ଘରର ବାଲକୋନୀରେ ଏହି ଜିନିଷ ରଖିନ୍ତୁ, ଆର୍ଥିକ କଷ୍ଟରୁ ମିଳିବ ମୁକ୍ତି

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ।

କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି। ବାସ୍ତୁ ଶାସ୍ତ୍ରରେ ଘରେ ସକରାତ୍ମକ ଶକ୍ତି ଓ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ବାସ୍ତୁ ଶାସ୍ତ୍ରରେ ବହୁତ ଉପାୟ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଘରର ବାଲକୋନୀରେ କେଉଁ ଜିନିଷ ରଖିବା ଦ୍ୱାରା ଦୂର ହୋଇଥାଏ ବାସ୍ତୁ ଦୋଷ ।

ଘରର ବାଲକୋନୀରେ କ’ଣ ରଖିବା କଥା :

ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ କୁବେର ଦେବତାଙ୍କ ଦିଗ ମନାଯାଏ । ଘରର ବାଲକୋନୀର ଉତ୍ତର ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ଲାଭର ଯୋଗ ବନିଥାଏ । ଘରକୁ ସକରାତ୍ମକ ଶକ୍ତି ଆସିଥାଏ ।

ଯଦି ଆପଣ ବାଲକୋନୀର ଦ୍ୱାରା ପାଖରେ ଲାଫିଙ୍ଗ ବୁଦ୍ଧ ଲଗାନ୍ତି, ତେବେ ଏହାଦ୍ୱାରା ଘରର ସଦସ୍ୟଙ୍କ ଆୟ ବୃଦ୍ଧି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ତମ୍ବା ଧାତୁକୁ ସୂର୍ଯ୍ୟ ତଥା ମଙ୍ଗଳ ଗ୍ରହଙ୍କ ସମ୍ବନ୍ଧିତ ମନାଯାଇଥାଏ । ତେଣୁ ବାଲକୋନୀର ପୂର୍ବ ଦିଗରେ ତମ୍ବାର ସୂର୍ଯ୍ୟ ଲଗାଇବା ଦ୍ୱାରା ଆର୍ଥିକ କଷ୍ଟ ଦୂର ହେବା ସହ ଘରେ ପ୍ରବେଶ କରୁଥିବା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ।

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପୂଜନୀୟ ମନାଯାଇଥାଏ । ବାସ୍ତୁ ଅନୁସାରେ ବାଲକୋନୀରେ ତୁଳସୀ ଗଛ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ । ବାଲକୋନୀର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ନଷ୍ଟ ହୋଇଥାଏ ।

Leave A Reply

Your email address will not be published.