ଆପଣଙ୍କ ତ୍ବଚାକୁ ଗୋରା ତଥା ଉଜ୍ଜ୍ବଳ କରିବ ସେଓ; ଘରେ ବସି ଏମିତି ପ୍ରସ୍ତୁତ କରନ୍ତୁ ୬ଟି ଫେସ୍ ପ୍ୟାକ

ସେଓରେ ଭିଟାମିନ୍ ସି, ଭିଟାମିନ ଏ ଓ କପର୍ ଭରପୂର ମାତ୍ରାରେ ରହିଛି। ସେଓ ଖାଇବା ଏବଂ ଏହାକୁ ଚେହେରାରେ ଲଗାଇବା ଦ୍ବାରା ତ୍ବଚା ଉଜ୍ଜ୍ବଳ ହୋଇଥାଏ। ଆପଲ୍ ଦ୍ବାରା ଡାମେଜ୍ ସେଲ୍ସ ରିପେୟାର ହୋଇଥାଏ ଏବଂ ସ୍କିନରେ ଗ୍ଲୋ ଆସିଥାଏ। ଏହାକୁ ଖାଇବା ବତୀତ ଆପଣ ଏଥିରେ ତିଆରି ଫେସ୍ ପ୍ୟାକକୁ ମଧ୍ୟ ଚେହେରାରେ ଲଗାଇ ପାରିବେ। ଘରେ ବସି ସେଓ ଫେସ୍ ପ୍ୟାକ ତିଆରି କରିବା ବି ବହୁତ ସହଜ। ଆସନ୍ତୁ ଜାଣିବା।

-ସେଓକୁ କାଟି କୈଣସି ମିକ୍ସରରେ ପେସି ନିଅନ୍ତୁ। ଏବେ ଏଥିରେ ୧ ଚାମଚ ଦହି ଏବଂ ଅଧା ଚାମଚ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାନ୍ତୁ।

-ଯଦି ଆପଣଙ୍କ ସ୍କିନ୍ ଡ୍ରାଏ, ତ ଆପଣ ଏଥିରେ ୧ ଚାମଚ ଗ୍ଲିସେରିନ ଏବଂ ଗୋଲାପ ଜଳ ମିଶାଇ ଲଗାଇ ପାରିବେ। ଏହାକୁ ୧୫ ରୁ ୨୦ ମିନିଟ୍ ଚେହେରାରେ ଲଗାଇ ରଖନ୍ତୁ ଏବଂ ପରେ ମୁହଁ ଧୋଇ ଦିଅନ୍ତୁ।

-ଯଦି ଆପଣଙ୍କ ସ୍କିନ୍ ସେନ୍ସିଟିଭ, ତ ସେଓକୁ ପାଣିରେ ସିଝାଇ ମାଶ୍ କରି ନିଅନ୍ତୁ। ଏବେ ଏଥିରେ ଫାଳେ କଦଳୀ ଓ ୧ ଚାମଚ ମଲେଇ ମିଶାଇ ଚେହେରାରେ ଲଗାନ୍ତୁ ଏବଂ ୧୫ ମିନିଟ୍ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।

-ନର୍ମାଲ ସ୍କିନ ଥିବା ଲୋକେ ସେଓ ପେଷ୍ଟରେ ୧ ଚାମଚ ଅଣ୍ଡାର ଧଳା ଅଂଶ, ୧ ଚାମଚ ଦହି ଏବଂ ଅଧା ଚାମଚ ଗ୍ଲିସେରିନ ମିଶାଇ ଲଗାଇ ପାରିବେ। ୨୦ ମିନିଟ୍ ପରେ ଚେହେରାକୁ ସଫା ପାଣିରେ ଧୋଇ ଦେବେ।

-ସେଓ ପେଷ୍ଟରେ ମହୁ ଓ ହଳଦୀ ମିଶାଇ ଲଗାଇବା ଦ୍ବାରା ଚେହେରାରୁ ସବୁ ଚିହ୍ନ, ଦାଗ ଦୂର ହୋଇ ଯାଇଥାଏ। ଏହାଦ୍ବାରା ଚେହେରାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।

-ସେଓ ପେଷ୍ଟରେ ଡାଳିମ୍ବ ଜୁସ୍ ମିଶାଇ ଚେହେରାରେ ମାଲିସ୍ କରିବା ଦ୍ବାରା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟ ଏଜିଙ୍ଗ୍ ଗୁଣ ସ୍କିନ୍କୁ ମିଳି ଥାଏ।

Leave A Reply

Your email address will not be published.