ଘରେ ବନାନ୍ତୁ ଦିଲ୍ଲୀ ଷ୍ଟାଇଲ ବଟର ଚିକେନ

ଯଦି ଆପଣ ଷ୍ଟ୍ରିଟ ଷ୍ଟାଇଲ ଖାଇବାର ସୌକୀନ, ତେବେ ଆମେ ଆପଣଙ୍କୁ ଏମିତି ଏକ ରେସେପି ବିଷୟରେ କହିବୁ ଯାହାକୁ ଖାଇ ଆପଣ ବି ଭୁଲି ପାରିବେ ନାହିଁ । ଆସନ୍ତୁ ଜାଣିବା ଦିଲ୍ଲୀ ଓଲ୍‌ଡ ଷ୍ଟାଇଲ ବଟର ଚିକେନ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ :

୫୦୦ ଗ୍ରାମ ବୋନଲେସ ଚକେନ ଖଣ୍ଡ

୨୫୦ ଗ୍ରାମ ବଟର

୧ ଟେବଲ ଚାମଚ ଚାଟ ମସାଲା

୧ ଟି ଚାମଚ ଲାଲ ଲଙ୍କା ପାଉଡର

ସ୍ୱାଦ ଅନୁସାରେ ଲୁଣ

୧ ଛୋଟ ଚାମଚ କଳା ମରିଚ

୧ ଟେବଲ ସ୍ପୁନ ଅଦା ରସୁଣ ପେଷ୍ଟ

୧/୨ କପ୍‌ ଦହି

୧ ଛୋଟ ଚାମଚ ଚିକେନ ମସଲା

୧ ଛୋଟ ଚାମଚ ଭଜା ଜିରା ପାଉଡର

ପ୍ରସ୍ତୁତି ବିଧି :

୧. ଏହି ରେସେପି ଆରମ୍ଭ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ବୋନଲେସ ଚକେନ ଖଣ୍ଡକୁ ମାରିନେଟ କରିବାକୁ ହେବ । ଏଥିପାଇଁ ଏକ ବଡ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ,ତେଲ,ଲେମ୍ବୁ ରସ,ଲାଲ ଲଙ୍କା ପାଉଡର, କଳା ମରିଚ, ଗରମ ମସଲା ଓ ଲୁଣକୁ ମିଶାନ୍ତୁ ।

୨. ଏଥିରେ ଏବେ ଚକେନ ମିଶାଇ ଭଲ ଭାବେ ମେରିନେଟ କରି ୩-୪ ଘଣ୍ଟା ଯାଏ ଫ୍ରିଜରେ ରଖି ଦିଅନ୍ତୁ ।

୩. ଏକ ଗ୍ରୀଲ ପ୍ୟାନରେ ୨ ଟେବଲ ସ୍ପୁନ ବଟର ଗରମ କରନ୍ତୁ । ସବୁ ମେରିନେଟ ଚିକେନକୁ ଏଥିରେ ପକାଇ ବ୍ରାଉନ ହେବା ଯାଏ ଭାଜନ୍ତୁ ।

୪. ଚିକେନ ଯେତେବେଳେ ଭଲ ଭାବେ ଭାଜି ହୋଇଯିବ, ଏହାକୁ କାଢ଼ି ନିଅନ୍ତୁ ।

୫. ଏବେ ବଟରକୁ ତରଳାଇ ଚିକେନ ଉପରେ ପକାନ୍ତୁ ।

୬. ସବୁ ଜିନିଷକୁ ଭଲ ଭାବେ ମିଳାଇ ନିଅନ୍ତୁ ଓ ଏହ ଉପରେ ଚାଟ ମସଲା ପକାନ୍ତୁ ।

୭. ପିଆଜ ସହ ଏହାକୁ ପରସନ୍ତୁ ଓ ଏହାର ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.