ଜାଣନ୍ତୁ ସ୍କୁଲ ପିଲାଙ୍କ ଠାରେ କାହିଁକି ଅଧିକ ମାତ୍ରାରେ ଦେଖାଦେଉଛି ଏହି ସମସ୍ୟା

ବର୍ତ୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବିନ୍ଧାବିନ୍ଧି ଭଳି ଯନ୍ତ୍ରଣାରେ  ପୀଡିତ । କାହାର ଅଣ୍ଟା ବିନ୍ଧୁଛି ତ କାହାର ଗୋଡହାତ ବିନ୍ଧୁଛି । କେହି କେହି ଏହାକୁ ଅତି ସାଧାରଣ ସମସ୍ୟା ଭାବି ଏଡାଇ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହି ଛୋଟ ସମସ୍ୟା ଭବିଷ୍ୟତରେ ଏକ ବଡ ରୂପ ନେଇପାରେ ବୋଲି । ଏବେକାର ସ୍କୁଲ ପିଲାଙ୍କ ଠାରେ ଦେଖା ଦେଖାଯାଉଥିବା ଏହି ସମସ୍ୟାକୁ ଗମ୍ଭିରତାର ସହ ନେଇ ଦିଲ୍ଲୀ ସ୍ଥିତ ଏମ୍ସ ତରଫରୁ ଏକ ଗବେଷଣା କରାଯାଇଥିଲ ।

ନିକଟରେ ଏମ୍ସରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିକି ସ୍କୁଲ ବ୍ୟାଗର ଅତ୍ୟଧିକ ବୋଝ ପିଲାଙ୍କ ମାଂସପେଶୀକୁ ଦୁର୍ବଳ କରିବାରେ ଲାଗିଛି । ସରକାରୀ ସ୍କୁଲ ଗୁଡିକର ପ୍ରାୟ ୬୩ ପ୍ରତିଶତ ପିଲା ହାଡ ଓ ମାଂସପେଷି ଜନିତ ରୋଗରେ ପୀଡିତ ।ଏହା ସହ ବିଳମ୍ବ ରାତି ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିବା ଓ ଟିଭି ଦେଖିବା ଦ୍ୱାରା ମଧ୍ୟ ପିଲାଙ୍କ ମାଂସପେଶୀ ଓ ହାଡ଼ରେ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମ୍ସର ରିଉମେଟିଓଲୋଜି ବିଭାଗ ୨୦୧୮ ମସିହା ଏପ୍ରିଲ ମାସ ଠାରୁ ୨୦୧୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସମ୍ବନ୍ଧରେ ଗବେଷଣା କରିଥିଲେ ।

children using smart phone

୧୦ଟି ସ୍କୁଲର ୧୬୦୦ ଛାତ୍ରଙ୍କୁ ନେଇ କରାଯାଇଥିଲା ଗବେଷଣା:

ଏମ୍ସର ରିଉମଡଓଲୋଜି ବିଭଗର ମୁଖ୍ୟ ଡ଼. ଉମା କୁମାର କହିଛନ୍ତିକି ସାଉଥ ଦିଲ୍ଲୀର ୧୦ଟି ସ୍କୁଲର ପ୍ରାୟ ୧୬୦୦ ପିଲାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ୧୦ ରୁ ୧୯ ବର୍ଷର ପିଲାଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଗବେଷଣାରୁ ସମୁଦାୟ ଛାତ୍ର ସଂଖ୍ୟାର ୬୩ ପ୍ରତିଶତ ପିଲା ଯନ୍ତ୍ରଣାରେ ପୀଡିତ ମିଳିଥିବା ବେଳେ ତାମଧ୍ୟରୁ ୩୫ ପ୍ରତିଶତ ଅଂଟା ଯନ୍ତ୍ରଣାରେ ପୀଡିତ ଥିବା ଜଣାଯାଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ବିଗତ ୧ ବର୍ଷରୁ ଅଧିକ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାଯାଇଥିଲା । ଏହା ମଧ୍ୟ ଦେଖାଯାଇଥିଲା କି ଭାରି ବ୍ୟାଗ ଉଠାଉଥିବା ପିଲା ଅନ୍ୟ ପିଲାଙ୍କ ଅପେକ୍ଷା ୨ ଗୁଣ ଅଧିକ ଯନ୍ତ୍ରଣାରେ ପୀଡିତ ହେଉଛନ୍ତି ।

school children

ଖାଦ୍ୟପେୟ ଅନିୟମିତତା ବି ପକାଉଛି ପ୍ରଭାବ:

