ତାଓ୍ଵାରେ ପ୍ରସ୍ତୁତ କରନ୍ତୁ ଚିଜ୍‌ ଗାର୍ଲିକ ବ୍ରେଡ, ବନାଇବା ପୂରା ସହଜ

ଆବଶ୍ୟକ ସାମଗ୍ରୀ

  • ୩-୪ ବ୍ରେଡ୍‌
  • ୪ ବଡ ଚାମଚ୍‌ ବଟର
  • ୩ ବଡ ଚାମଚ ଚିଜ୍‌
  • ୧ କପ୍‌ କ୍ଷୀର
  • ଅଧା ଚାମଚ୍‌ ଅରିଗାନୋ
  • ଅଧା ଚାମଜ୍‌ ଚିଲ୍ଲି ଫ୍ଲେକ୍ସ
  • ୨ ଚାମଚ ରସୁଣ ପେଷ୍ଟ
  • ସ୍ୱାଦାନୁସାରେ ଲୁଣ
  • ଅଧା ଚାମଚ୍‌ ଗୋଲ ମରୀଚ ପାଉଡର
  • ୧ ବଡ ଗିନା ପରିବା (ସିମଲା ଲଙ୍କା, କୋବି, ପିଆଜ ଛୋଟ କଟା ହୋଇଥିବା)
  • ୧ ବଡ ଚାମଚ୍‌ ଅଟା
  • ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଆଞ୍ଚରେ ଏକ କଡା ରଖନ୍ତୁ।
  • ଏହାପରେ ଏଥିରେ ବଟର ପକାନ୍ତୁ ଏବଂ ଏହା ମିଳାଇବା ପରେ ଅଟା ପକାଇ ଚାମଚରେ ଚଲାନ୍ତୁ।
  • ଏହା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଏବେ ଏଥିରେ କ୍ଷୀର ପକାନ୍ତୁ ଏବଂ ହାଲକା ହାତରେ ଚଲାନ୍ତୁ। ଯେମିତି ଅଟାରେ ବିଣ୍ଡା ନ ହୁଏ।
  • ଯେମିତି ହିଁ ଅଟାରେ ବବଲ୍‌ ଆସିବାକୁ ଲାଗିବ, ସେତେବେଳେ ଏଥିରେ କଟା ପରିବା ପକାନ୍ତୁ ଏବଂ ମିଶ୍ରଣକୁ ପକାନ୍ତୁ।
  • ଏହାପରେ ଏଥିରେ ଲୁଣ ଏବଂ ଚିମୁଟାଏ ଗୋଲ ମରୀଚ ପାଉଡର ପକାନ୍ତୁ ଏବଂ ୩ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  • ବ୍ରେଡରେ ଲଗାଇବା ପାଇଁ ପେଷ୍ଟ ପ୍ରସ୍ତୁତ ହୋଇଗଲା।
  • ଏବେ ବ୍ରେଡ ସ୍ଲାଇସରେ ଚାମଚରେ ବଟର, ରସୁଣ ପେଷ୍ଟ, ପ୍ରସ୍ତୁତ କରିଥିବା ମିଶ୍ରଣ, ଚିଲ୍ଲୀ ଫ୍ଲେକ୍ସ, ଗୋଲ ମରୀଚ, ଅରିଗାନୋ ଏବଂ ଚିଜକୁ କଦ୍ଦୁକସ୍‌ କରି ପକାନ୍ତୁ।
  • ଏହି ଭଳି ଭାବେ ସମସ୍ତ ବ୍ରେଡ ପ୍ରସ୍ତୁତ କରିନିଅନ୍ତୁ।
  • ଏହାପରେ ଧୀମା ଆଞ୍ଚରେ ତାଓ୍ଵାରେ ତେଲ ଲଗାନ୍ତୁ ଏବଂ ବ୍ରେଡ୍‌ ସ୍ଲାଇସ ରଖନ୍ତୁ। ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
  • ଘୋଡଣୀ ବାହାର କରି ପ୍ଲେଟରେ ଚିଜ୍‌ ଗାର୍ଲିକ ବ୍ରେଡ୍‌ ବାହାର କରି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.