ପାଟିକୁ କରନ୍ତୁ ମିଠା, ବନାନ୍ତୁ ସୁଆଦିଆ ଚମଚମ୍‌

ଅନେକ ମିଠା ଏମିତି ହୋଇଥାଏ, ଯାହାକୁ ଦେଖିବା ମାତ୍ରକେ ଖାଇବାକୁ ଇଚ୍ଛା ହୋଇଥାଏ। ଏମିତି ହିଁ ଏକ ମିଠା ହେଉଛି ଚମଚମ୍‌। ଚମଚମକୁ ଚିନି ବଦଳରେ ଗୁଡରେ ବି ବନାଇପାରିବେ। ଏହାଦ୍ୱାରା ନା ଏହାକର କେବଳ ସ୍ୱାଦ ବଢ଼ିଯାଇଥାଏ ବରଂ ଓଜନ ବି ନିୟନ୍ତ୍ରଣରେ ରହିଥାଏ। ତାହେଲେ ଆସନ୍ତୁ ଜାଣିବା ଟେଷ୍ଟରେ ଏକଦମ୍‌ ସ୍ୱାଦିଷ୍ଟ ଥିବା ଚମଚମ୍‌ ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

  • ପନୀର – ୩୦୦ ଗ୍ରାମ୍‌
  • ମଇଦା – ୨ ଚାମଚ
  • ଗ୍ରୀନ୍‌ ଇଳେଇଚ ପାଉଡର – ୨ ଚାମଚ
  • ଚିନି – ଦେଢ଼ କପ୍‌
  • କଣ୍ଡେନସଡ ମିଲ୍କ – ୨୦୦ ଗ୍ରାମ୍‌
  • ହଳଦିଆ ରଙ୍ଗ – ଅଧା ଚାମଚ
  • ପାଣି – ୨ କପ୍‌
  • ଗାର୍ନିସିଂ ପାଇଁ କଟା ହୋଇଥିବା ପିସ୍ତା – ମୁଠାଏ

chamchamପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଏକ ପ୍ୟାନରେ ୩ ରୁ ୪ କପ୍‌ ପାଣିକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।
  • ଏବେ ଏଥିରେ ଚିନି ପକାନ୍ତୁ ଏବଂ ଚିନିକୁ ପାଣିରେ ସମ୍ପୂର୍ଣ୍ଣ ଭାବେ ମିଶାଇ ଦିଅନ୍ତୁ।
  • ଯେତେବେଳେ ସିରା ଗାଢ଼ା ହୋଇଯିବ ସେତେବେଳେ ଏଥିରେ ହଳଦିଆ ରଙ୍ଗ ମିଶାଇ ଦିଅନ୍ତୁ।
  • ଧ୍ୟାନ ରଖନ୍ତୁ ଚିିନି ସିରା ଯେମିତି ଅଧିକ ଗାଢ଼ ହେବନାହିଁ। ଏହାକୁ ଅଳ୍ପ ପତଳା କରିବା ଉଚିତ। ଆଞ୍ଚକୁ କମ୍‌ କରିଦିଅନ୍ତୁ।
  • ଏବେ ଏକ ପାତ୍ରରେ ପନୀର ଏବଂ ମଇଦାକୁ ମିକ୍ସ କରନ୍ତୁ। ଭଲଭାବେ ମିକ୍ସ କରି ଓଭାଲ ସେପରେ ଏହାକୁ ଛୋଟ ଛୋଟ ବଲ୍ସ ବନାଇ ଦିଅନ୍ତୁ।
  • ଏହି ବଲ୍ସକୁ ହାଲକା ହାତରେ ଚିନି ସିରାରେ ପକାନ୍ତୁ ଏବଂ କିଛି ସମୟ ପାଇଁ ଧୀମା ଆଞ୍ଚରେ ରାନ୍ଧିବାକୁ ଛାଡନ୍ତୁ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  • ଯେତେବେଳେ ସିରା ଥଣ୍ଡା ହୋଇଯିବ ସେତେବେଳେ ଚମଚମକୁ ସିରାରୁ ବାହାର କରିଦିଅନ୍ତୁ ଏବଂ ପ୍ଲେଟରେ ଅଲଗା ରଖିଦିଅନ୍ତୁ।
  • ଏବେ ଏକ ପାତ୍ରରେ କଣ୍ଡେନସଡ ମିଲ୍କ ଏବଂ ଅଳେଇଚ ପାଉଡରକୁ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ଚାମଚ ଉପରେ ଭଲଭାବେ ଲଗାଇ ଦିଅନ୍ତୁ।
  • କଟା ହୋଇଥିବା ପିସ୍ତାରେ ଏହାକୁ ସଜାଇ ନିଜ ପସନ୍ଦ ଅନୁଯାୟୀ ଥଣ୍ଡା କରି କିମ୍ବା ନର୍ମାଲ ଟେମ୍ପରେଚରରେ ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.