ସନ୍ତାନ ପ୍ରାପ୍ତି ପାଇଁ “ବହୁଳା ଚତୁର୍ଥୀ” ଦିନ ଏମିତି ରଖନ୍ତୁ ବ୍ରତ, ମିଳିବ ଶୁଭଫଳ

ଶ୍ରାବଣ ମାସ ଅଗଷ୍ଟ ୧୨ ତାରିଖରେ ଶେଷ ହେବାକୁ ଯାଉଛି । ଶ୍ରାବଣ ଶେଷ ହେବା ପରେ ଆରମ୍ଭ ହେବ ଭାଦ୍ରବ । ଏହି ମାସ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସହିତ ଅନେକ ପର୍ବ ପର୍ବାଣି ମାନ ପଡିଥାଏ । ସେମଧ୍ୟରୁ ଗୋଟିଏ ହେଉଛି ବହୁଳା ଚତୁର୍ଥୀ । ବହୁଳ ଚଉଠ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ । ବହୁଳା ଚତୁର୍ଥୀ ବ୍ରତ ପ୍ରକୃତରେ ଶ୍ରୀ କୃଷ୍ଣଙ୍କୁ ହିଁ ସମର୍ପିତ ହୋଇଥାଏ । ଚଳିତ ବର୍ଷ ବହୁଳା ଚତୁର୍ଥୀ ବ୍ରତ ଅଗଷ୍ଟ ୧୫ ତାରିଖ ଅର୍ଥାତ ସୋମବାରରେ ପଡ଼ିବାକୁ ଯାଉଛି । ଏହି ବ୍ରତଧାରୀମାନେ ଶ୍ରୀକୃଷ୍ଣ ଓ ଗାଈ ମାନଙ୍କୁ ହିଁ ପୂଜା କରାଯାଇଥାଏ । ତେବେ ଆସନ୍ତୁ ଏହି ବହୁଳା ଚତୁର୍ଥୀ ବ୍ରତ ବିଷୟରେ ଜାଣିବା:

ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଅଗଷ୍ଟ ୧୪ ତାରିଖ ରାତି ୧୦ ଟା ୩୫ ମିନିଟରେ ଆରମ୍ଭ ହେଉଥିବା ବେଳେ ପରଦିନ ରାତି ୯ଟା ୦୧ ମିନିଟରେ ଶେଷ ହେବ । ବହୁଳା ଚତୁର୍ଥୀ ବ୍ରତ ଉଦୟା ତିଥି ଅନୁଯାୟୀ ଏହି ବ୍ରତ ଅଗଷ୍ଟ ୧୫ ତାରିଖରେ ହିଁ ପାଳିତ ହେବ । ଏହି ଦିନ ରାହୁ କାଳ ସକାଳ ୭ ଟା ୨୯ ମିନିଟରୁ ଆରମ୍ଭ ହୋଇ ୯ ଟା ୦୮ ମିନିଟ ଯାଏଁ ଚାଲିବ । ମାନ୍ୟତା ରହିଛିକି ଏହି ସମୟରେ କୌଣସି ପୂଜା ପାଠ କରାଯାଏ ନାହିଁ । ଏମିତିରେ ଏହି ସମୟର ପୂର୍ବରୁ କିମ୍ବା ପରେ ପୂଜା ପାଇଁ ସଂକଳ୍ପ କରି ନିଅନ୍ତୁ | ଯେବେକି ଏହି ଦିନ ଅଭିଜିତ ମୁହୂର୍ତ୍ତ ସକାଳ ୧୧ଟା ୫୯ ମିନିଟରୁ ୧୨ ଟା ୫୨ ମିନିଟ ଯାଏଁ ଚାଲିବ ।

ବିଶ୍ୱାସ ରହିଛିକି ଏହି ଦିନ ବିଧି ବିଧାନର ସହିତ ଭକ୍ତିର ସହିତ ପୂଜା କଲେ ଭକ୍ତର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହା ସହ ନିଃସନ୍ତାନ ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଆଉ ଯେଉଁ ମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କ କୁଶଳ ଭବିଷ୍ୟତ ପାଇଁ ଏହି ବ୍ରତ ରଖାଯାଇଥାଏ | ଚଳିତ ଥର ବହୁଳା ଚତୁର୍ଥୀ ଦିନ ସଂକଷ୍ଟି ଚତୁର୍ଥୀ ବି ପାଳନ କରାଯିବ ।

Leave A Reply

Your email address will not be published.