ସୁସ୍ଥ ଶରୀର ପାଇଁ ତିଆରି କରନ୍ତୁ ନିମ ପାଟୁଆ ଓ ନିମ କଢ ଭଜା

ପିତା ଖାଦ୍ୟ ଖାଇବାକୁ କେହି ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହାର ଅନେକ ଲାଭ ରହିଛି। ଯାହା ଶରୀର ପାଇଁ ମଧ୍ୟ ଖୁବ୍ ଭଲ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ନିମ କଢ ବା ଫୁଲରେ ତିଆରି ପାଟୁଆ ଓ ଭଜା।

ନିମ କଢ ପାଇଁ ଉପକରଣ:

ନିମ କଢ – ୧ କପ୍
କଟା ଆଳୁ – ୩ ରୁ ୪ କପ୍
ରସୁଣ ଓ ଲବଙ୍ଗ – ୨୦ ଟି
ଶୁଖିଲା ଲାଲ୍ ଲଙ୍କା – ୩ଟି
ଜିରା – ୨ ଚାମଚ।
ତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:
ନିମ ପତ୍ରରୁ ଏହାର କଢକୁ ବାହାର କରି ଦିଅନ୍ତୁ। ଏହା ପରେ ଭାଜିବା ପାଇଁ ଏକ ଚାମଚ୍ ସୋରିଷ ତେଲରେ ରଖା ଯାଇଥିବା ମସଲା ପକାଇ ଭଲରେ ଭାଜନ୍ତୁ। ନୀମ ଫୁଲକୁ ପାଣିରେ ଧୋଇ ନିଅନ୍ତୁ। ନୀମ ଫୁଲକୁ ଏହି ମସଲାରେ ମିଶାନ୍ତୁ। ଏହାପରେ ରଖିଥିବା ଆଳୁ ମଧ୍ୟ ମିଶାନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ମିଶାନ୍ତୁ। ପରେ ଏହାକୁ ଘୋଡାଇ ରଖନ୍ତୁ ଏବଂ କମ୍ ଆଞ୍ଚରେ କିଛି ମିନିଟ୍ ଏହାକୁ ରଖି କାଢି ଦିଅନ୍ତୁ। ଖାସ କରି ୧୦ ମିନିଟ୍ ରାନ୍ଧିବା ପରେ ଏହାକୁ କାଢ଼ନ୍ତୁ ଓ ଗରମ ଗରମ ପରସନ୍ତୁ। ଏହି ଫୁଲକୁ ଚଟଣୀ ମଧ୍ୟ କରି ପାରିବେ। ତେବେ ଏହାକୁ ଭାଯିବା ପରେ ରସୁଣ, ଭଜା ଜିରା ଦେଇ ଏହାକୁ ନୀମ ପାଟୁଆ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.