ଡ଼. ଉମା କୁମାର ଏହା ମଧ୍ୟ କହିଥିଲେ କି ପିଲାଙ୍କ ଦୈନନ୍ଦିନ ଖାଦ୍ୟପେୟ ଠିକ ନହେବା କାରଣରୁ ହିଁ ପିଲାଙ୍କ ହାଡ ତଥା ମାଂସପେଶୀ ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ସେ ଏହା ମଧ୍ୟ କହିଛନ୍ତିକି ଛୋଟ ବେଳରୁ ପିଲା ମାନଙ୍କୁ ପୌଷ୍ଟିକ ଆହାର ଦେବା ଉଚିତ । ଏହା ମଧ୍ୟ ଜଣାଯାଇଛି କି ଯେଉଁ ପିଲା ପ୍ରତିଦିନ ୧ ଘଣ୍ଟାରୁ କମ ସମୟ ବ୍ୟାୟାମ କରନ୍ତି ଓ ୨ ଘଣ୍ଟା ରୁ ଅଧିକ ସମୟ ଟିଭି,କମ୍ପୁଟର ଓ ସ୍ମାର୍ଟ ଫୋନ ସହ ବିତାନ୍ତି ତାଙ୍କ ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଇଥାଏ । ଗୋଟିଏ ସ୍ଥାନରେ ବହୁ ସମୟ ଧରି ବସି ଏହି କାମ କରିବା ଯୋଗୁଁ ହିଁ ପିଲାଙ୍କ କୋମଳ ମାଂସପେଶୀ ଉପରେ ପ୍ରଭାବ ପଡିଥାଏ ।

ଏଥି ସହ ପଢନ୍ତୁ: ଶରୀରରେ ୟୁରିକ ଏସିଡ ବଢ଼ିବା ଦ୍ୱାରା ହୋଇଥାଏ ଆର୍ଥରାଇଟିସ୍‌, ଏହି ୩ଟି ଯୋଗ ଦ୍ୱାରା ଏମିତି କରନ୍ତୁ ନିୟନ୍ତ୍ରଣ

ପ୍ରଦୂଷଣ ଯୋଗୁଁ ମଧ୍ୟ ହୋଇଥାଏ ଏହି ରୋଗ:

ଏମ୍ସର ଗବେଷଣାରୁ ଏହି କଥା ମଧ୍ୟ ସାମ୍ନାକୁ ଆସିଛିଯେ ଭାରି ପ୍ରଦୂଷଣ କାରଣରୁ ମଧ୍ୟ ପିଲାଙ୍କ ଶାରୀରିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦିଲ୍ଲୀରେ ବିଗତ ୧୦ ବର୍ଷ ଧରି ରହୁଥିବା ୩୫୦ ରୁ ଅଧିକ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା । ଜଣା ପଡ଼ିଥିଲା କି ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ଗଣ୍ଠିବାତ ଜନିତ ସମସ୍ୟାରେ ଗଭୀର ଭାବେ ପୀଡିତ ଅଛନ୍ତି । ଏଥିନେଇ ଆହୁରି ଅଧିକ ସଚେତନ ହେବା ପାଇଁ ଦିଲ୍ଲୀର ୧୦ ବର୍ଷ ଧରି ରହୁଥିବା ୧୮ ରୁ ୬୦ ବର୍ଷ ବୟସଧାରୀ ପ୍ରାୟ ୩୫୦ ଲୋକଙ୍କର ରକ୍ତ ନମୁନା ନେଇଥିଲେ । ଏଥିରେ ୨୦ ବର୍ଷୀୟ ଲୋକଙ୍କଠାରେ ପଜିଟିଭ ଆଣ୍ଟିବଡ଼ି ମିଳିଥିଲା ଯାହାକି ଗଣ୍ଠିବାତ ଜନିତ ରୋଗର ମୂଳ କାରଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.