ବଦଳାନ୍ତୁ କଥା କହିବାର ତରିକା ! ଦେଖିବେ ଏମିତି କିଛି ମିଛ, ଖୁସି ଭରିଦେବ ଆପଣଙ୍କ ଜୀବନରେ ..

ଏମିତି କିଛି ଛୋଟ ଛୋଟ ମିଛ ଥାଏ ଯାହା କହିବା ଦ୍ବାରା ସଂପର୍କ ମଜଭୁତ ହୋଇଥାଏ । ଦେଖାଯାଏ ଯେଉଁ ଜୀବନ ସାଥୀ ପରସ୍ପରକୁ ଏହି ୩ ଟି ମିଛ କହିଥାନ୍ତି ସେମାନଙ୍କ ଜୀବନ ରୋମାଣ୍ଟିକ୍ ଭରା ଓ ମଜଭୁତ ହୋଇଥାଏ ।

  • ଯଦି ଆପଣ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିର୍ତକ ହେଉଥାଏ ଓ ଯେତେବି ଦୁହେଁ ନିଜ ନିଜ ଯାଗାରେ ଠିକ୍ ରହିଥାନ୍ତୁ ନା କାହିଁକି ଯୁକ୍ତିର୍ତକ ଲାଗିବା ସମୟରେ ଜଣଙ୍କୁ ଝଗଡା ବନ୍ଦ କରିବାକୁ ତମେ ଠିକ୍ ବୋଲି କହିବାକୁ ପଡିବ । ଏହା କହିବା ଦ୍ବାରା ସାମ୍ନାନାରେ ଥିବା ଲୋକ ଠିକ୍ ଭୁଲ୍ ନିଜେ ଜାଣି ପାରିବେ ।
  • ସାଥୀଙ୍କ ବେସ ଆପଣଙ୍କୁ ଭଲ ନ ଲାଗୁ ପଛେ କିନ୍ତୁ ଖୁସି କରିବା ପାଇଁ ନିହାତି ଏହି ମିଛ କୁହନ୍ତୁ କି ବହୁତ ଭଲ ଲାଗୁଛ । କଥା କହିବାର ବହୁତ ତରିକା ଥାଏ । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ବିଲକୁଲ ଭଲ ଲାଗୁନାହାନ୍ତି ବୋଲି କହି ଦିଅନ୍ତି ତେବେ ଏହି କଥା ସାଥୀଙ୍କ ମନକୁ ଆଘାତ ଦେଇଥାଏ । ଆପଣ ଏସବୁ ନ କହି ଏହା ମଧ୍ୟ କହିପାରିବେ କି ଏମିତି ସଜ ହେଲେ ତମେ ଅଧିକ ସୁନ୍ଦର ଲାଗିବ । ଏମିତିରେ ତ ତମେ ଯାହା ବି ପିନ୍ଧ ବହୁତ ସୁନ୍ଦର ଲାଗ ।
  • ବେଳେବେଳେ ଏମିତି ହୁଏ ସାଥୀ ରାନ୍ଧି ଥିବା ଖାଇବା ପାଟିକୁ ସ୍ବାଦିଷ୍ଟ ଲାଗିନଥାଏ କିନ୍ତୁ ଏହା ସିଧାସଳଖ ଭାବେ ସାଥିଙ୍କୁ କହିବା ଦ୍ବାରା ତାଙ୍କ ମନରେ କଷ୍ଟ ହୋଇଥାଏ । ଏମିତି କହିବେ ତମେ ବହୁତ ଭଲ ଖାଇବା ରାନ୍ଧୁଛ । କଥା କହିବାର ତରିକା ବଦଳାନ୍ତୁ ଦେଖିବେ ବହୁତ ଖୁସିରେ ରହିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.