ଇନସୁଲିନ ନେବାକୁ ପଡିବନି, ଶରୀରରେ ଆପେ ଆପେ ତିଆରି ହେବ ଇନସୁଲିନ…..!

ଦୁନିଆରେ ଡାଇବେଟିକ୍ସର ମାମଲା ୫୦କୋଟିକୁ ପାର କରିସାରିଲାଣି । ଏହି ରୋଗ ଏବେ ବେଶ ମାରାତ୍ମକ ହୋଇ ଉଭାହୋଇଛି । ଯେକେହିବି ବ୍ୟକ୍ତି ବିଶେଷଙ୍କୁ ଏହି ରୋଗ ଚିନ୍ତାରେ ପକାଉଛି । ଯଦି ସୁଗାରର ମାତ୍ରା ଶରୀରରେ ବାଲାନ୍ସ ରହୁଛି ତେବେ ତ ତ୍ରାହି ଅଛି କିନ୍ତୁ ଯଦି ସୁଗାର ଲେବଲ ଅତ୍ୟଧିକ ତେବେ ତ ସମସ୍ୟା ହିଁ ସମସ୍ୟା । କାରଣ ଏଥିପାଇଁ ଅଧିକାଂଶ ଲୋକଙ୍କୁ ଇନସୁଲିନ ନେବାକୁ ହୁଏ । ଯାହା ଏଇ ରୋଗୀ ପାଇଁ ବହୁତ ହି ଦୁଖଦାୟକ । କିନ୍ତୁ କଣ ଆପଣ ବିଶ୍ୱାସ କରିବେ ଯଦି କୁହାଯାଏ ଯେ ଏହି ଇନସୁଲିନ ଅର୍ଥାତ ଇଂଜେକ୍ସନ ଆଉ ଆବଶ୍ୟକ ପଡିବ ନାହିଁ । ଆପଣଙ୍କ ସୁଗାରର ମାତ୍ରା ସେମିତିରେ ଠିକ ରହିବ । ଆଜ୍ଞା ହଁ ଯଦି ଅଷ୍ଟ୍ରେଲିଆର ବୈଜ୍ଞାନିକ ସଫଳ ହୁଅନ୍ତି ତେବେ ତ ଏହା ସମ୍ଭବ ହେବ ।

ପ୍ରକୃତ କଥା ହେଲା ଏଇଆ କି ଅଷ୍ଟ୍ରେଲିଆରେ ବୈଜ୍ଞାନିକ ଏକ ଉପାୟ ଖୋଜିଛନ୍ତି । ଯାହା ଦ୍ୱାରା ଶରୀର ମଧ୍ୟରେ ଇନସୁଲିନର ମାତ୍ରା ପୁଣିଥରେ ତିଆରି ହେବ । ଏହି ଅନୁସନ୍ଧାନ ଏବେ ପ୍ରାଥମିକ ସ୍ତରରେ ରହିଛି କିନ୍ତୁ ଏହାକୁ ଡାଇବେଟିକର ଚିକିତ୍ସାରେ ମହତ୍ତ୍‌ୂପୂର୍ଣ୍ଣ ଭୁମିକା ନିଭାଇବ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆର ମୋନାଶ ୟୁନିଭରସିଟିରେ ବୈଜ୍ଞାନିକ ଏହି ରିସର୍ଚ୍ଚ ଷ୍ଟଡିରେ ଲାଗିଛନ୍ତି ।

ବୈଜ୍ଞାନିକମାନେ ଏହି ରିସର୍ଚ୍ଚ ଷ୍ଟଡିରେ ଏକ ଏଭଳି ଖୋଜ କରିଛନ୍ତି ଯାହା ଦ୍ୱାରା ପାନକ୍ରିୟାଟିକ ଷ୍ଟେମ କୋଶିକାରେ ଇନସୁଲିନ ଆପେ ଆପେ ତିଆରି ହେବ । ଯଦି ଏପରି ସମ୍ଭବ ହୁଏ ତେବେ ଟାଇପ ୧ ଓ ଟାଇପ ୨ ଡାଇବେଟିକର ଚିକିତ୍ସାରେ ଏହା ବହୁତ ବଡ ପଦକ୍ଷେପ ସାବ୍ୟସ୍ତ ହେବ ।

