ଆୟୁର୍ବେଦ ଅନୁଯାୟୀ ରାତି ଭୋଜନରେ କେବେ ନିଅନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ବଡ଼ କ୍ଷତି

ଆମେ ସକାଳ ବ୍ରେକଫାଷ୍ଟକୁ ନେଇ ଯେତିକି ସଦେବୁ ଜାଗ ରହୁ ରାତି ଭୋଜନକୁ ନେଇ ସେତେ ଗୁରୁତ୍ୱ ଦେଇ ନଥାଉ । ଆମର ରାତି ଖାଦ୍ୟ ପୁରା ରାତି ସହିତ ପରଦିନ ସକାଳ ପର୍ଯ୍ୟନ୍ତ ଆପଣଙ୍କର ଖିଆଲ ରଖିଥାଏ । ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ କିଛି ଟିପ୍ସ । ଯାହା ଆପଣ ଜାଣିଲେ ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭ ଦେଇଥାଏ । ଯେଉଁ ଖାଦ୍ୟ ଖାଇଲେ ରାତି ସହ ପରଦିନ ମଧ୍ୟ ଆପଣଙ୍କ ଶରୀରକୁ ସୁରକ୍ଷା ଦେଇଥାଏ । ସେ ବିଷୟରେ ଆଜି ଆମେ କହିବୁ । ଆସନ୍ତୁ ଜାଣିବା ରାତିରେ ଡିନରରେ କ’ଣ ଖାଇବା ଜରୁରୀ ।

ଡିନର ପାଇଁ ଏହା ସବୁଠୁ ଭଲ ଖାଦ୍ୟ

ଆୟୁର୍ବେଦ ଅନୁସାରେ ରାତି ଖାଦ୍ୟରେ ଆପଣ ଲୋ କାର୍ବୋହାଇଡ୍ରେଟ ଖାଦ୍ୟ ନେବା ଜରୁରୀ । ଯେମିତି କରିପତା, ହଳଦୀ,ଡାଲି ଓ ହାଲକା ମାତ୍ରାରେ ଅଦା ମିଶା ଖାଦ୍ୟ ସେବନ କରିବା ଉଚିତ୍‌ । ଡିନରରେ ଆପଣ ସର୍ବଦା ହାଲକା ଖାଦ୍ୟ ନେବା ଜରୁରୀ ।

ରାତି ଭୋଜନରେ ଏହି ଖାଦ୍ୟ ନହେବା ଦରକାର

ଆୟୁର୍ବେଦ ଅନୁସାରେ ଡିନରରେ ଅୟଲି, ଜଙ୍କ ଫୁଡ, ମିଠାଇ,ଚକୋଲେଟ,ନନଭେଜ,ଆଇସିକ୍ରିମ ଓ ଦହି ଖାଇବା ଅନୁଚିତ୍‌ । ରାତିରେ ଏହି ଜିନିଷ ଖାଇବା ଦ୍ୱାରା ଦେହରେ କଫ ସୃଷ୍ଟି ହୋଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଶରୀରରେ ବହୁ ପ୍ରକାର ରୋଗ ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.