ସୋସିଆଲ ମିଡିଆର ବହୁଳ ବ୍ୟବହାର ପଡ଼ିବ ମହଙ୍ଗା, ଶିଘ୍ର ବଦଳାନ୍ତୁ ଅଭ୍ୟାସ

କେନ୍ୟୁଜ୍‌ ବ୍ୟୁରୋ: ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି କି? ଯଦି ନୁହେଁ  ବଦଳାନ୍ତୁ ଅଭ୍ୟାସ ନହେଲେ ପଡ଼ିବ ମହଙ୍ଗା। ଆମେ ସବୁ ଜାଣିଛେ ଆମ ଜୀବନରେ ୨୦ ବର୍ଷ ବୟସ ହେଉଛି ଜୀବନର ଏକ ଜରୁରୀ ସମୟ କିଛି କରି ଦେଖାଇବାର। ନିଜ ଜୀବନକୁ ଗଢ଼ି ତୋଳିବାର । ଏହି ବୟସରେ ପିଲାମାନେ କିଛି ଭୁଲ କରିବସନ୍ତି । ଯାହାକୁ ନେଇ ଜୀବନ ସାରା ଅନୁତାପ କରିବାକୁ ପଡିଥାଏ। ଯଦି ଆପଣ ଏମିତି କିଛି ଭୁଲ କରୁଛନ୍ତି ତେବେ ସତର୍କ ହେଇଯାଆନ୍ତୁ,ନହେଲେ ବହୁ ମୂଲ୍ୟ ଦେବାକୁ ପଡ଼ିବ।

୨୦ରୁ ୩୦ ବର୍ଷ ବୟସ ଏମିତି ଏକ ସମୟ ଏହି ସମୟରେ ଆମେ ନିଜକୁ ଗଢ଼ି ତୋଳନ୍ତି,ନିଜର ସ୍କିଲ୍‌ସ ଡେଭ୍‌ଲପ କରନ୍ତି। ଅନେକ କିଛି ନୂଆ ଶିଖନ୍ତି। ଯେମିତି ଆଗାମୀ ଭବିଷ୍ୟତରେ କୌଣସି ଅସୁବିଧା ହେବନି ଏବଂ ଆମେ ସଫଳ ହୋଇପାରିବା। କିଛି ଲୋକ ଏହି ସମୟରେ ବଡ଼ ବଡ଼ ଭୁଲ ବି କରିବସନ୍ତି। ଯାହାକୁ ନେଇ ଜୀବନ ସାରା ଅନୁତାପ କରନ୍ତି। ଆଜି ଆପଣଙ୍କୁ କିଛି ଭୁଲ ବିଷୟରେ କହିବୁ,ଯାହା ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସାହାଯ୍ୟ କରିବ।

ସୋସିଆଲ ମିଡିଆର ବହୁଳ ବ୍ୟବହାର:

ଆଜି କାଲିର ପିଲାମାନେ କିଛି ନୂଆ ଶିଖିବା ବଦଳରେ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ସମୟ ନଷ୍ଟ କରୁଛନ୍ତି। କେଉଁ ବାହାର ଜାଗାକୁ ଗଲେ ଷ୍ଟାଟସ୍‌ ଅପଡେଟ୍‌ କରନ୍ତି ଏବଂ ଫଟୋ ମଧ୍ୟ ସେୟାର କରନ୍ତି। ସୋସିଆଲ ମିଡିଆର ବ୍ୟବହାର ଭୁଲ ନୁହେଁ,କିନ୍ତୁ ଏହାର ମାତ୍ରାଧିକ ବ୍ୟବହାର ଆମ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ସୋସିଆଲ ମିଡିଆର ବହୁଳ ବ୍ୟବହାର ବଦଳରେ ଯଦି ଆପଣଙ୍କ ଜୀବନ ପାଇଁ କିଛି ଚିନ୍ତା କରିବେ ଏବଂ ନିଜର ସ୍କିଲ୍‌ ଡେଭଲପ କରିବେ, ତେବେ ଆପଣଙ୍କ ଭବିଷ୍ୟତ ପାଇଁ ଉପଯୋଗୀ ହେବ।

କମ୍ଫର୍ଟ ଜୋନ୍‌:
୨୦ ବର୍ଷ ବୟସ ଏମିତି ଏକଗୁରୁତ୍ୱପୂର୍ଣ୍ଣ ସମୟ ଯଦି ଆପଣ କମ୍ଫୋର୍ଟ ଜୋନ୍‌ ବାହାରକୁ ଚାଲିଯାଉଛନ୍ତି ,ତେବେ ଆପଣଙ୍କର ବହୁତ ହାନି ହୋଇଥାଏ। ଏହି ବୟସରେ ଆପଣଙ୍କୁ ନୂଆ ନୂଆ ତଥ୍ୟ ଶିଖିବା ଦରକାର,ଚିନ୍ତା କରିବା ଦରକାର କି ଆପଣଙ୍କୁ କଣ କରିବାର ଅଛି ଏବଂ ଆପଣଙ୍କ କ୍ୟାରିୟର ପାଇଁ କ’ଣ ଆବଶ୍ୟକ। ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ।

ଦରମା ନ ବଞ୍ଚିବାର ଅଭ୍ୟାସ: 
ଯଦି ଆପଣ କେଉଁଠି ଚାକିରି କରୁଛନ୍ତି ଏବଂ ଦରମାର ସବୁ ପଇସା ଆପଣ ଖର୍ଚ୍ଚ କରିଦେଉଛନ୍ତି,ତେବେ ଭବିଷ୍ୟତରେ ଏହି ଅଭ୍ୟାସ ଆପଣଙ୍କର ମୁଣ୍ଡ ବିନ୍ଧାର କାରଣ ହେବ। ଏହି ବୟସରେ ଆପଣଙ୍କୁ ପଇସା ସଞ୍ଚୟ କରିବା ନିହାତୀ ଦରକାର। ଆପଣଙ୍କୁ ଏହି ଚେଷ୍ଟା କରିବା ଦରକାର କି କେମିତି ପୁଞ୍ଜି ବିନିଯୋଗ କରିବେ। ଏହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭ ଦାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.