ଶାକାହାରୀ ଲୋକ ଖାଇପାରିବେ ମାଂସ, ବଜାରରେ ମିଳୁଛି ଉଦ୍ଭିଦରୁ ଜାତ ‘ନକଲି ମାଂସ’

ଏବେ ସବୁଆଡେ ‘ନକଲି ମାଂସ’ର ଲୋକପ୍ରିୟତା ବଢିଚାଲିଛି। ଯେଉଁଥି ପାଇଁ ଏହି ମାଂସର ବ୍ରିକି ବଢିଚାଲିଛି ଏବଂ ଲୋକେ ଜୀବଜନ୍ତୁଙ୍କୁ ମାଂସ ଖାଇବା କମ୍‌ କରିଛନ୍ତି। ଯେଉଁ ଲୋକ କୌଣସି ଜୀବଜନ୍ତୁଙ୍କ ମାଂସ ଖାଉନାହାନ୍ତି, ସେମାନେ ଏହି ମାଂସ ଖାଇପାରିବେ। ଏହା ଉଦ୍ଭିଦରୁ ଜାତ। ତେଣୁ ୨୦୩୦ ବେଳକୁ ଏହା ଅଷ୍ଟ୍ରେଲିଆରେ ୩ ଅରବ ଡଲାର ବ୍ୟବସାୟ କରିବାର ଅନୁମାନ କରାଯାଉଛି। ଏହି ନକଲି ମାଂସ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ବହୁତ ଉପଯୋଗୀ ବୋଲି ଅନେକ ଲୋକ କହୁଛନ୍ତି। ତେବେ ଏହାକୁ ନେଇ କ’ଣ ରହିଛି ସତ୍ୟତା, ଜାଣନ୍ତୁ …

‘ନକଲି ମାଂସ’ ଦୁଇଟି ଶ୍ରେଣୀରେ ମିଳିଥାଏ। ଉଦ୍ଭିଦ ଆଧାରିତ ଏବଂ କୋଷିକା ଆଧାରିତ ପ୍ରୋଟିନ। ଏହା ସୁପରମାର୍କେଟରେ ମିଳୁଥିବା ଉଦ୍ଭିଦ ଆଧାରିତ ବର୍ଗର ଏବଂ ସସେଜ ଉଦ୍ଭିଦର ଖାଦ୍ୟପଦାର୍ଥ, ମଟର, ସୋୟା, ଗହମର ପ୍ରୋଟିନ ଏବଂ ମଶରୁମରୁ ବାହାରୁଥିବା ପ୍ରୋଟିନରୁ ପ୍ରସ୍ତୁତ କରାଯାଏ। କିନ୍ତୁ ଏହା ମାଂସ ଭଳି ଦେଖାଯିବା ଏବଂ ସ୍ୱାଦ ପାଇଁ ଏଥିରେ ଅସଂଖ୍ୟ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ।

ଅଷ୍ଟ୍ରେଲିଆର ସୁପରମାର୍କେଟରେ ମିଳୁଥିବା ୧୩୦ରୁ ଅଧିକ ଉତ୍ପାଦକୁ ନେଇ ଅଡିଟ୍‌ କରାଯାଇଥିଲା। ଯେଉଁଥିରେ ମାଂସ ତୁଳନାରେ ଅଧିକ କାବ୍ରୋ ହାଇଡ୍ରେଟ୍‌ ଏବଂ ଫାଇବର ଅଧିକ ରହିଥିଲା। ୮ ସପ୍ତାହ ତଳେ ୩୬ ଆମେରିକୀୟ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ନକଲି ମାଂସ ଖାଇବା ଦ୍ୱାରା କୋଲେଷ୍ଟ୍ରେଲ ସ୍ତର, ଶରୀରର ଓଜନ ଏବଂ ହୃଦରୋଗ ଇତ୍ୟାଦିରେ ସୁଧାର ହେଉଛି।

ଆମେରିକାରେ ମିଳୁଥିବା ବିୟୋଣ୍ଡ ମିଟ୍‌ ବର୍ଗର ପାରମ୍ପରିକ ବିଫ ପ୍ୟାଟି ତୁଳନାରେ ୯୯ ପ୍ରତିଶତ କମ୍‌ ପାଣି, ୯୩ ପ୍ରତିଶତରୁ କମ୍‌ ମାଟି ଏବଂ ୯୦ ପ୍ରତିଶତ କମ୍‌ ଗ୍ରୀନହାଉସ୍‌ ଗ୍ୟାସ ଉତ୍ପନ୍ନ କରିଥାଏ ବୋଲି ଦାବି ହେଉଛି। ସୁସ୍ଥ ଆହାର ପାଇଁ କେବେ କେବେ ଭୋଜନରେ ନକଲି ମାଂସକୁ ଖାଇପାରିବେ। ତେଣୁ ଏହାକୁ ଖାଇବା ପୂର୍ବରୁ କମ୍‌ ଲୁଣ, ହାଇ ଫାଇବର ବିକଳ୍ପ ଚୟନ କରିବା ପାଇଁ ଲେବଲକୁ ଯାଞ୍ଚ କରନ୍ତୁ। ଏହା ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ସ୍ୱାସ୍ଥ୍ୟକର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.