ରୋଷେଇ ଘରେ ଏହି ଦିଗରେ ଗ୍ୟାସ ଷ୍ଟୋଭ ରହିଲେ ବଢ଼ିଥାଏ ଅର୍ଥ ସମସ୍ୟା, ଜାଣନ୍ତୁ କେଉଁଟା ଠିକ୍‌ ଦିଗ

ଘରେ ରୋଷେଇ ସ୍ଥାନ ଏକ ମହତ୍ୱପୂର୍ଣ୍ଣ ଅଟେ । ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ । ତାଛଡ଼ା ଘରେ ରୋଷେଇରେ ଯାହା କିଛି ପକାଯାଏ ତାର ସିଧା ସଳଖ ପ୍ରଭାବ ଶରୀର ଓ ମସ୍ତିସ୍କ ଉପରେ ପଡିଥାଏ । ରୋଷେଇ ଘରେ ଅଗ୍ନିର ସ୍ରୋତ ରହିଥିବାରୁ ଏଠାରେ ସବୁ ଜିନିଷ ଠିକ ଜାଗାରେ ରହିବା ଦରକାର । ନଚେତ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ତେଣୁ ରୋଷେଇ ଘରେ ଗ୍ୟାସ ଚୁଲା ଠିକ୍‌ ଦିଗରେ ରହିବା ଦରକାର । ନଚେତ ଘରର ସଦସ୍ୟଙ୍କ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗ୍ୟାସ ଚୁଲା ରୋଷେଇ ଘରର କେଉଁ ଦିଗରେ ରହିବା ଦରକାର । ଆସନ୍ତୁ ଜାଣିବା କିଛି ନିୟମ ।

କେଉଁଠି ରଖିବା କଥା ନୁହେଁ ଗ୍ୟାସ ଷ୍ଟୋଭ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଗ୍ୟାସ ଚୁଲା କେବେ ବି ଏପରି ଜାଗାରେ ରଖିବା କଥା ନୁହେଁ, ଯେଉଁଠି ଖାଦ୍ୟ ବନାଇବା ବେଳେ ମୁହଁ ଦକ୍ଷିଣ ଦିଗକୁ ରହିବ । ନଚେତ ଅର୍ଥ ସମସ୍ୟା ବଢ଼ିବ । ପଶ୍ଚିମ ଦିଗରେ ଗ୍ୟାସ ଚୁଲା ବି ରଖିବା କଥା ନୁହେଁ । କାରଣ ଖାଦ୍ୟ ବନାଇବା ବେଳେ ଯଦି ମୁହଁ ପଶ୍ଚିମ ଦିଗକୁ ରହିବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।

ରୋଷେଇ ଘରେ କେଉଁଠି ରଖିବେ ଗ୍ୟାସ ଚୁଲା

ବାସ୍ତୁ ଶାସ୍ତ୍ର ଅନୁସାରେ ଗ୍ୟାସ ଚୁଲା ରୋଷେଇ ଘରର ଦକ୍ଷିଣ ପୂର୍ବ କୋଣରେ ରହିବା ଦରକାର । କାରଣ ଏହା ଅଗ୍ନି କୋଣ ଦେବତାଙ୍କ ସ୍ଥାନ ଅଟେ । ରୋଷେଇ ଘରେ ଖାଦ୍ୟ ବନାଇବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ଯେପରି ରହେ । ଦକ୍ଷିଣ-ପୂର୍ବ ଦିଗ ଯଦି ସମ୍ଭବ ନହୁଏ ତେବେ ଉତ୍ତର-ପଶ୍ଚିମ ଦିଗରେ ଗ୍ୟାସ ଚୁଲା ରଖିପାରିବେ ।

Leave A Reply

Your email address will not be published.