ବର୍ଷା ଦିନର ମଜା ନେବା ପାଇଁ ଘରେ ବନାନ୍ତୁ କର୍ନ ପକୋଡା

ବର୍ଷା ଋତୁ ନଆସୁଣୁ ବର୍ଷା ଦେଖିବା ମାତ୍ରେ ପ୍ରାୟ ସମସ୍ତଙ୍କର ଚା ସହିତ ପକୁଡି ଖାଇବାକୁ ଇଚ୍ଛା ହୋଇଥାଏ । ଆଳୁ,ପିଆଜ ଏବଂ କୋବିର ପକୋଡା ଖାଇ ଖାଇ ବୋର ହୋଇଯାଇଛନ୍ତି କି ? ତାହେଲେ ଏଥର ଘରେ ବନାନ୍ତୁ କର୍ନ ପକୋଡା , ସୁଇଟ କର୍ନ, ଧନିଆ ପତ୍ର ,ଫ୍ରେସ କ୍ରିମ ଏବଂ ମସଲା ପକାଇ ଏହି ପକୋଡା କରାଯାଇଥାଏ। ଏହା ଏତେ ସ୍ୱାଦିଷ୍ଟ ଯେ ଏହାକୁ ଦେଖିବା ମାତ୍ରେ ଯେକୌଣସି ଲୋକର ମୁଁହରେ ପାଣି ଆସିଯିବ ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ। ଆପଣ ଏହାକୁ ଯେକୌଣସି ସମୟରେ ସ୍ନାକ୍ସ ଭାବେ ବ୍ୟବହାର ପାରିବେ। ଆପଣ ଚାହିଁଲେ ଏହାକୁ ନିଜ ମନ ପସନ୍ଦର ଧନିଆ, ପୋଦିନା କିମ୍ବା ଟମାଟୋ କ୍ୟାଚପ ସହିତ ମଧ୍ୟ ଖାଇ ପାରିବେ।

କର୍ନ ପକୋଡା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ

ସୁଇଟ କର୍ନ ୪୨୦ ଗ୍ରାମ, ମଇଦା ୧ କପ, ଫ୍ରେସକ୍ରିମ ୧ ଚାମଚ, ଅଣ୍ଡା ୧ଟି, ଧନିଆପତ୍ର ୩ଚାମଚ, କଟା କଞ୍ଚାଲଙ୍କା ୧ଚାମଚ, କଟା ରସୁଣ ଅଧା ଚାମଚ, ବେକିଙ୍ଗ ପାଉଡର ଅଧା ଚାମଚ, ଗରମ ମସଲା ପାଉଡର ଅଧା ଚାମଚ, ଲେମ୍ବୁରସ ଅଧା ଚାମଚ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ସ୍ୱାଦ ଅନୁସାରେ, ତେଲ ଆବଶ୍ୟକ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ସୁଇଟ କର୍ନ, କଟା ଧନିଆ ପତ୍ର , କଟା କଞ୍ଚାଲଙ୍କା, ରସୁଣ, ଗରମ ମସଲା ପାଉଡର, ଲୁଣ, ଗୋଲମରିଚ ଗୁଣ୍ଡ, ଲେମ୍ବୁରସ, ଫ୍ରେସକ୍ରିମ ଏବଂ ଗୋଟିଏ ଅଣ୍ଡା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ଏହି ମିଶ୍ରଣରେ ବେକିଙ୍ଗ ପାଉଡର ଏବଂ ମଇଦା ମିଶାଇ ଭଲଭାବେ ଚକଟି ଦିଅନ୍ତୁ ଯଦି ଏହା ଟିକେ ଓଦାଳିଆ ରହୁଛି ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ ଏହାଦ୍ୱାରା କିଛି ଫରକ ପଡ଼ିବ ନାହିଁ ।

ମଧ୍ୟମ ଆଞ୍ଚରେ ଏକ ପ୍ୟାନ ରଖି ସେଥିରେ ରିଫାଇନ ତେଲ ଗରମ କରନ୍ତୁ। ତାପରେ ନିଜ ହାତରେ ଟିକେ ତେଲ ଲଗାଇ ସେହି ମିଶ୍ରଣକୁ ଛୋଟ ଛୋଟ ଗୁଳା ବା ଟିକ୍କି ଭଳି କରିଦିଅନ୍ତୁ। ଯେତେବେଳେ ତେଲ ଭଲ ଭାବେ ଗରମ ହୋଇଯିବ ସେହି ଗୁଳା ଗୁଡିକୁ ସେଥିରେ ପକାଇ ଦିଅନ୍ତୁ ତାପରେ ଏହାକୁ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଭଲ ଭାବରେ ଫ୍ରାଏ କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମ ଗରମ ସୁଇଟକର୍ନ ପକୋଡା। ବର୍ତ୍ତମାନ ଆପଣ ନିଜର ଫେବରେଟ ସସ୍ କିମ୍ବା ଡିପ୍ ସହିତ ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.