ବୈଜ୍ଞାନିକମାନେ ଏହି ସମୟ ମଧ୍ୟରେ ଟାଇପ ୧ଡାଏବେଟିକର ରୋଗୀ ଦାନ କରିଥିବା ପାନକ୍ରିୟାଟିକ କୋଶିକା ଉପରେ ଷ୍ଟଡି କରିଥିଲେ । ସେଥିରେ ଆମେରିକା ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ଆପ୍ରୁଭ୍ଡ ହୋଇଥିବା ଏକ ଡ୍ରଗର ବ୍ୟବହାର କରାଯାଇଥିଲା ଯାହା ବର୍ତ୍ତମାନ ଚିକିତ୍ସାରେ ବ୍ୟବହାର ହେଉନାହିଁ । ଏହି ମେଡିସିନ ଦ୍ୱାରା ଅନୁସନ୍ଧାନକାରୀମାନେ ପାନକ୍ରିୟାଜ ଷ୍ଟେମ କୋଶିକାକୁ ପୁଣିଥରେ ସକ୍ରିୟ କରିବାରେ ସଫଳ ହୋଇଛନ୍ତି । ଅନୁସନ୍ଧାନକାରୀ ମାନେ ଇନସୁଲିନ ଏକ୍ସପ୍ରେସିଙ୍ଗ କରିବାରେ ବି ସଫଳ ହୋଇଛନ୍ତି ।

ରିସର୍ଚ୍ଚର ଯେଉଁ ଉପାୟ ବିକଶିତ କରିଛନ୍ତି ତା ଦ୍ୱାରା ଟାଇପ ୧ ଡାଇବେଟିକ୍ସ କାରଣରୁ ନଷ୍ଟ ହୋଇଥିବା କୋଶିକା ସ୍ଥାନରେ ନୂଆଁ କୋଶିକା ନେଇହେବ ଓ ଇନସୁଲିନର ଉତ୍ପାଦନ ହୋଇପାରିବ । ଯଦିଓ ଅନୁସନ୍ଧାନକାରୀଙ୍କ କହିବା କଥା କି ଏବେ ଅଧିକ ରିସର୍ଚ୍ଚର ଆବଶ୍ୟକତା ଅଛି । ଆଉ ଯଦି ଏଥିରେ ସଫଳତା ମିଳୁଛି ତେବେ ଏହାର ବ୍ୟବହାର ଡାଇବେଟିକ୍ସକୁ ଠିକ କରିବାରେ କରାଯିବ ।

ମୋନାଶ ୟୁନିଭରସିଟିରେ ଡାଇବେଟିକ୍ସ ଏକ୍ସପର୍ଟଙ୍କର ଦାବି କି ଏହି ଚିକିତ୍ସା ଡାଇବେଟିକ୍ସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହେବ କାରଣ ଏହା ଦ୍ୱାରା ବାରମ୍ବାର ଇନସୁଲିନ ନେବାକୁ ପଡିବ ନାହିଁ ।

ଏହି ରିସର୍ଚ୍ଚ ଅନୁସାରେ ପାନକ୍ରିୟାଜରେ ଡେଡ କୋଶିକା ସ୍ଥାନରେ ନୂଆଁ କୋଶିକାକୁ ସକ୍ରିୟ କରିବା ପାଇଁ ରିସର୍ଚ୍ଚରଙ୍କୁ କିଛି ଚ୍ୟାଲେଞ୍ଜର ମଧ୍ୟ ସାମନା କାରିବାକୁ ପଡିଥିଲା । ତାଙ୍କର କହିବା କଥା କି ଡାଇବେଟିକ ଗ୍ରସ୍ତ ପାନକ୍ରିୟାଜ ଇନସୁଲିନ ତିଆରି କରିବା ପାଇଁ ଅଯୋଗ୍ୟ ନୁହେଁ ବରଂ କିନ୍ତୁ ଏହାକୁ ପୁଣିଥରେ ଆକ୍ଟିଭ କରିବାକୁ ପଡିଥାଏ । ଏହି ଚିକିତ୍ସା ଦ୍ୱାରା ଏହାର ସମ୍ଭବ ହୋଇପାରିବ ।

ତେବେ ଦର୍ଶକବନ୍ଧୁ ଏହାର ଅର୍ଥ ଏହି ଚିକିତ୍ସା ଯଦି ସଫଳ ରୂପ ନିଏ ତେବେ ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ହେବ । ଖାସକରି ଯେଉଁମାନଙ୍କୁ ଅତ୍ୟଧିକ ମାତ୍ରାରେ ଏହି ରୋଗ ଡରାଉଚି ଆଉ ସେମାନେ ବଞ୍ଚିବା ପାଇଁ ଇନସୁଲିନର ସାହାରା ନେଉଛନ୍ତି ତାଙ୍କ ପାଇଁ ଏହା ନିଶ୍ଚୟ ଖୁସିର ବିଷୟ ସହ ବଡକଥା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.