ଲୁଣରେ ଲୁଚି ରହିଛି ସୁନ୍ଦରତାର ରହସ୍ଯ !

ବର୍ତ୍ତମାନ ଦୁନିଆରେ ସମସ୍ତଙ୍କୁ ପ୍ରାୟ  ଦାଗହୀନ ଏବଂ ଉଜ୍ଜଳ ତ୍ୱଚା ଦରକାର ହୋଇଥାଏ |  ବିଉଟି ପ୍ରୋଡକ୍ଟର ପାର୍ଶ୍ୱପ୍ରତିକ୍ରିୟା ସତ୍ତ୍ବେ ମଧ୍ୟ  ମହିଳାମାନେ ବିଭିନ୍ନ ସୌନ୍ଦର୍ଯ୍ଯ ଉପଚାର ସାମଗ୍ରୀର ସାହାରା ନିଅନ୍ତି | କିନ୍ତୁ ଆପଣ ଜାଣିଛନ୍ତି କି , ରୋଷେଇ ଘରେ ଥିବା ଲୁଣକୁ ବ୍ୟବହାର କରି ଆପଣ ତ୍ବଚାର ଚମକ ବଜାୟ ରଖିପାରିବେ । ଆସନ୍ତୁ ଜାଣିବା ଖାଦ୍ୟର ସ୍ୱାଦ ବଢାଉଥିବା  ସାମାନ୍ୟ ଲୁଣ କିପରି ଆପଣଙ୍କର ଚେହେରା କୁ ଉଜ୍ଜଳ କରିବ ।

ଗରମ ଦିନରେ ସାଧାରଣତଃ  ତ୍ୱଚା ଶୁଷ୍କ  ଓ ମଳିନ ପଡ଼ିଯାଏ | ତ୍ୱଚାରୁ ମୃତକୋଷ ବାହାର କରି ତ୍ୱଚାକୁ ଉଜ୍ଜଳ କରିବାରେ ଲୁଣ ବହୁତ ଉପଯୋଗୀ ହୋଇଥାଏ  | ଲୁଣ , ଅଲିଭ ତେଲ , ବାଦାମ କୁ ନେଇ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହା ତ୍ୱଚାରେ ଭାବେ ସ୍କ୍ରବ କରି କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ  | ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇଦିଅନ୍ତୁ ଦେଖିବେ ତ୍ବଚାରେ ଚମକ  ରହିବା ସହ ଉଜ୍ବଳ ଦେଖାଯିବ ।

 କେବଳ ତ୍ୱଚା ଉଜ୍ଜଳ ପାଇଁ ନୁହଁ ଆପଣ  ଦାନ୍ତକୁ ଚାମକାଇବା ପାଇଁ ମଧ୍ୟ ଆପଣ ଲୁଣ ବ୍ୟବହାର କରିପାରିବେ |ଏଥିପାଇଁ ଏକ ଚାମଚ ଲୁଣ ସହିତ ବେକିଙ୍ଗ ପାଉଡର ମିଶାଇ ତାହାକୁ ବ୍ରଶରେ ଲଗାଇ ବ୍ୟବହାର କରନ୍ତୁ , ଆପଣ କିଛିଦିନ ମଧ୍ୟରେ ପୂର୍ବ ଅପେକ୍ଷା  ଅଧିକ ଚମକ ଦାନ୍ତ  ପାଇପାରିବେ |

ଏଥିସହ ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ଲୁଣପାଣି କୁ ନିୟମିତ କୁଳି କଲେ କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଦୁରେଇ ଯିବ | ଏକ ଚାମଚ ଲୁଣ ସହ ଲେମ୍ବୁରସ , ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହାକୁ ନଖ ଉପରେ ଲଗାନ୍ତୁ | କିଛି ଦିନ ପରେ ଆପଣ ନଖ ଚମକିବ ଆରମ୍ଭ କରିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.