ପୁରୁଷଙ୍କ ପାଇଁ ସ୍କିନ୍‌ ଟ୍ରିଟମେଣ୍ଟ, ୩୦ ବର୍ଷ ହୋଇଗଲେ ଏପରି କରନ୍ତୁ ସ୍କିନ୍‌ର ଯତ୍ନ

୩୦ ବର୍ଷ ପାର ହେଲେ ଆମ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ଏହି ବୟସ ଛାପରୁ ବର୍ତ୍ତିବାକୁ ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ସ୍କିନକୁ ସର୍ବଦା ୟଙ୍ଗ୍‌ ରଖିବ ।

ନୂଆଦିଲ୍ଲୀ : ଜୀବନ ଏବେ ଏପରି ବ୍ୟସ୍ତବହୁଳ ହୋଇଯାଇଛି ଯେ ନିଜ ପାଇଁ ସମୟ ଟିକେ କାଢ଼ିବା କଷ୍ଟକର ହୋଇ ପଡୁଛି । ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନେ । ଯେଉଁଥିପାଇଁ ଶରୀରରେ ବହୁ ପ୍ରକାର ଅସୁବିଧା ଦେଖାଦେଉଛି । ବିଶେଷକରି ଯେବେ ଆମେ ୩୦ କିମ୍ବା ୪୦ ବର୍ଷରେ ପହଞ୍ଚୁଛୁ ଏହାର ଛାପ ଆମ ଶରୀରରେ ପଡ଼ୁଛି । ୩୦ ବର୍ଷ ପାର ହେଲେ ଆମ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ଏହି ବୟସ ଛାପରୁ ବର୍ତ୍ତିବାକୁ ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କ ସ୍କିନକୁ ସର୍ବଦା ୟଙ୍ଗ୍‌ ରଖିବ । ଆସନ୍ତୁ ଜାଣିବା ଏହି ସ୍କିନ କେୟାର ରୁଟିନ ।

୧. ସକାଳୁ ଉଠିବା ମାତ୍ରେ କରନ୍ତୁ ସ୍କିନର କେୟାର : ସ୍କିନ କେୟାର ରୁଟିନ ସକାଳୁ ହିଁ ଆରମ୍ଭ କରନ୍ତୁ । ରାତିରେ ଆମ ସ୍କିନ ଉପରେ ସିବମ୍‌ ଜମି ଯାଇଥାଏ । ଯାହାଦ୍ୱାରା ତ୍ୱଚ୍ଚା ଅଏଲୀ ଲାଗିଥାଏ । ତେଣୁ ଜରୁରୀ ଏହି ଯେ ସକାଳେ ଉଠିବା ମାତ୍ରେ ତ୍ୱଚ୍ଚାକୁ କ୍ଲିନଜରରେ ଧୁଅନ୍ତୁ । ତା’ପରେ ଟୋନର ଲଗାନ୍ତୁ ।

୨. ହେଲ୍‌ଦି ତ୍ୱଚ୍ଚା ପାଇଁ କରନ୍ତୁ ସୀରମର ବ୍ୟବହାର : ୩୦ ବର୍ଷ ପାର ହେଲେ ସୀରମ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । କାରଣ ଏହି ବୟସ ପରେ ସ୍କିନର ନାଚୁରାଲ ଗ୍ଲୋ କମିଯାଇଥାଏ । ତେଣୁ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ସୀରମ ବାଛନ୍ତୁ । ଆପଣ ଭିଟାମିନ ସି ଯୁକ୍ତ ସୀରମ ବାଛି ପାରିବେ । ତେବେ ଏହାର ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁର ନିଅନ୍ତୁ ।

୩. ମଶ୍ଚରାଇଜର ଜରୁରୀ : କ୍ଲେଞ୍ଜର ବା ପେଶ୍‌ଓ୍ଵାସରେ ଧୋଇବା ଦ୍ୱାରା ସ୍କିନ ରୁଖା ହୋଇଯାଇଥାଏ । ତେଣୁ ମଶ୍ଚରାଇଜର ଜରୁର ଲଗାଇବା ଉଚିତ୍‌ । ମଶ୍ଚରାଇଜର କିଣିବା ପୂର୍ବରୁ ଜରୁର ଦୃଷ୍ଟି ଦିଅନ୍ତୁ, ଏହା ଯେପରି ଆପଣଙ୍କ ସ୍କିନକୁ ସୁଟ କରେ ।

୪. ସନ୍‌ସ୍କ୍ରିନ ଲଗାଇବାକୁ ଭୂଲନ୍ତୁ ନାହିଁ : ଆପଣ ଘରୁ ବାହାରକୁ ଯାଆନ୍ତୁ କି ନ ଯାଆନ୍ତୁ ସନ୍‌ସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କ ତ୍ୱଚ୍ଚାକୁ ହାନିକାରକ କିରଣରୁ ରକ୍ଷା କରିବ । ସନସ୍କ୍ରିନର ଏସପିଏଫ୍‌ ଅତି କମରେ ୩୦ କିମ୍ବା ଏହାଠାରୁ ଅଧିକ ହେବା ଦରକାର । ଘରୁ ଯଦି ବାହାରକୁ ବାହାରୁଛନ୍ତି ତ ପ୍ରତି ଦୁଇ ଘଣ୍ଟାରେ ସନସ୍କ୍ରିନ ଲୋସନ ଲଗାନ୍ତୁ ।

୫. ହେଲଦି ଲାଇଫ ଷ୍ଟାଇଲ : ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଇଫ ଷ୍ଟାଇଲକୁ ହେଲଦି ବନାଇବା ଉଚିତ୍‌ । ଅର୍ଥାତ ପ୍ରତିଦିନ ବ୍ୟାୟାମ, ଭଲ ଖାଦ୍ୟ, ଭଲ ଭାବେ ଶୋଇବା ଜରୁରୀ ଅଟେ । କାରଣ ଏହାର ସିଧା ପ୍ରଭାବ ତ୍ୱଚ୍ଚା ଉପରେ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.