରେ

ଆମେ ଆମ ବ୍ୟସ୍ତବହୁଳ ଜୀବନରେ ଏତେ ମାତ୍ରାରେ ବ୍ୟସ୍ତ ରହିଯାଉଛେ ଯେ, ନିଜ କଥା ଭାବିବାକୁ ମଧ୍ୟ ଆମ ପାଖରେ ସମୟ ସମୟର ଘୋର୍ ଅଭାବ ପଡିଯାଇଛି । ସ୍ବାସ୍ଥ୍ୟ ଯାହା ଆମ ପାଇଁ ସବୁଠାରୁ ଅଧିକା ଚିନ୍ତାର କାରଣ ହେବା ଉଚିତ୍ ତାକୁ ଆମେ ହେୟଜ୍ଞାନ କରିଥାଉ । ଏହା ସହ ଆମେ ଆମ ବ୍ୟସ୍ତବହୁଳ ଜୀବନ କାରଣରୁ ବହୁତ ଗୁଡିଏ ସତ ଠାରୁ ଅଜଣା ରହି ଯାଉଛେ । ଯାହା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ ହୋଇଥାଏ । ଆଜି ଆମେ ନେଇ ଆସିଛୁ ଏହିପରି କିଛି ସତ ଯାହାର ଧ୍ୟାନ ରଖିବା ଦ୍ବାରା ଆପଣ ଚିନ୍ତାଗ୍ରସ୍ତ ଜୀବନରୁ କିଛି ଆରାମ ପାଇ ପାରିବେ ।

• ରସୁଣକୁ କଂଚା ଖାଇବା ଦ୍ବାରା ପାଦରେ ଶକ୍ତି ଆସିଥାଏ ।

• ମହୁ ଖାଇବା ଦ୍ବାରା ନିଶା ଛାଡିଥାଏ ।

• ଗରମ ଦିନ ମାନଙ୍କରେ ମଣିଷ ଶରୀରରୁ ୩ ଗେଲନ୍ ପର୍ୟ୍ୟନ୍ତ ଝାଳ ବାହାରିଥାଏ

• ଆପଣଙ୍କ ମସ୍ତିସ୍କ ସ୍ଥିର କରିଥାଏ କି ସମୟ ଶୀଘ୍ର ଯାଉଛି କି ଦ୍ରୁତ ଗତିରେ ।

• ପ୍ରତି ୧୦୦ରେ ୫ ଜଣ ପିଲାଙ୍କୁ ଉଚ୍ଚରକ୍ତ ଚାପର ରୋଗ ହୋଇଥାଏ ।

• ଆଙ୍ଗୁଠି ପରି ସବୁ ମଣିଷଙ୍କର ଜିଭର ମଧ୍ୟ ଅଲଗା ପ୍ରିଂଟ୍ ଥାଏ ।

• ମସ୍ତିସ୍କ ସେ ସବୁକୁ ମନେ ରଖିଥାଏ ଯାହା ସେ ଦେଖିଥାଏ ଓ ଶୁଣିଥାଏ ।

• ଦିନରେ କେବଳ ୩୦ ମିନିଟ୍ ଚାଲିବା ଦ୍ବାରା ହୃଦଘାତର ଡର ଶତକଡା ୬୦ ପ୍ରତିଶତ କମିଯାଏ ।

• କିଛି ଲୋକ ଚାହିଁକି ମଧ୍ୟ ନିଜର ଓଜନ କମାଇ ପାରନ୍ତି ନାହିଁ କାରଣ ତାଙ୍କ ଶରୀରରେ ସାଧାରଣ ଲୋକଙ୍କ ଠାରୁ ଅଧିକ ପରିମାଣରେ ଫାଟ୍ ସେଲ୍ ରହିଥାଏ ।

