କରୋନା XE ଭାରିଅଣ୍ଟର ଶିକାର ହୋଇଛି କି ଆପଣଙ୍କ ପିଲା, ଜାଣନ୍ତୁ ଲକ୍ଷଣ

କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି। ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ ବଢୁଥିବା ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ସ୍କୁଲ ମଧ୍ୟଖୋଲିଛି। ତେଣୁ ପିଲାଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି। କରୋନାର ନୂଆ ଭାରିଏଣ୍ଟ ଏକ୍ସଇ ଆସିବା ପରେ ପିଲା କରୋନା ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ବୃଦ୍ଧ ଓ ପିଲାଙ୍କୁ ଅଧିକ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେବେ ଆପଣ କେମିତି ନିଜ ପିଲାର ଯତ୍ନ ନେବେ, ତାହା ଜାଣିବା ଜରୁରୀ।

ପିଲାଙ୍କର ଛୋଟରୁ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଗମ୍ଭୀରତାର ସହ ବୁଝିବା ଜରୁରୀ। ଡାକ୍ତରଙ୍କ ପରାମର୍ଶନେବା ମଧ୍ୟ ଜରୁରୀ। ଏପର୍ଯ୍ୟନ୍ତ ଯେଉଁ ମାମଲା ସାମ୍ନାକୁ ଆସିଛି, ସେଥିରେ ପିଲାଙ୍କର କିଛି ଲକ୍ଷଣକୁ ନୋଟ୍‌ କରାଯାଇଛି। ଏହି ସଂକେତ ଦ୍ୱାରା ପିଲାଙ୍କୁ କରୋନା ସଂକ୍ରମିତ ହୋଇଛି ବୋଲି ଜାଣିବାକୁ ମିଳିଥାଏ। ତେବେ ଜାଣନ୍ତୁ କ’ଣ ସେହି ଲକ୍ଷଣ…

ଜ୍ୱର : କରୋନା ଲକ୍ଷଣ ମଧ୍ୟରେ ଜ୍ୱର ସବୁଠାରୁ ମୁଖ୍ୟ ଲକ୍ଷଣ। ପିଲାକୁ ଯଦି ହଠାତ୍‌ ଜ୍ୱର ହୋଇଯାଏ, ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ।

ଲଗାତାର କାଶ : ବାରମ୍ବାର କାଶ ହେବା କିମ୍ବା ଶୁଖିଲା କାଶ ହେବା ଏହା କରୋନାର ଲକ୍ଷଣ ହୋଇଥାଏ। ଏହାଦ୍ୱାରା ପିଲାର ଥଣ୍ଟି ଧୀରେ ଧୀରେ ଶୁଖିଯାଏ।

ବାସ୍ନା କିମ୍ବା ସ୍ୱାଦ ନ ଜାଣିବା : ଅନେକ ପିଲା କରୋନା ସଂକ୍ରମିତ ହେଲେ ପ୍ରତ୍ୟେକ ଜିନିଷର ସ୍ୱାଦ ଓ ଗନ୍ଧ ଜାଣିପାରନ୍ତି ନାହିଁ।

child2
photo credit: Baby and child

ଭୋକ ନ ଲାଗିବା : ସଂକ୍ରମିତ ହୋଇଥିବା ପିଲାଙ୍କୁ ସାଧାରଣରେ ଭୋକ ଲାଗେ ନାହିଁ। ମନ ପସନ୍ଦର ଖାଦ୍ୟ ଦେଲେ ମଧ୍ୟ ସେମାନେ ଖାଆନ୍ତି ନାହିଁ। କିଛି ପିଲା ଖାଇବା ପରେ ବାନ୍ତି ମଧ୍ୟ କରିଦିଅନ୍ତି।

ଶିଙ୍ଘାଣି ବୋହିବା : ନାକରୁ ଅନବରତ ଶିଙ୍ଘାଣି ବୋହିବା ମଧ୍ୟ କରୋନା ହେବା ଲକ୍ଷଣ। ନାକରେ ଘା ହେବା କିମ୍ବା ଦରଜ ହେବା ଏହାର ଲକ୍ଷଣ।

ଝାଡା ହେବା : ପେଟରେ କିଛି ସମସ୍ୟା ଦେଖାଦେଲେ ପିଲାଙ୍କର ଝାଡା ହୋଇଥାଏ। ତରଳ ଝାଡା ହେଲେ ମଧ୍ୟ ଏହା କରୋନାର ଲକ୍ଷଣ ହୋଇଥାଏ।

ନିଶ୍ୱାସ ନେବାରେ କଷ୍ଟ: ଯଦି ପିଲାକୁ ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ହେଉଛି, ତେବେ ତାକୁ ତୁରନ୍ତ ଡାକ୍ତର ପାଖକୁ ନେଇ ଯାଆନ୍ତୁ।

Child with Mask
Image Credit: ochsner

 

ଶରୀର ଦରଜ : ଅନେକ ପିଲାମାନେ ଏହା ଜାଣିପାରନ୍ତି ନାହିଁ । କିନ୍ତୁ ଯଦି ପିଲାର ଶରୀର ଦରଜ ହୋଇଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ତୁରନ୍ତ ନିଅନ୍ତୁ।

ନିଶ୍ଚିତ ଧ୍ୟାନରେ ରଖନ୍ତୁ :

ପିଲାକୁ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଅନୁପ୍ରାଣିତ କରାଯିବ ଉଚିତ। ମାସ୍କ ପିନ୍ଧିବା, ୧ ମିଟର ଶାରୀରିକ ଦୂରତା ରଖିବା, ବାରମ୍ବାର ହାତ ଧୋଇବା ଇତ୍ୟାଦି ଶିଖାନ୍ତୁ। ସ୍କୁଲରେ ହେଉ ଅବା ଏକୁଟିଆ ପିଲା କିପରି ନିଜର ଧ୍ୟାନ ନେବ, ତାହା ଆପଣ ନିଶ୍ଚିତ ଧ୍ୟାନ ରଖନ୍ତୁ। ଗରମ ଦିନରେ ପିଲାକୁ ଅଧିକ ପାଣି ପିଇବାକୁ ଦିଅନ୍ତୁ। ଖରାଦିନରେ ପିଲାକୁ ହାଇଡ୍ରେଟ୍‌ ରଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.