କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ଜୁଆଣି ଆଳୁ ଚାଟ୍‌, ଖାଇବାକୁ ବହୁତ ଟେଷ୍ଟି

ଆଳୁ ବିନା ଆମ ଖାଦ୍ୟ ଅଧା। ପ୍ରତ୍ୟେକ ଘରେ ସବୁଦିନ କିଛି ନା କିଛି ଆଳୁରେ ଖାଦ୍ୟ ନିଶ୍ଚିତ ତିଆରି ହୋଇଥାଏ। ଆଉ ଯଦି ଆପଣ ଆଳୁ ଖାଇ ଖାଇ ବିରକ୍ତି ହେଲେଣି, ତେବେ କିଛି ନୂଆ ଟ୍ରାଏ କରିପାରିବେ। ଯାହା କରିବାକୁ ସହଜ ଏବଂ କମ୍‌ ସମୟ ଲାଗିଥାଏ। ଏଥିପାଇଁ ଦରକାର ସାମଗ୍ରୀ ପାଇଁଆପଣଙ୍କୁ ବଜାରକୁ ମଧ୍ୟ ଯିବାକୁ ପଡିବ ନାହିଁ। ଆଳୁ ମସଲା, ଆଳୁ ଚାଟ, ଆଳୁ ଚିପ୍ସ ଇତ୍ୟାଦି ଆପଣ ନିଶ୍ଚିତ ଖାଇଥିବେ। କିନ୍ତୁ ଯଦି ଆପଣ କିଛି ରାଗୁଆ ଖାଇବାକୁ ପସନ୍ଦ କରନ୍ତି, ତେବେ ଏହାକୁ ନିଶ୍ଚିତ ବନାଇପାରିବେ।

ସନ୍ଧ୍ୟା ବେଳେ ସ୍ନାକ୍ସ ଖାଇବା ବେଳେ ଚାଟ୍‌ କିମ୍ବା ପକୁଡି ସବୁବେଳେ ଖାଇବାରେ ସାମିଲ ରହିଥାଏ। ଏହା ପାଇଁ ବଜାରକୁ କିଣିବାକୁ ଯିବାକୁ ପଡେ। ହେଲେ ଆପଣ ଘରେ ସହଜରେ ବନାଇପାରିବେ ଆଳୁ ଜୁଆଣି ଚାଟ୍‌। ଯାହାକୁ ବନାଇବା ସହଜ ଏବଂ ଖାଇବାକୁ ଟେଷ୍ଟି ମଧ୍ୟ। ତେବେ କେମିତି କରିବେ ପ୍ରସ୍ତୁତ ଜାଣନ୍ତୁ …

ଆବଶ୍ୟକ ସାମଗ୍ରୀ : ଆଳୁ, ଘିଅ, ଧନିଆପତ୍ର, ଜୁଆଣି, ଅଦା ଟିକେ, ପିଆଜ, କଞ୍ଚାଲଙ୍କା, ଟମାଟର, ଲୁଣ, ଲେମ୍ବୁ ରସ, ଜିରା, ଚାଟ୍‌ ମସଲା, ସେଓ, ଡାଳିମ୍ବ ଦାନା।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆଳୁକୁ ଚୋପା ଛଡାଇ ମୋଟା ମୋଟା ଆକାରରେ କାଟି ସିଝାଇ ଦିଅନ୍ତୁ।

ଏହାପରେ ଏକ ପାତ୍ରରେ ଧନିଆପତ୍ର ଏବଂ ସବୁ ସାମଗ୍ରୀକୁ ପକାଇ ଦିଅନ୍ତୁ।

chatt

ଏବେ ଏକ ପାତ୍ରରେ ସବୁ ସାମଗ୍ରୀ ପକାଇ ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡରରେ ପକାଇ ଅଳ୍ପ ଟିକେ ପାଣି ଦେଇ ଖଦଖଦଡିଆ ପେଷ୍ଟ କରିଦିଅନ୍ତୁ।

ତା’ ପରେ ସିଝାଇ ଥିବା ଆଳୁକୁ ନିଜ ହିସାବରେ ଛୋଟ ଛୋଟ କରି କାଟି ରଖନ୍ତୁ। ଏକ ପ୍ୟାନ୍‌ ଗରମ କରି ସେଥିରେ ଅଳ୍ପ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ଜୁଆଣି ଏବଂ ଜିରା ପକାଇଦିଅନ୍ତୁ। ଆଳୁ ପକାଇ ହାଲୁକା ଆଞ୍ଚରେ ଏହାକୁ ଫ୍ରାଏ କରନ୍ତୁ।

ଏହାକୁ ଏବେ ଏକ ପାତ୍ରରେ କାଢି ରଖି ସେଥିରେ ଚାଟ୍‌ ମସଲା ପକାନ୍ତୁ। ପ୍ରସ୍ତୁତ ହୋଇ ହୋଇଗଲା ଜୁଆଣି ଆଳୁ ଚାଟ୍‌।

ଏବେ ଏହା ଉପରେ କଟା ହୋଇଥିବା ଧନିଆପତ୍ର, କଞ୍ଚାଲଙ୍କା, ସେଓ, ଡାଳିମ୍ବ ଦାନା ପକାଇ ଗରମ ଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.