• ୨୦ବର୍ଷ ପରେ ସମସ୍ତ ଲୋକଙ୍କୁ ବର୍ଷରେ ଗୋଟେ ଥର ନିଜ ଶରୀରର ପରିକ୍ଷା କରିନେବା ଉଚିତ୍ । ଯାହା ଦ୍ବାରା କୋଲେଷ୍ଟ୍ରୋଲ୍, ରକ୍ତ ଚାପ, ମଧୁମେହର ସମସ୍ୟା ବିଷୟରେ ଜାଣିପାରିବା ।

• ଖାଇବାର ନିଶା ବି ଡ୍ରଗ୍ସର ନିଶା ପରି ହୋଇଥାଏ । ଯେମିତି ଆପଣଙ୍କ ମସ୍ତିସ୍କ କୌଣସି ଖାଦ୍ୟ ବିଷୟରେ ଚିନ୍ତା କରେ ସେତିକି ଆଡିକ୍ଟେଡ୍ ହୋଇଯାଏ ।

• ବ୍ୟାୟାମ୍ କରିବା ଦ୍ବାରା ମହିଳାଙ୍କ କ୍ଷେତ୍ରରେ କ୍ୟାନସର ହେବାର ଚାନ୍ସ କମ୍ ହୋଇଥାଏ । କିନ୍ତୁ ଏହା ସହ ପର୍ୟ୍ୟାପ୍ତ ପରିମାଣର ନିଦ ମଧ୍ୟ ଆବଶ୍ୟକ ।

• ବେକିଙ୍ଗ୍ ସୋଡାରେ ବ୍ରସ୍ କରିବା ଦ୍ବାରା ଦାନ୍ତରେ ଚମକ ଆସିଥାଏ ।

• ମଣିଷର ମୋଟାପଣ ଗର୍ଭରେ ମିଳୁଥିବା ଭୋଜନ ଉପରେ ନିର୍ଭର କରିଥାଏ ।

• ନଖ, ଓଠ ଓ ଗୁପ୍ତାଙ୍ଗର ଉପରି ଭାଗରୁ କେବେବି ଝାଳ ଆସି ନଥାଏ ।

• ଦୁନିଆକୁ ଗୋରା ରଙ୍ଗର ଲୋକ ମାନେ ମାତ୍ର ୨୦ ହଜାର ବର୍ଷ ପୂର୍ବରୁ ଆସିଛନ୍ତି । ଏହା ପୂର୍ବରୁ ସମସ୍ତଙ୍କର ଦେହର ରଙ୍ଗ କଳା ଓ ଧୂସର ଥିଲା ।

• ଫେସବୁକ୍ କି ମିଡିଆକୁ ବ୍ୟବହାର କରିବା ଦ୍ବାରା ସ୍ମରଣ ଶକ୍ତି ବଢିଥାଏ । ରିସର୍ଚ୍ଚ କହେ ଏହା ଦ୍ବାରା ପୁରୁଣା କଥା ଏବଂ ପରିବାର ସହ ବିତାଇଥିବା ଭଲ ସମୟ ଲୋକମାନେ ଅଧିକ ଦିନ ପର୍ୟ୍ୟନ୍ତ ମନେ ରଖିଥାନ୍ତି ।

• ଅଧିକ ଫଳ ଓ ପନି ପରିବା ଅଧିକ ଖାଉଥିବା ଲୋକଙ୍କ ଶରୀର ନିଜେ ନିଜେ ସାଲିସାଇକ୍ଲିକ୍ ଏସିଡ୍ ତିଆରି କରିଥାଏ । ଯିଏକି ସମସ୍ତ ରୋଗ ସହ ଲଢିବା ପାଇଁ ଶକ୍ତି ଯୋଗାଇଥାଏ ।

• ଆମ ଶରୀରରେ ସବୁ ସମୟରେ ୧ ହଜାରରୁ ଅଧିକ ଅଲଗା ଅଲଗା ବ୍ୟାକ୍ଟେରିଆ ରହିଥାଏ। ଏହି ସଂଖ୍ୟା ଆମେରିକା ଜନସଂଖ୍ୟାଠାରୁ ଢେର୍ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.