ଘରେ ତିଆରି କରନ୍ତୁ ମହାରାଣୀ ଏଲିଜାବେଥଙ୍କ ମନ ପସନ୍ଦ ବିସ୍କୁଟ ଚକଲେଟ କେକ, ଏତେ ସୁଆଦିଆ ସବୁଦିନେ ନିଜ ଲଂଚ ପରେ ଖାଉଥିଲେ ରାଣୀ

ଚକଲେଟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପୁଣି ଚକଲେଟ କେକ ମଧ୍ୟ ସମସ୍ତଙ୍କୁ ପସନ୍ଦ। ଖାସ କରି ଛୋଟ ପିଲାଙ୍କ ପସନ୍ଦ ଏହି କେକ, ଯାହାକୁ ସେମାନେ ସବୁବେଳେ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ସବୁବେଳେ ଏହାକୁ କିଣି ଖୁଆଇବା ଉଚିତ ନୁହେଁ। ତେଣୁ ଆପଣ ଏହାକୁ ଘରେ ତିଆରି କରି ପାରିବେ। ପୁଣି ଏହି କେକ ମହାରାଣୀ ଏଲିଜାବେଥଙ୍କ ମନ ପସନ୍ଦର କେକ, ଯାହାକୁ ସେ ସବୁ ଦିନେ ଖାଇବାକୁ ପସନ୍ଦ କରନ୍ତି।

ଆପଣ ମଧ୍ୟ ଏହାକୁ ଘରେ ତିଆରି କରି ପାରିବେ ଖୁବ ସହଜ ଉପାୟରେ। ତେବେ ଆସନ୍ତୁ ଜାଣିବା ଏହି କେକ ତିଆରି କରିବା ପାଇଁ ଆବଶ୍ୟକୀୟ ଉପକରଣ।

ବିସ୍କୁଟ ଚକଲେଟ କେକ ପାଇଁ ସାମଗ୍ରୀ :

. ଅଧା କପ ଅଟା କିମ୍ବା ମଇଦା
. ଗୋଟେ କପ ତେଲ
. ଗୁଡ କିମ୍ବା ଚିନି
. ଚକଲେଟ ବିସ୍କୁଟ
. ଚକୋଚିପ୍ସ ଓ କ୍ଷୀର ଏବଂ କିଛି ଡ୍ରାଏ ଫ୍ରୁଟ୍ସ
. ଚକ୍ଲେଟ ପାଉଡର ବା ସିରପ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଆପଣ ବିସ୍କୁଟ ସବୁକୁ ଗୁଣ୍ଡ କରିଦିଅନ୍ତୁ। ଏହା ପରେ ଏଥିରେ ଚିନି, କ୍ଷୀର ମିଶାଇ ଭଲରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ମଇଦା ବା ଅଟା ମିଶାଇବା ସହିତ ଚକୋ ପାଉଡର ତେଲ ମିଶାଇ ଭଲରେ ଗୋଳାନ୍ତୁ। ଏଥି ସହିତ ଚକୋଚିପ୍ସ ମଧ୍ୟ ମିଶାନ୍ତୁ। ପରେ ଏଥିରେ ଡ୍ରାଏ ଫ୍ରୁଟ ମିଶାଇ ରଖି ନିଅନ୍ତୁ। ମିଶ୍ରଣ ପ୍ରସ୍ତୁତ ହେବା ପରେ ଏହାକୁ କେକ ପ୍ୟାନରେ ତେଲ ମାରି ରଖନ୍ତୁ। ଆପଣ ଏହାକୁ ମାଇକ୍ରୋୱଭାନ କିମ୍ୱା ପ୍ରେସର୍ କୁକରରେ ତିଆରି କରି ପାରିବେ। ପ୍ରେସର୍ କୁକରରେ ଏହା ୪୦ ରୁ ୧ ଘଣ୍ଟା ଲାଗିବ। ଥଣ୍ଡା ହେବା ପରେ ଆପଣ ଏହାକୁ ଖାଇ ପାରିବେ କିମ୍ୱା ଗରମ ଗରମ ଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.