ଧାର୍ମିକ ଟାଟୁ କରୁଥିଲେ କରନ୍ତୁ ନାହିଁ ଏମିତି ଭୁଲ,ନଚେତ ଜୀବନ ଉପରେ ପଡିପାରେ ପ୍ରଭାବ !

ଆଜିର ଯୁବ ପିଢ଼ି ସ୍ଟାଇଲିଷ୍ଟ ଦେଖାଯିବା ପାଇଁ ନିଜର ଶରୀରରେ ଟାଟୁ କରୁଛନ୍ତି। କଣ ଆପଣ ଜାଣନ୍ତି ଟାଟୁ କେବଳ ସୁନ୍ଦରତା ବଢ଼ାଇ ନଥାଏ ବରଂ ଏହାର ଧାର୍ମିକ ମହତ୍ତ୍ବ ମଧ୍ୟ ରହିଛି। ଶରୀରରେ ବନାଯାଇଥିବା ଟାଟୁ ମନ ଏବଂ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ?

tatuଶରୀରରେ କୌଣସି ଧାର୍ମିକ ଚିହ୍ନର ଟାଟୁ କରୁଛନ୍ତି ତେବେ ତାହାର ପ୍ରଭାବ ଆପଣଙ୍କ ମନ ଉପରେ ପଡିଥାଏ। ଯେଭଳି ଆପଣ ଆପଣଙ୍କ ଶରୀରରେ ୱମ କିମ୍ବା ସ୍ବସ୍ତିକର ଟାଟୁ କରୁଛନ୍ତି ତେବେ ଏହା ସେତେବେଳେ ପ୍ରଭାବ ପକାଇଥାଏ ଯେତେବେଳେ ଟାଟୁର ଠିକ ଆକ୍ରୁତି ବନାଯାଇଥିବ। ଠିକ ଆକ୍ରୁତିର ବନାଯାଇଥିବା ଟାଟୁ କରିବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିଥାଏ,କାର୍ୟ୍ୟ ଗୁଡିକ ଠିକ ଭାବରେ ହୋଇଥାଏ,ସଫଳତା ମିଳିଥାଏ।

tattooକିନ୍ତୁ ଯଦି ଟାଟୁ କରୁଥିବା ସମୟରେ କିଛି ନୂଆ କରିବା ଆଶାରେ ୱମ କିମ୍ବା ସ୍ବସ୍ତିକର ଆକ୍ରୁତି ଖରାପ ହୋଇଯାଏ ତେବେ ଲାଭ ଯାଗାରେ କ୍ଷତି ପହଁଞ୍ଚାଇ ଥାଏ। ଏଥିପାଇଁ ଟାଟୁର ନକାରାତ୍ମକ ପ୍ରଭାବ ଆପଣଙ୍କ ମନ ଉପରେ , ଶରୀର ଉପରେ ଏବଂ ବ୍ୟବହାର ଉପରେ ଆସିବା ନିଶ୍ଚିତ ଅଟେ।

ଟାଟୁ ବନାଇବା ଦ୍ବାରା ସର୍ବ ପ୍ରଥମେ ଏହାର ପ୍ରଭାବ ମନ ଉପରେ ପଡିଥାଏ। ଭୁଲ ଆକ୍ରୁତିର ଟାଟୁ ବନାଇବା ଦ୍ବାରା ମନରେ ନକାରାତ୍ମକ ଚିନ୍ତା ବଢ଼ିପାରେ। ହଠାତ ଆପଣ ଚିନ୍ତାରେ ରହିବାକୁ ଲାଗିବେ ଏବଂ ବ୍ୟବହାରର ପରିବର୍ତ୍ତନ ଦେଖାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.