ମିନିଟରେ ରେଡି ହୋଇଯିବ ତନ୍ଦୁରୀ ଟମାଟୋ ଚଟଣୀ, ସ୍ୱାଦ ଏକଦମ୍‌ ଲାଜବାବ୍‌

ଯଦି ଆପଣଙ୍କୁ ବି ଅଲଗା ଅଲଗା ଚଟଣୀ ଖାଇବାକୁ ପସନ୍ଦ, ତାହେଲେ ଥରେ ନୂଆ ସ୍ୱାଦର ଚଟଣୀ ପ୍ରସ୍ତୁତ କରନ୍ତୁ। ଆମେ ଆଜି ଆପଣଙ୍କୁ ବତାଇବୁ କେମିତି ପ୍ରସ୍ତୁତ କରିବେ ତନ୍ଦୁରୀ ଟମାଟୋ ଚଟଣୀ। ଏହାକୁ ବନାଇବା ବହୁତ ସହଜ। ତାହେଲେ ଆଉ ଡେରି ନକରି ଫଟାଫଟ୍‌ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଦୁଇ ଚାମଚ ତେଲ
  • ରସୁଣ କୋଲା
  • ଦୁଇ ବଡ ସାଇଜର ଟମାଟୋ
  • ସୁଖିଲା ଲାଲ ଲଙ୍କା
  • ଲୁଣ ସ୍ୱାଦାନୁସାରେ
  • ଭୃଷଙ୍ଗ ପତ୍ର
  • ଜିରା
  • ସୋରିଷ
  • ଅଦା ରସୁଣ ପେଷ୍ଟ
  • ପିଆଜ

ପ୍ରସ୍ତୁତି ପ୍ରଣାଳୀ

ତନ୍ଦୁରୀ ଟମାଟୋ ଚଟଣୀ ବନାଇବା ପାଇଁ ପ୍ରଥମେ ଟମାଟୋକୁ ଭାଜି ଦିଅନ୍ତୁ। ଏଥିପାଇଁ ପ୍ରଥମେ ଟମାଟୋକୁ ଧୋଇ ସଫା କରିଦିଅନ୍ତୁ। ଏବେ ଟମାଟୋକୁ ଗ୍ୟାସ ଉପରେ ସେତେ ପର୍ଯ୍ୟନ୍ତ ରଖନ୍ତୁ, ଯେପର୍ଯ୍ୟନ୍ତ ଏହା ନରମ ହୋଇ ଚୋପା ନ ଛଡାଇଛି। ଯେତେବେଳେ ଟମାଟୋ ଭଲଭାବେ ସିଝିଯିବ ସେତେବେଳେ ଏହାକୁ ଏକ ପାତ୍ରରେ ରଖି ଭାଜି ଦିଅନ୍ତୁ। ଏବେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା ପକାଇ ଫୁଟାନ୍ତୁ। ଏହାସହିତ ସୋରିଷ ଏବଂ ଭୃଷଙ୍ଗ ପତ୍ର ପକାଇ ଭାଜନ୍ତୁ। ଏହାସହିତ ରସୁଣ ଏବଂ ଅଦା ପକାଇ ଭାଜନ୍ତୁ।
ଯେତେବେଳେ ଏହା ଗୋଲଡେନ୍‌ ବ୍ରାଉନ ହୋଇଯିବ ଯେତେବେଳେ ଏଥିରେ କାଟି ରଖିଥିବା ପିଆଜ, କଞ୍ଚା ଲଙ୍କାକୁ ମିଶାଇ ଭାଜନ୍ତୁ। ଏହା ଯେତେବେଳେ ନରମ ହୋଇଯିବ ଏଥିରେ ଟମାଟୋ, ଲୁଣ ପକାଇ ଭଲଭାବେ ଭାଜନ୍ତୁ। ଏବେ ଆପଣଙ୍କ ଟେଷ୍ଟୀ ଏବଂ ଚଟପଟା ତନ୍ଦୁରୀ ଟମାଟୋ ଚଟଣୀ ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.