ଚିନ୍ତା ବଢ଼ାଉଛି କି ମାଇଗ୍ରେନ ? ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ହଳଦୀ କ୍ଷୀର ସହିତ ଖାଆନ୍ତୁ ଏହି ଜିନିଷ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୁଣ୍ଡବ୍ୟଥା ହେବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଯଦି ଅଧିକ ସମୟରେ ମୁଣ୍ଡ ବିନ୍ଧା ହେଉଛି ତେବେ ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହା ମାଇଗ୍ରେନ ପରି ସମସ୍ୟାର ଲକ୍ଷଣ ହୋଇପାରେ । ତେବେ ମାଇଗ୍ରେନ ହେଉଛି ମୁଣ୍ଡର ଏକ ଭୟଙ୍କର ଯନ୍ତ୍ରଣା । ଯହାକୁ ସହ୍ୟ କରିବା ଅନେକ କ୍ଷେତ୍ରରେ ଅସମ୍ଭବ ହୋଇପାରେ । ଏଥିସହିତ ଏହା ମସ୍ତିଷ୍କର ଅସ୍ୱାଭାବିକ କାର୍ଯ୍ୟକଳାପ ହୋଇପାରେ । ଏହି ମାଇଗ୍ରେନ ହରମୋନନାଲ ପରିବର୍ତ୍ତନ, ଅତ୍ୟଧିକ ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଚିନ୍ତା ଆଦି କାରଣରୁ ହୋଇଥାଏ । ତେବେ ଏହାକୁ କମ କରିବାର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ ଆବଶ୍ୟକ । ତେବେ ବିଶେଷଜ୍ଞଙ୍କ ମତରେ ଏପରି କିଛି ଘରୋଇ ଉପଚାର ରହିଛି ଯାହାଦ୍ୱାରା ମାଇଗ୍ରେନ୍ ସମସ୍ୟାକୁଦୂର କରାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ସେବନ କରନ୍ତୁ ହଳଦୀ କ୍ଷୀର: ଯଦି ମାଇଗ୍ରେନ ସମୟରେ ହଳଦୀ କ୍ଷୀର ସେବନ କରିବା ଦ୍ୱାରା ଏହା ମାଇଗ୍ରନରୁ ତୁରନ୍ତ ଆରାମ ଦେଇଥାଏ । ଏଥି ସହିତ ଏହା ଅନ୍ୟାନ୍ୟ ସମସ୍ୟା ଖାସ କରି ଥଣ୍ଡାରୁ ମଧ୍ୟ ମୁକ୍ତି ଦେଇଥାଏ ।

କଦଳୀ : ମାଇଗ୍ରେନ ଆକ୍ରମଣ ସମୟରେ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ।ଏହା ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଥାଏ, ଯାହା ମୁଣ୍ଡବିନ୍ଧା ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଦଳୀରେ ୭୪ ପ୍ରତିଶତ ଜଳ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ତରଭୁଜ : ତରଭୁଜରେ ୯୨ ପ୍ରତିଶତ ଜଳ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ମାଇଗ୍ରେନ ସମେତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶରୀରରେ ପର୍ୟ୍ୟାପ୍ତ ତରଳ ପଦାର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିହାଇଡ୍ରେସନ୍ ଅବସ୍ଥାରେ ମାଇଗ୍ରେନ୍ ଆକ୍ରମଣ ଅନେକ ସମୟରେ ଅସୁବିଧାରେ ପକାଇଥାଏ । ଏଭଳି ପରିସ୍ଥିତିରେ ତରଭୁଜ ଖାଇବା ଦ୍ୱାରା ମାଇଗ୍ରେନ ଆକ୍ରମଣର ଆଶଙ୍କା କମିଯାଇପାରେ ।

ଡାଲଚିନି : ମାଇଗ୍ରେନ ସମସ୍ୟା ସମୟରେ ଆପଣ ଡାଲଚିନି ମଧ୍ୟ ସେବନ କରିପାରିବେ । କାରଣ ଡାଲଚିନିରେ ଏପରି ତତ୍ତ୍ୱ ରହିଛି, ଯାହା ଖୁବଶୀଘ୍ର ଦରଦକୁ ହଟାଇ ଦେଇଥାଏ । ଆପଣ କ୍ଷୀରରେ ଡାଲଚିନି ମିଶାଇ ପିଇବା ସହ ଡାଲଚିନି ଗୁଣ୍ଡରେ ସାମାନ୍ୟ ପରିମାଣ ପାଣି ମିଶାଇ ମଥାରେ ଲଗାଇପାରିବେ । ଏହାଦ୍ୱାର ତୁରନ୍ତ ଆରାମ ମିଳିଥାଏ ।

ଅଦା : ମାଇଗ୍ରେନ ସମୟରେ ଅଦା ସେବନ ମଧ୍ୟ ଫଳପ୍ରଦ ହୋଇଥାଏ । କାରଣ ଏହା ଔଷଧୀୟ ଗୁଣରେ ଭରପୁର ରହିଥାଏ । ମୁଣ୍ଡ ବିନ୍ଧା ସମୟରେ ଏତ ଚାମଚ ମହୁ ସହିତ ଅଦା ରସ ମିଶାଇ ପିଇଲେ, ମାଇଗ୍ରନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.